ଦିନକ ପରେ ମକର ସଂକ୍ରାନ୍ତି, ଜାଣନ୍ତୁ ଓଡିଆ ପରମ୍ପରାରେ କଣ ରହିଛି ଏହାର ମହତ୍ତ୍ୱ

ଆଉ ମାତ୍ର ଦିନ କେଇଟା ପରେ ମକର ସଂକ୍ରାନ୍ତି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡ଼ିଆ ପରମ୍ପରାନୁଯାୟୀ ମକର ସଂକ୍ରାନ୍ତି ଦିନ ଗ୍ରହର ବକ୍ରଗତି ଆରମ୍ଭ ହୋଇ ଦିନ ବଡ଼ ଏବଂ ରାତି ସାନ ହୋଇଥାଏ । ଏହି ଦିନରୁ ସୂର୍ୟ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଯାହାଫଳରେ ଧୀରେ ଧୀରେ ଶୀତର ପ୍ରକୋପ କମ ହୋଇଥାଏ। ଖାସ କରି ଓଡ଼ିଶାର କେନ୍ଦୁଝର, ମୟୁରଭଞ୍ଜ ଏବଂ ଗଞ୍ଜାମ ଜିଲ୍ଲାରେ ଏହାକୁ ଧୁମଧାମରେ ପାଳନ କରାଯାଏ। ସେହିପରି ଓଡିଶାର ବିଭିନ୍ନ ପ୍ରାନ୍ତରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ପୂଜା କରାଯାଇଥାଏ। ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ହିସାବରେ ପାଳନ କରାଯାଇଥିବା ବେଳେ ପଞ୍ଜାବରେ ଏହାକୁ ଲୋରୀ ପର୍ବ ଭାବେ ପାଳନ କରାଯାଏ।

ତେବେ ଆସନ୍ତୁ ଜାଣିବା ଓଡ଼ିଆ ମକର ଚାଉଳର ପ୍ରସ୍ତୁତି

riceଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କିଛି ଅରୁଆ ଚାଉଳକୁ ଭିଜାଇ ତାହାକୁ ସାମାନ୍ୟ ଗୁଣ୍ଡ କରିଦିଅନ୍ତୁ। ଏଥିରେ ନଡ଼ିଆ, ଛେନା, କଦଳୀ ଓ କିଛି ଗୋଲ ମରିଚ ମିଶ୍ରଣ କରନ୍ତୁ।ଏଥିରେ ସ୍ବାଦନୁସାର ଚିନି କିମ୍ବା ଗୁଡ଼କୁ ମିଶାନ୍ତୁ। ଏହାକୁ ଠିକ୍ ଭାବେ ମିଶାଇ ତାହାକୁ ଭଗବାନଙ୍କ ପାଖରେ ଭୋଗ ଲଗାନ୍ତୁ। ପରେ ଏହାର ସେବନ ନିଜେ କରନ୍ତୁ ଓ ଅନ୍ୟକୁ ଦିଅନ୍ତୁ।

ଏପରି ମଧ୍ୟ କୁହାଯାଏ ନିଜ ବନ୍ଧୁତାକୁ ନିବିଡ଼ କରିବା ପାଇଁ କିଛି ଲୋକ ପରସ୍ପରକୁ ଏହି ମକର ଚାଉଳ ଖୁଆଇ ମକର ମିତ ବସିଥାନ୍ତି। ଏହାପରେ ସେମାନେ ପରସ୍ପରର ନା ଧରି ଡ଼ାକି ନଥାନ୍ତି ବରଂ ମକର ବା ମିତ ବୋଲି ସମ୍ବୋଧନ କରିଥାନ୍ତି। ଏହି ଦିନ ବିଭିନ୍ନ ସ୍ଥାନରେ ଗୁଡ଼ି ଉଡ଼ାଯିବାପରମ୍ପରା ମଧ୍ୟ ରହିଛି। ଏହି ଗୁଡି ଉଡାଯିବା ସହିତ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ମଧ୍ୟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.