ଇତିହାସର ଆଇନାରେ ଅତୀତର ପ୍ରତିଚ୍ଛବି : ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଦିନରେ ଭାରତ ଏବଂ ବିଶ୍ବରେ କଣ କଣ ଘଟିଥିଲା 

ଛୋଟ ହେଉ ବା ବଡ , ପ୍ରତିଦିନ ଆମ ଦେଶରେ ହେଉ ବା ଦେଶ ବାହାରେ କିଛି ନା କିଛି ଘଟଣା ଘଟିଥାଏ । ତେବେ ଏହି ସବୁ ଘଟଣା ମଧ୍ୟରୁ କିଛି ଆମେ ମନେ ରଖିଥାଉ ଆଉ କିଛି ଭୁଲି ଯାଇଥାଉ । କାରଣ ସବୁକିଛି ମନେ ରଖିବା ସମ୍ଭବ ନୁହେଁ । କିନ୍ତୁ ଆମେ ଆପଣଙ୍କୁ ଜଣାଇବୁ ଆଜିର ଦିନରେ କଣ ଘଟିଥିଲା ।

ଆସନ୍ତୁ ଏକ ନଜର ପକାଇବା ଆଜିର ଇତିହାସ ଉପରେ   :

୧୫୩୪ : ଓଟୋମୋନ୍ ସେନା ଉତ୍ତର ପଶ୍ଚିମ ଫାରସରେ ତାବରିଜ ଉପରେ କବଜା କରିଥିଲେ ।

୧୬୪୫ : ଆଲେକ୍ସି ରୋମାନବ ନିଜ ପିତା ମାଇକେଲଙ୍କ ସ୍ଥାନରେ ଋଷର ଶାସକ ବନିଥିଲେ ।

୧୭୭୧ : ବ୍ରିଟେନର ବିଖାତ ନାବିକ ଜେମ୍ସ କୁକଙ୍କର ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧର ଐତିହାସିକ ଖୋଜ – ଯାତ୍ରା ତିନି ବର୍ଷ ପରେ ସମାପ୍ତ ହୋଇଥିଲା ।

୧୮୩୦ : ରାଜା ରାମମୋହନ ରାୟ ଅଲେକ୍ସଜେଣ୍ଡର ଡଫ ୫ ଜଣ ଛାତ୍ରଙ୍କ ସହ ସ୍କଟିଶ୍ ଚର୍ଚ୍ଚ କଲେଜ୍ ଆରମ୍ଭ କରିଥିଲେ ।

୧୮୩୨ : ମିନିସୋଟାରେ ମସିସିପି ନଦୀର ସ୍ରୋତ ଆବିଷ୍କାର କରିଥିଲେ ହେନରୀ ।

୧୮୬୩ : ନ୍ୟୁୟର୍କରେ ସିଭିଲ୍ ୱାର୍ ଡ୍ରାଫ୍ଟର ବିରୋଧୀଙ୍କ ଦଙ୍ଗାରେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ

୧୮୭୮ : ବର୍ଲିନ୍ କଂଗ୍ରେସ ୟୁରୋପ ଶକ୍ତି ମାନଙ୍କ  ମଧ୍ୟରେ ବାଲକନ୍ ଦେଶକୁ ବାଂଟିଥିଲେ ।

୧୯୦୫ : କୋଲକାତାର ସପ୍ତାହିକ ସମାଚାର ପତ୍ର ସଞ୍ଜୀବନୀ ବ୍ରିଟିଶ୍ ସାମଗ୍ରୀକୁ ବହିଷ୍କାର କରିବା ପାଇଁ ସର୍ମପ୍ରଥମେ ପ୍ରସ୍ତାବ ଦେଇଥିଲେ

୧୯୨୯ : ଜତିନ୍ଦ୍ର ନାଥ ଦାସ ଐତିହାସିକ ଆମରଣ ଅନସନର ଆରମ୍ଭ କରିଥିଲେ ।

୧୯୩୨ : ହିନ୍ଦି ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ବୀଣା ରାୟଙ୍କ ହୋଇଥିଲା ଜନ୍ମ ।

୧୯୫୪ : ଆମେରିକା ବ୍ରିଟେନ୍ ଏବଂ ଫ୍ରାନ୍ସ ଜେନେବାରେ ଭିଏତନାମର ବଂଟନ ପାଇଁ ସହମତ ହୋଇଥିଲେ ।

୧୯୭୧ : ମରକ୍କୋରେ ବାଗୀ ନେତାମାନଙ୍କୁ ଦିଆଯାଇଥିଲା ମୃତ୍ୟୁଦଣ୍ଡାଦେଶ

୧୯୭୭ : ଜରୁରୀକାଳୀନ ସମୟରେ ଭାରତ ରତ୍ନ, ପଦ୍ମ ବିଭୂଷଣ ଭଳି ଲୋକ ସମ୍ମାନ ଫେରାଇ ନଆଯାଇଥିଲା।

୧୯୯୮ : ଭାରତର ଲିଆଣ୍ଡର ପେସ୍ ହଲ୍ ଅଫ୍ ଫେମ୍ ଟେନିସ୍ ଚାମ୍ପିୟନସିପରେ ନିଜ ଜୀବନର ପ୍ରଥମ ଏ.ଟି.ପି ଜିତିଥିଲେ ।

୨୦୦୦ : ଆମେରିକା ଏବଂ ଭିଏତନାମ୍ ବଡ଼ ବ୍ୟବସାୟ ଚୁକ୍ତିରେ ହସ୍ତାକ୍ଷର କରିଥିଲେ ।

୨୦୦୦ : ଫିଜି ମହେନ୍ଦ୍ର ଚୌଧୁରୀ ସମେତ ୧୮ ଜଣ ବନ୍ଦୀଙ୍କୁ ମୁକ୍ତ କରିଥିଲା ।

୨୦୦୪ : ଋଷ ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍ ସାଇବେରିଆ ଏବଂ ଦେଶର ସୁଦୂର ପୂର୍ବବତୀ ଅଂଚଳର ବିକାଶ ପାଇଁ ଭାରତ ସହ ଗଭୀର ବନ୍ଧୁତ୍ବ ପାଇଁ ଇଛା ଜାହିର୍ କରିଥିଲେ ।

୨୦୦୮ : ଆମେରକାରେ ଗ୍ରୀନ୍ ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ ପୂର୍ବ ଡେମୋକ୍ରେଟ୍ ସିନ୍ଥିଆ ମେକ୍କିନୀଙ୍କୁ ନିଜ ପ୍ରାର୍ଥୀ  ଭାବରେ ଘୋଷଣା କରିଥିଲେ ।

୨୦୧୧ : ତିନିଟି ବମ୍ ବିସ୍ଫୋରଣ ଦୋହଲି ଉଠିଥିଲା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ । ଏହି ବିସ୍ଫୋରଣ ଜାଭେରୀ ବଜାର, ଓପେରା ହାଉସ୍ ଏବଂ ଦାଦରରେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.