ସ୍ପେଶାଲ

ଏକା ୪୦ଜଣ ଯୋଦ୍ଧାଙ୍କ ସହିତ ସମାନ ଥିଲେ ଏହି ସମ୍ରାଟ, ସାଧାରଣ ମଣିଷରୁ କେମିତି ହେଲେ ସମ୍ରାଟ

ପୃଥିବୀରେ ଏମିତି ଅନେକ ରାଜା ମହାରାଜା ବା ସମ୍ରାଟ ଅଛନ୍ତି ଯାହାଙ୍କ ନାମ ଇତିହାସରେ ସବୁଦିନ ପାଇଁ ଅମର ହୋଇଯାଇଛି। ଏହିଭଳି ଜଣେ ଯୋଦ୍ଧା ଥିଲେ ଫ୍ରାନ୍ସର ମହାନ ବାଦଶାହା ବୋଲାଉଥିବା ନେପୋଲିୟନ ବୋନାପାର୍ଟ। ସେ ପୃଥିବୀର ଏକ ବୃହତ ଅଂଶକୁ କବ୍‌ଜା କରିଥିଲେ। ୧୭୬୯ ମସିହା ଅଗଷ୍ଟ ୧୫ ତାରିଖରେ କୋର୍ସିକା ଦ୍ୱିପର ଅଜାଚିୟୋରେ ଜନ୍ମ ଗ୍ରହଣ କରିଥିଲେ ବୋନାପାର୍ଟ। ସେ ଯୁଦ୍ଧ କ୍ଷେତ୍ରରେ ଏକା ୪୦ ଜଣ ଯୋଦ୍ଧାଙ୍କ ସହିତ ସମାନ ଥିଲେ ବୋଲି ବ୍ରିଟେନର ମହାନ ଯୋଦ୍ଧା ଡ୍ୟୁକ୍ ଅଫ େଓ୍ଵଲିଙ୍ଗଟନ୍ କହିଥିଲେ। ତେବେ ଜଣେ ସାଧାରଣ ମଣିଷରୁ ସମ୍ରାଟ ହେବା ପଛରେ ବୋନାପାର୍ଟଙ୍କର କାହାଣୀ ଥିଲା ଖୁବ ରୋଚକ ।

ଏହି ସମୟରୁ ମିଳିଥିଲା ଛାଡ଼ପତ୍ର ପ୍ରଥାକୁ ମାନ୍ୟତା :

ପୃଥିବୀର ସବୁଠାରୁ ମହାନ ସେନାପତିଙ୍କ ମଧ୍ୟରୁ ଜଣେ ଥିଲେ ବୋନାପାର୍ଟ । ସେ ଫ୍ରାନ୍ସରେ ଏକ ନୂତନ ବିଧି ମଧ୍ୟ ଲାଗୁ କରିଥିଲେ । ଯାହାକୁ ନେପୋଲିୟନଙ୍କ ସଂହିତା କୁହାଯାଉଥିଲା । ସେହି ସମୟରେ ତାଙ୍କ ଆଇନ ଅନୁସାରେ ବିବାହ ଏବଂ ଛାଡପତ୍ରର ପ୍ରଥାକୁ ମାନ୍ୟତା ମିଳିଥିଲା। ଜଣେ ମଧ୍ୟମ ବର୍ଗ ପରିବାରର ପୁଅ ଥିଲେ ବୋନାପାର୍ଟ । କିନ୍ତୁ ପାଠ ପ୍ରତି ତାଙ୍କ ଆଗ୍ରହ ଥିଲା ପ୍ରଗାଢ଼ । ପୁଅର ପାଠ ପଢା ପ୍ରତି ଥିବା ଆଗ୍ରହକୁ ଦେଖି ତାଙ୍କ ବାପା ମାଆ କେବଳ ନଅ ବର୍ଷ ବୟସରେ ପାଠ ପଢିବା ପାଇଁ ତାଙ୍କୁ ଫ୍ରାନ୍ସ ପଠାଇ ଦେଇଥିଲେ। ଏହାପରେ ସେ ଭିନ୍ନ ଭିନ୍ନ ସ୍ଥାନରେ ରହି ପାଠ ପଢି ୧୭୮୫ ମସିହାରେ ଗ୍ରାଜୁଏଟ ହୋଇଥିଲେ। ପାଠପଢା ପରେ ବୋନାପାର୍ଟ ଫ୍ରାନ୍ସର ସେନା ବାହିନୀ ସହିତ ସାମିଲ ହୋଇଯାଇଥିଲେ । ସେଠାରେ ତାଙ୍କୁ ତୋପଖାନା ରେଜିମେଣ୍ଟରେ ସେକେଣ୍ଡ ଲେଫ୍ଟିନେଣ୍ଟ ର୍ୟାଙ୍କ ମିଳିଥିଲା। କେବଳ ସେତିକି ନୁହେଁ ମାତ୍ର ୨୪ ବର୍ଷ ବୟସରେ ତାଙ୍କୁ ବ୍ରିଟେନର ବ୍ରିଗେଡିୟର ଜେନେରାଲ ଭାବରେ ଘୋଷଣା କରାଯାଇଥିଲା।

ନେପୋଲିୟନ ନିଜ ବୀରତା ଏବଂ ବୁଝାମଣା ସାହାଯ୍ୟରେ ଅନେକ ଯୁଦ୍ଧରେ ବିଜୟ ହାସଲ କରିଥିଲେ। ପରେ ପରିସ୍ଥିତିରେ ପଡି ୧୮୦୪ ମସିହାରେ ପୋପଙ୍କ ଉପସ୍ଥିତିରେ ସେ ନିଜକୁ ଫ୍ରାନ୍ସର ସମ୍ରାଟ ଘୋଷଣା କରିଥିଲେ। ତେବେ ୧୮୧୫ ମସିହାରେ ହୋଇଥିବା ଓ୍ଵାଟରଲୁର ଏକ ଯୁଦ୍ଧରେ ପରାସ୍ତ ହେବା ପରେ ଇଂରେଜମାନେ ବୋନାର୍ପୋଟଙ୍କୁ ସେଣ୍ଟ ହେଲେନା ଦ୍ୱୀପରେ ବନ୍ଦୀ କରି ରଖିଥିଲେ। ପ୍ରାୟ ଛଅ ମାସ ସମୟ ସେଠାରେ ବନ୍ଦୀ ହୋଇ ରହିଲାପରେ ତାଙ୍କର ଦେହାନ୍ତ ହୋଇଥିଲା । କିଛି ଲୋକଙ୍କ କହିବାନୁସାରେ ବୋନାର୍ପୋଟଙ୍କୁ ବିଷ ଦେଇ ହତ୍ୟା କରାଯାଇଥିଲା।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago