ଭଗବାନ ଶିବ ଓ ମାତା ସତୀଙ୍କ ବ୍ୟତୀତ ପାକିସ୍ତାନରେ ରହିଛି ଅନ୍ୟ ଦେବାଦେବୀଙ୍କର ଅନେକ ଚମତ୍କାରୀ ମନ୍ଦିର, ଜାଣନ୍ତୁ ରହସ୍ୟ

ବିଶ୍ବରେ ସନାତନ ଧର୍ମକୁ ମାନୁଥିବା ଲୋକମାନେ କେବଳ ଭାରତରେ ନୁହନ୍ତି ପୂରା ଦୁନିଆରେ ରହିଛନ୍ତି। ୧୯୪୭ ପୂର୍ବରୁ ପାକିସ୍ତାନ ଭାରତରେ ଥିଲା । ପାକିସ୍ତାନ ଭାଗ ହେବା ପରେ ଅନେକ ଐତିହାସିକ ମନ୍ଦିର ସେଠାରେ ରହିଗଲା। ତା ଭିତରୁ ବହୁ ହିନ୍ଦୁ ମନ୍ଦିରକୁ ଧ୍ୱଂସ କରିଦିଆଯାଇଥିଲା। ତଥାପି ଅନେକ ହିନ୍ଦୁ ଓ ହିନ୍ଦୁ ମନ୍ଦିର ରହିଛି ଏହି ଇସଲାମିକ୍‌ ଦେଶରେ । ସେହି ସବୁ ମନ୍ଦିରର ଐତିହାସିକ ଏବଂ ପୌରାଣିକ ମହତ୍ୱ ରହିଛି।

ହିଙ୍ଗଲାଜ ମାତା ମନ୍ଦିର

hingalajପାକିସ୍ତାନରେ ହିନ୍ଦୁ ମନ୍ଦିର ବିଷୟରେ ଆଲୋଚନା କଲେ ପ୍ରଥମେ ସେହି ଶକ୍ତି ପୀଠର ନାମ ଆସିଥାଏ ଯାହା ପାକିସ୍ତାନର ବେଲୁଚିସ୍ଥାନରେ ଅବସ୍ଥିତ। ଏହି ମନ୍ଦିର ହିଙ୍ଗଲାଜ ମାତା ମନ୍ଦିର ନାମରେ ଜଣାଶୁଣା। ଏହି ଶକ୍ତପୀଠର ରକ୍ଷଣା ବେକ୍ଷଣା ହିନ୍ଦୁମାନଙ୍କ ସହ ମୁସଲମାନ ମାନେ ମଧ୍ୟ ମିଳିମିଶି କରିଥାନ୍ତି। ମୁସିଲିମ୍ ସଂପ୍ରଦାୟର ଲୋକମାନେ ଏହାକୁ ଏକ ଚମତ୍କାରୀ ସ୍ଥାନ ରୂପେ ମାନନ୍ତି। ୫୧ଟି ଶକ୍ତି ପୀଠ ମଧ୍ୟରୁ ହିଙ୍ଗଲାଜ ମାତା ମନ୍ଦିର ହେଉଛି ଅନ୍ୟତମ । ଏଠାକୁ ଯାତ୍ରା କରିବା ସମୟରେ ବୈଷ୍ଣୋଦେବୀ ମାତାଙ୍କ ମନ୍ଦିରକୁ ଯାତ୍ରା କଲା ପରି ଲାଗିଥାଏ । କାରଣ ଏହି ମନ୍ଦିର ରାସ୍ତା ଠିକ ସେହିପରି ଦୁର୍ଗମ ଏବଂ ଉଚ୍ଚ ପାହାଡ଼ର ଗୁମ୍ଫା ମଧ୍ୟରେ ଅବସ୍ଥିତ।

ଏହା ସହ ପଢ଼ନ୍ତୁ : ପାକିସ୍ତାନରେ ରହିଛି ଦୁଇ ହଜାର ବର୍ଷ ପୁରୁଣା ହିନ୍ଦୁ ମନ୍ଦିର !!

