ଆଜି ହିରୋସୀମା ଦିବସ। ବିଶ୍ୱ ଇତିହାସରେ ସ୍ମରଣୀୟ ଦିବସ। ଦ୍ୱିତୀୟ ବିଶ୍ୱ ଯୁଦ୍ଦ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋସିମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା। ପୁଣି ଥରେ ଅଗଷ୍ଟ ୯ରେ ଦ୍ୱିତୀୟ ପରମାଣୁ ବୋମା ପକାଯାଇଥିଲା। ପ୍ରାଣ ହରାଇଥିଲେ ଲକ୍ଷ ଲକ୍ଷ ଲୋକ। ସେହି ଦୁଃଖଦ ମୂହୁର୍ତ୍ତକୁ ମନେ ପକାଇବା ପାଇଁ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ। ପୁରୀରେ ମଧ୍ୟ ପାଳିତ ହୋଇଛି ହିରୋସୀମା ଦିବସ। ସ୍ଥାନୀୟ ବୁଦ୍ଧମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ୟ୍ୟକ୍ରମରେ ପରମାଣୁ ବୋମାର ଭୟବହତା ଓ ବିଶ୍ୱଶାନ୍ତି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଇଣ୍ଟରନ୍ୟାସନାଲ ଆସୋସିଏସନ୍ ଫର ଦ ଫ୍ୟୁଚର ଅଫ୍ ହ୍ୟୁମାନିଟି ପକ୍ଷରୁ ଆୟୋଜିତ ଏହି ଦିବସରେ ଶାନ୍ତିର କପୋତକୁ ଉଡାଯାଇଥିଲା।