ଖାସ ରହିଛି ଆଜିର ଦିନ, ଭାରତ ଏବଂ ଜର୍ମାନୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଯଦି ଆମେ ଇତିହାସକୁ ଦେଖିବା ପ୍ରତ୍ୟେକ ଦିନର କିଛି ନା କିଛି ନିଜସ୍ୱ ମହତ୍ତ୍ୱ ରହିଛି । ଇତିହାସରେ କିଛି ଦିନ ପର୍ବ ହୁଏତ ଆଉ କିଛି ଦିନ ମଧ୍ୟ ସ୍ପେସାଲ ଥାଏ । ଆଜିର ଦିନରେ ଦୁନିଆରେ ଅନେକ ବଡ କାର୍ଯ୍ୟ କରାଯାଇଥିଲା, କିନ୍ତୁ ଏହା ଭାରତ ଏବଂ ଜର୍ମାନୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ ଜାଣିବା କାହିଁକି ଏବଂ କିପରି ।

ବର୍ଲିନ କାନ୍ଥ ଖସି ପଡିଥିଲା :
ବର୍ଲିନ କାନ୍ଥ, ଯାହା ଜର୍ମାନୀକୁ ଦୁଇ ଭାଗରେ ବିଭକ୍ତ କରିଥିଲା । ୯ ନଭେମ୍ବର ୧୯୮୯ ରେ ଲୋକମାନେ ଏହାକୁ ଭାଙ୍ଗି ଦେଇଥିଲେ । ଏହା ନିଜେ ଏକ ଐତିହାସିକ ମୁହୁର୍ତ୍ତ ଥିଲା, ଯେତେବେଳେ ପୂର୍ବ ଭାଗ ଲୋକ ଏବଂ ପଶ୍ଚିମ ଭାଗ ଲୋକ ଜର୍ମାନୀରେ ଏକାଠି ହୋଇଥିଲେ, ସେତେବେଳେ ଏହି ପ୍ରାଚୀର ୧୩ ଅଗଷ୍ଟ ୧୯୬୧ ରେ ନିର୍ମାଣ ହୋଇଥିଲା । ଏହା ପୂର୍ବ ଜର୍ମାନୀ ଦ୍ୱାରା ନିର୍ମିତ ହୋଇଥିଲା ।

ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ହେଲା ଏବଂ ନାଜି ଜର୍ମାନୀର ସେନା ପରାସ୍ତ ହେଲେ, ତା’ପରେ ଜର୍ମାନୀ ୪ ଭାଗରେ ବିଭକ୍ତ ହେଲା । ପୂର୍ବ ଜର୍ମାନୀ ସୋଭିଏତ୍‌ ସଂଘର ନିୟନ୍ତ୍ରଣରେ ଥିବାବେଳେ ପଶ୍ଚିମ ଜର୍ମାନୀକୁ ଆମେରିକା, ବ୍ରିଟେନ୍‌ ଏବଂ ଫ୍ରାନ୍ସର ସୁରକ୍ଷା ଅଧୀନରେ ରଖାଯାଇଥିଲା । ପୂର୍ବ ଜର୍ମାନୀରେ ଏକ ସାମ୍ୟବାଦୀ ସରକାର ଥିବାବେଳେ ପଶ୍ଚିମ ଜର୍ମାନୀରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ଥିଲା । ଏହି କାରଣରୁ, ଏହି ଦୁଇଟି ଭାଗ ମଧ୍ୟରେ ଅନେକ ପାର୍ଥକ୍ୟ ସୃଷ୍ଟି ହେବାକୁ ଲାଗିଲା । ଏହି ପାର୍ଥକ୍ୟରେ ଶୀତଳ ଯୁଦ୍ଧ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ପରିସ୍ଥିତି ଏତେ ଖରାପ ହେଲା ଯେ ପୂର୍ବ ଜର୍ମାନୀରୁ ଲକ୍ଷ ଲକ୍ଷ ଲୋକ ଭଲ ଜୀବନ ଏବଂ ସୁଯୋଗ ଖୋଜିବା ପାଇଁ ପଶ୍ଚିମ ଜର୍ମାନୀକୁ ପଳାଇ ଥିଲେ, ଯେଉଁଠାରେ ଆଥିର୍କ ସୁଯୋଗ ଏବଂ ବ୍ୟକ୍ତିଗତ ସ୍ୱାଧୀନତା ଅଧିକ ଥିଲା । ଏହାକୁ ରୋକିବା ପାଇଁ ପୂର୍ବ ଜର୍ମାନୀ ଦ୍ୱାରା ଏକ କାନ୍ଥ ନିର୍ମାଣ କରାଯାଇଥିଲା ।

