ଆଜି ପ୍ରଥମ ପାଳି ବୁଧେଇ ଓଷା, ଜାଣନ୍ତୁ ଏହାର କିମ୍ବଦନ୍ତୀ

ଆଜି ପ୍ରଥମ ପାଳି ବୁଧିବାମନ ଓଷା ବା ବୁଧେଇ ଓଷା। ଏହା ଏକ ଖାଣ୍ଟି ଓଡିଆ ପର୍ବ। ଓଡ଼ିଆ ଘରର ନାରୀମାନେ ଏହି ଓଷା ଭାଦ୍ରବ ମାସର ପ୍ରତ୍ୟେକ ବୁଧବାର ଦିନ ସନ୍ଧ୍ୟାରେ ପାଳନ କରିଥାନ୍ତି। ଓଡିଆ ରୀତି ନୀତି ଅନୁଯାୟୀ ଏହି ଦିନ ଶିଳ ଓ ଶିଳପୁଆଙ୍କୁ ସ୍ନାନ କରାଇ ହଳଦିରେ ଦିଅଁକୁ ସ୍ଥାପନା କରାଯାଇଥାଏ। ଏହାପରେ ମା’ ଙ୍କୁ ଚିତା ଓ କଜ୍ଜଳ ଲଗାଇ ଫୁଲରେ ସଜା ଯାଇଥାଏ। କିମ୍ବଦନ୍ତୀ ଅନୁଯାୟୀ ଏକଦା ଜଣେ ବିତ୍ତଶାଳୀ ସାଧବ ରାଜକୋପରେ ପଡ଼ି, ନିଜର ପୁତ୍ରମାନଙ୍କ ସହ ବନ୍ଦୀ ହୋଇଥିଲେ। ସାଧବାଣୀ ରାତିରେ ଶୁଣିଲେ ତାଙ୍କ ପତି ଓ ପୁତ୍ରମାନେ କିପରି ରାଜ କ୍ଷମା ପାଇଁ ମୁକ୍ତ ହେବେ। ସେହି ବାବଦରେ ଶିଳ ଓ ଶିଳପୁଆ କଥା ହେଉଛନ୍ତି। ସେହି ଦିନ ଥିଲା ଭାଦ୍ରବ ମାସ ମଙ୍ଗଳବାର। ପରଦିନ ସାଧବାଣୀ ଶିଳ ଓ ଶିଳପୁଆଙ୍କୁ ପୂଜା କରିଥିଲେ।
ଏହାସହ ପଢନ୍ତୁ: ବାଳଗୋପାଳଙ୍କ ପୂଜାର ଏହି ୧୫ଟି ସଠିକ୍ ନିୟମ, ଯାହାକୁ ଆଦୌ ବି ଭୁଲନ୍ତୁ ନାହିଁ
ଦ୍ବିତୀୟ ପାଳି ପୂଜା ପରେ ସାଦବଙ୍କୁ ପୁତ୍ରମାନଙ୍କୁ ସହ ମୁକ୍ତ କରିବା ପାଇଁ ରାଜାଙ୍କୁ ସ୍ବପ୍ନାଦେଶ ହୋଇଥିଲା। ଶେଷରେ ରାଜା ସେମାନଙ୍କୁ ମୁକ୍ତି ଦେବା ସହ ସାଧବାଣୀଙ୍କୁ ମହଲକୁ ଡକାଇଥିଳେ। ରାଣୀ ତାଙ୍କଠାରୁ ପୂଜା ବିଧି ପଚାରି ବୁଝିଥିଲେ। ତାପରେ ଅପୁତ୍ରିକ ରାଜ-ଦମ୍ପତିଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥିଲା। ଏହି ଲୋକ କଥା ଆଧାରରେ ଗୋପୀନାଥ ଦାସ ଓ ଗୌରଚରଣ ଦ୍ବିଜ ବୁଧେଇ ଓଷାର ୧୩୪ ପଦ ବିଶିଷ୍ଟ ପଦ୍ୟ ଉଲ୍ଲେଖ କରିଛନ୍ତି।