ଓଡିଆମାନଙ୍କ ଗର୍ବର ଦିନ, ଆଜି ପବିତ୍ର ଉତ୍କଳ ଦିବସ

ଦେଶ ମଧ୍ୟରେ ଭାରତ, ରାଜ୍ୟ ମଧ୍ୟରେ ଓଡ଼ିଶା
ଭାଷା ମଧ୍ୟରେ ଓଡ଼ିଆ ସବୁଠୁ ବଢ଼ିଆ, ଗର୍ବର ସହ କୁହେ ମୁଁ ଓଡିଆ।

ଆଜି ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ପ୍ରତ୍ୟେକଟି ଓଡିଆ ଗର୍ବ ଅନୁଭବ କରୁଥିବେ ନିଶ୍ଚୟ। ଓଡିଶା ଏପରି ଏକ ରାଜ୍ୟ, ଯେଉଁଠି ବିଭିନ୍ନ ଜାତି, ବର୍ଣ୍ଣ, ଧର୍ମ,ଭାଷା, ସଂସ୍କୃତି ତଥା ସାମାଜିକ ମୂଲ୍ୟବୋଧ ଭଳି ଅନେକ ବୈଶିଷ୍ଟତାର ସମାହାର ଦେଖିବାକୁ ମିଳିବ। ତେବେ ଏହାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅପ୍ରେଲ ୧କୁ ‘ଉତ୍କଳ ଦିବସ’ ରୂପେ ପାଳନ କରାଯାଏ। ଅତୀତର ସେନାନାୟକଙ୍କ ଅବଦାନକୁ ମନେପକାଇବା ପାଇଁ ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଛି।

ଦୀର୍ଘବର୍ଷ ଧରି ଓଡ଼ିଆମାନେ ଆଫଗାନ, ମୋଗଲ, ମରହଟ୍ଟା ଇଂରେଜମାନଙ୍କ କବଳରେ ଶାସିତ ହୋଇଥିଲେ। ଶେଷରେ ୧୯୩୬ ମସିହା ଅପ୍ରେଲ୧ ରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା। ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ଥାନ ଥିଲା ସ୍ୱତନ୍ତ୍ର। ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ କରିବା ପାଇଁ ଓଡ଼ିଶାବାସୀଙ୍କୁ ନେଇ ସେ ଆନ୍ଦୋଳନ ଆରମ୍ଭ କରିଥିଲେ।

ତେବେ ଏହି ଅନ୍ଦୋଳନରେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି, ରାଜା ବୈକୁଣ୍ଠନାଥ, ଫକୀରମୋହନ ସେନାପତି , ଗଙ୍ଗାଧର ମେହେର ଆଦି ସହଯୋଗ କରିଥିଲେ। ପରେ ୧୯୫୦ରେ ଓଡ଼ିଶା ଭାରତର ସଂଗଠକ ରାଜ୍ୟ ରୂପେ ଘୋଷଣା କରାଗଲ। ତେଣୁ ଏହାକୁ ମନେ ରଖିବା ପାଇଁ ସବୁବର୍ଷ ଅପ୍ରେଲ ୧ କୁ ଉତ୍କଳ ଦିବସ ରୂପେ ପାଳନ କରାଯାଏ।

Leave A Reply

Your email address will not be published.