ଏହି ମନ୍ଦିର ହିଙ୍ଗଲା ନଦୀ କୂଳରେ ଅତି ସୁନ୍ଦର ପାହାଡ଼ର ତଳଭାଗରେ ଅବସ୍ଥିତ। ପାହାଡ଼ ଭିତରେ ଥିବା ଏକ ଗୁମ୍ଫାରେ ଥିବା ମନ୍ଦିରରେ ମାତା ହିଙ୍ଗଲାଜ ବିରାଜମାନ କରିଛନ୍ତି। ପ୍ରାୟ ୨ ହଜାର ବର୍ଷ ପୂର୍ବରୁ ଏହି ମନ୍ଦିର ସ୍ଥାପିତ ହୋଇଥିବା ପୁରାଣ ଓ ଇତିହାସରେ ଉଲ୍ଲେଖ ରହିଛି। ପୌରାଣିକ କଥା ଅନୁସାରେ ଭଗବାନ ଶିବ ମାତା ସତୀଙ୍କ ମରଶରୀରକୁ କାନ୍ଧରେ ଧରି ବୁଲୁଥିବା ବେଳେ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ସତୀଙ୍କର ଶିର ବା ମୁଣ୍ଡ କଟି ଦେବାରୁ ତାହା ଏହି ଜାଗାରେ ପଡ଼ିଥିଲା। ଏହି କାରଣରୁ ସ୍ଥାନ ଚମତ୍କାରୀ ଏବଂ ଦିବ୍ୟ ଅନୁଭବ ଆଣିଦିଏ । ଏଠି ହିନ୍ଦୁ ମୁସଲମାନର ଭେଦଭାବ ନାହିଁ । ଉଭୟ ସଂପ୍ରଦାୟର ଲୋକମାନେ ଏକାଠି ମିଳିମିଶି ଭକ୍ତିରେ ମାତାଙ୍କ ପୂଜା କରିଥାନ୍ତି।

mata

ଏହିପରି କ୍ଷେତ୍ରୀୟ ମାନଙ୍କର ପ୍ରାଣ ରକ୍ଷା ହୋଇଥିଲା

ବ୍ରହ୍ମାବୈବର୍ତ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଥରେ ମାତା ହିଙ୍ଗଲାଜଙ୍କର ଦର୍ଶନ କରିଥାନ୍ତି ତାଙ୍କୁ ପୂର୍ବ ଜନ୍ମର ଦଣ୍ଡ ଭୋଗିବାକୁ ପଡ଼ିନଥାଏ। କୁହାଯାଇଥାଏ ପର୍ଶୁରାମଙ୍କ ଦ୍ବାରା ବିଶ୍ୱରେ ୨୧ଥର କ୍ଷେତ୍ରୀୟମାନଙ୍କର ଅନ୍ତ କରାଯାଇଥିଲା । ଏହି ସମୟରେ କିଛି କ୍ଷେତ୍ରୀୟ ନିଜର ପ୍ରାଣ ରକ୍ଷା କରିବା ପାଇଁ ମାତା ହିଙ୍ଗଲାଜଙ୍କ ପାଖରେ ଗୁହାରି କରିଥିଲେ। ଏହାପରେ ମାତା କ୍ଷେତ୍ରୀୟମାନଙ୍କୁ ବ୍ରହ୍ମକ୍ଷେତ୍ରୀୟ କରିଥିଲେ।
କରାଚିର ହନୁମାନ ମନ୍ଦିର

hanumanପାକିସ୍ତାନର କରାଚିରେ ଅବସ୍ଥିତ ହନୁମାନ ମନ୍ଦିରକୁ ନେଇ କୁହାଯାଏ ଯେ ଏଠାରେ ବିରାଜମାନ କରିଥିବା ହନୁମାନ ୧୭ଲକ୍ଷ ବର୍ଷ ପୂର୍ବରୁ ଭକ୍ତମାନଙ୍କର ମନସ୍କାମନା ପୂରଣ କରି ଆସୁଛନ୍ତି। ହନୁମାନଙ୍କୁ ସତ୍ୟ ଓ ନିଷ୍ଠାର ସହ ମାନୁଥିବା ବ୍ୟକ୍ତି କେବେ ମଧ୍ୟ ଖାଲି ହାତରେ ଏଠାରୁ ଫେରି ନଥାନ୍ତି। ମଙ୍ଗଳବାର ଏବଂ ଶନିବାର ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଦର୍ଶନ କରିବା ପାଇଁ ଆସିଥାନ୍ତି। କେବଳ ପାକିସ୍ତାନରେ ରହୁଥିବା ହିନ୍ଦୁମାନେ ନୁହେଁ ଭାରତରୁ ମଧ୍ୟ ଭକ୍ତମାନେ ଏହି ମନ୍ଦିରରେ ବଜରଙ୍ଗବଲୀଙ୍କୁ ଦର୍ଶନ କରିବା ପାର୍ଇଁ ଏଠାକୁ ଛୁଟି ଆସନ୍ତି।

