Categories: ସ୍ପେଶାଲ

ଏମିତି ଏକ ମନ୍ଦିର, ଯେଉଁଠାରେ ପ୍ରେମୀଯୁଗଳଙ୍କ ମିଳିଥାଏ ଆଶ୍ରୟ

ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ହିମାଚଳ ପ୍ରଦେଶ ଯେତିକି ଲୋକପ୍ରିୟ ସେତିକି ଏଠାର ପରମ୍ପରା ପାଇଁ ମଧ୍ୟ ଏହା ପ୍ରସିଦ୍ଧ। ଆଜି ଆମେ ଆପଣଙ୍କୁ କହିବୁ କୁଲ୍ଲର ସାଂଘଡ ଗାଁର ପ୍ରସିଦ୍ଧ ଦେବତା ସଂଗଚୁଲ ମହାଦେବଙ୍କ ବିଷୟରେ, ଯେଉଁଠାରେ ପ୍ରେମୀ ଯୁଗଳଙ୍କୁ ଭଗବାନ ସରଣ ଦେଇଥାନ୍ତି।

ପାଣ୍ଡବଙ୍କ ଯୁଗରେ ସାଂଘଡ ଗାଁରେ ଅନେକ ଐତିହାସିକ କୋଠରୀମାନ ରହିଛି। ଏହିସବୁ ମଧ୍ୟରୁ ସଂଗଚୁଲ ମହାଦେବ ମନ୍ଦିର ପ୍ରସିଦ୍ଧ। ସଂଗଚୁଲ ମହାଦେବଙ୍କ ସୀମାରେ କୌଣସି ଜାତିର ପ୍ରେମୀ ଯୁଗଳ ପହଞ୍ଚିବା ପରେ କୌଣସି ବ୍ୟକ୍ତି ତାଙ୍କର କିଛି ଅସୁବିଧା କରିପାରିନଥାନ୍ତି। ଏପରିକି ପରିବାର ସଦସ୍ୟ ମଧ୍ୟ କିଛି କରିପାରନ୍ତି ନାହିଁ। ସଂଗଚୁଲ ମହାଦେବ ମନ୍ଦିରର ପାଖାପାଖି ୧୦୦ ବିଘା କ୍ଷେତ୍ରରେ ଅବସ୍ଥିତ। ଯେ କୌଣସି କାରଣରୁ ପ୍ରେମୀ ଯୁଗଳ ଏଠାରେ ପହଞ୍ଚିବା ମାତ୍ରେ ହିଁ ସେମାନଙ୍କୁ ଭଗବାନଙ୍କ ସରଣରେ ଆଶ୍ରୟ ନେଇଥିବା କୁହାଯାଇଥାଏ।
ଏଠାରେ ପ୍ରଚଳିତ ନିୟମ ପାଳନ କରିବା ପାଇଁ ମଧ୍ୟ ଏହି ଗାଁକୁ ପୋଲିସ ଆସିବାରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏଥିସହ ଏଠରେ ମଦ, ସିଗାରେଟ୍‌ ଏବଂ ଚମଡା ଜିନିଷ ବାରଣ କରାଯାଇଥାଏ। ଏହାବ୍ୟତୀତ ଏହି ସ୍ଥାନକୁ କୌଣସି ପ୍ରକାର ଅସ୍ତ୍ର-ଶସ୍ତ୍ର ମଧ୍ୟ ପ୍ରବେଶ କରାଯାଇନଥାଏ ଏବଂ ଏଠାରେ କୌଣସି ଝଗଡା ତଥା ଉଚା ଆବାଜରେ ମଧ୍ୟ କଥା କୁହାଯାଏ ନାହିଁ। ଏହି ନିଷ୍ପତି ଭଗବାନଙ୍କର ବୋଲି ମାନ୍ୟତା ରହିଛି।

ମାନ୍ୟତା ଅନୁଯାୟୀ ଉଲ୍ଲେଖ ରହିଛି ଅଜ୍ଞାତବାସ ସମୟରେ ପାଣ୍ଡବମାନେ କିଛି ସମୟ ପାଇଁ ଏଠାରେ ଅଟକି ଥିଲେ। କିନ୍ତୁ କୌରବମାନେ ତାଙ୍କ ପିଛା କରି ଏଠାରେ ପହଞ୍ଚିବା ସମୟରେ ସଂଗଚୁଲ ମହାଦେବ କୌରବଙ୍କୁ ରୋକିବା ସହ କହିଥିଲେ ଏହା ମୋ କ୍ଷେତ୍ର ଏବଂ ଯିଏ ବି ମୋ ସରଣରେ ଆସିବ ତାଙ୍କର କେହି କିଛି ଅସୁବିଧା କରିପାାରିବେ ନାହିଁ। ଶେଷରେ ମହାଦେବଙ୍କ ଭୟରେ କୌରବମାନେ ପୂନର୍ବାର ଫେରିଯାଇଥିଲେ। ଏହି କାରଣରୁ ପ୍ରାଚୀନ ଯୁଗରୁ ଆଜି ପର୍ଯ୍ୟନ୍ତ ଯେକୌଣସି ବ୍ୟକ୍ତିଙ୍କୁ ଯଦି ତାଙ୍କ ଭଲପାଇବାରେ ଘର ଲୋକ ସମର୍ଥନ କରିନଥାନ୍ତି ତେବେ ପ୍ରେମୀ ଯୁଗଳ ଏଠାରେ ଭଗବାନଙ୍କ ସରଣ ନେବା ପାଇଁ ପହଞ୍ଚିଥାନ୍ତି।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

24 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

26 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

32 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

41 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

41 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

59 mins ago