ବର୍ଲିନ କାନ୍ଥର ଲମ୍ବ ପ୍ରାୟ ୧୫୫ କିଲୋମିଟର ଥିଲା ଏବଂ ଏଥିରେ କଣ୍ଟା ତାର, ଗାର୍ଡ ଟାଓ୍ୱାର, ଖାଲ ଥିଲା । ଏହା ଏପରି ଭାବରେ ନିର୍ମାଣ କରାଯାଇଥିଲା ଯେ କେହି ଏହାକୁ ଅତିକ୍ରମ କରିପାରିବେ ନାହିଁ । ଯଦି କେହି ଏହାକୁ ଅତିକ୍ରମ କରିବାକୁ ଚେଷ୍ଟା କରେ ତେବେ ସେ କଠୋର ଦଣ୍ଡ ଏବଂ ବିପଦରେ ପଡିପାରେ । ଏହି ଗୋଟିିଏ କାନ୍ଥ ହେତୁ ଜର୍ମାନୀର ଲୋକଙ୍କ ମଧ୍ୟରେ ସମ୍ପର୍କ ପ୍ରାୟ ୩୦ ବର୍ଷ ପର୍ଯ୍ୟନ୍ତ ସମାପ୍ତ ହେଲା, ଅନେକ ପରିବାର ଅଲଗା ହୋଇଗଲେ । ଏହା ଏକ ଆର୍ଦଶଗତ ବିଭାଜନର ଏକ ରୂପ ଭାବରେ ବିବେଚନା କରାଯାଏ, ଯାହା ସେହି ସମୟରେ ଆୟରନ୍‌ କାର୍ଟନ ନାମରେ ନାମିତ ହୋଇଥିଲା ।

ବର୍ଲିନ ପ୍ରାଚୀରର ପତନ ସାମ୍ୟବାଦି କିମ୍ବା ଇଂରାଜୀ ଭାଷାରେ କମ୍ୟୁନିଷ୍ଟ ଶାସନ ପାଇଁ ଏକ ଅନ୍ଧକାର ଦିନ ଥିଲା । ଜର୍ମାନୀର ଲୋକମାନେ ଏହି କାନ୍ଥକୁ ଭାଙ୍ଗି ଏକତା ସୃଷ୍ଟି କରିଥିଲେ ଏବଂ ଜର୍ମାନୀକୁ ପରିଚିତ କରାଇଲେ । ଏହାର ପ୍ରଭାବ ସାରା ବିଶ୍ୱରେ ଦେଖାଗଲା । ଯେଉଁ ଦିନ ଏହି କାନ୍ଥ ଖସିଗଲା ସେହି ଦିନ ଲୋକମାନେ ବହୁ ବର୍ଷ ପରେ ପରସ୍ପରକୁ ଆଲିଙ୍ଗନ କରୁଥିଲେ । ଗତ ଅନେକ ବର୍ଷ ମଧ୍ୟରେ ଅନେକ ନୂଆ ପିଢ଼ି ଜନ୍ମ ହୋଇଥିଲେ, ଯେଉଁମାନେ ପରସ୍ପରକୁ ମଧ୍ୟ ଜାଣି ନଥିଲେ । ୧୯୬୧ ମସିହାରେ ନିର୍ମିତ କାନ୍ଥକୁ ୯ ନଭେମ୍ବର ୧୯୮୯ରେ ଭାଙ୍ଗି ଏକ ଇତିହାସ ସୃଷ୍ଟି କରାଯାଇଥିଲା ।

You might also like