କଟାସରାଜ ମନ୍ଦିର

katasrajହନୁମାନ ମନ୍ଦିର ଭଳି ପାକିସ୍ତାନର ପ୍ରାଚୀନ ଶିବ ମନ୍ଦିର ହିନ୍ଦୁମାନଙ୍କ ଭକ୍ତିର ମୁଖ୍ୟ କେନ୍ଦ୍ର ପାଲଟିଛି। ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ନିକଟ ଚକବାଲା ଜିଲ୍ଲାରେ ରହିଛି ଏହି ମନ୍ଦିର । ଏହାର ନିର୍ମାଣ ଷଷ୍ଠ ଶତାବ୍ଦୀରୁ ନବମ ଶତାବ୍ଦୀ ମଧ୍ୟରେ କରାଯାଇଥିଲା। ଭଗବାନ ଶିବଙ୍କର ଏହି ପୌରାଣିକ ମନ୍ଦିର ପାକିସ୍ତାନର ଚକବାଲା ଗାଁ ଠାରୁ ପ୍ରାୟ ୪୦କି.ମି ଦୂର କଟାସ ପାହାଡ଼ ଉପରେ ଅବସ୍ଥିତ। ମହାଭାରତ କାଳରେ ଯକ୍ଷ ଏବଂ ଯୁଧିଷ୍ଠିରଙ୍କ ମଧ୍ୟରେ ଏହିଠାରେ ମିଳନ ହୋଇଥିଲା।

ମାତା ଗୌରୀଙ୍କ ମନ୍ଦିର

gouriପାକିସ୍ତାନର ଶକ୍ତିପୀଠ ମଧ୍ୟରେ ମାତା ଗୌରୀଙ୍କର ମନ୍ଦିର ହିନ୍ଦୁମାନଙ୍କର ସବୁଠାରୁ ବଡ଼ ତୀର୍ଥ ସ୍ଥାନ ମଧ୍ୟରେ ତୃତୀୟରେ ରହିଛି । ଏହି ମନ୍ଦିର ସିନ୍ଧ୍‌ ଅଞ୍ଚଳର ଥାରପାରକର ଜିଲ୍ଲାରେ ଅବସ୍ଥିତ। ମୁସଲମାନ୍‌ ବହୁଳ ଦେଶ ହୋଇଥିଲେ ମଧ୍ୟ ଏଠାରେ ଅଧିକ ସଂଖ୍ୟାରେ ହିନ୍ଦୁ ଆଦିବାସୀ ରହିଛନ୍ତି। ଯାହାକୁ ପାକିସ୍ତାନରେ ‘ଥାରି ହିନ୍ଦୁ’ ଭାବେ ସମ୍ବୋଧିତ କରାଯାଏ। ଏହି ମନ୍ଦିର ପାଖରେ ଏକ ଚମତ୍କାରୀ କୂଅ ରହିଛି। ମା ଗୌରୀଙ୍କ ଆଶୀର୍ବାଦରୁ ଏହି କୂଅ କେବେବି ଶୁଖେ ନାହିଁ ।

ମୁଲତାନର ନରସିଂହ ମନ୍ଦିର

narshinghବୈଷ୍ଣବ ପରମ୍ପରାର ସାଧକମାନଙ୍କ ପାର୍ଇଁ ପାକିସ୍ତାନର ଏହି ନରସିଂହ ମନ୍ଦିର ଏକ ବଡ଼ ତୀର୍ଥ ସ୍ଥାନ। ହିରଣ୍ୟକଶ୍ୟପକୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ଏହି ଜାଗାରେ ନରସିଂହ ରୂପରେ ପ୍ରକଟ ହୋଇଥିଲେ। ‘ମୁଲତାନ’ ଶବ୍ଦର ଅର୍ଥ ମୂଳ-ସ୍ଥାନ । ଏହି ସ୍ଥାନରେ ଭଗବାନ ବିଷ୍ଣୁ ନରସିଂହ ରୂପରେ ପ୍ରକଟ ହୋଇ ପ୍ରଥମ ଥର ଦର୍ଶନ ଦେଇଥିଲେ ବୋଲି ଲୋକମତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.