Valentine’s Day ତ ପାଳନ କରୁଛନ୍ତି, ହେଲେ ଜାଣିଛନ୍ତି କି ଏହା ପଛର ଇତିହାସ !!

Valentines Day କୁ ପ୍ରାୟ ସବୁ ପ୍ରେମୀ ଯୁଗଳ ଅପେକ୍ଷା କରିଥାନ୍ତି। ଏହାକୁ ଦୁନିଆର ସବୁ ପ୍ରେମୀ ମାନେ ସେଲିବ୍ରେଟ କରିଥାନ୍ତି। କିନ୍ତୁ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ କାହିଁକି ସବୁ ବର୍ଷ କେବଳ ୧୪ ଫେବୃଆରୀରେ ଏହା ପଡିଥାଏ।

୧୪ ଫେବୃଆରୀ ସେଣ୍ଟ ଭାଲେଣ୍ଟାଇନ୍ସ ଡେ, କ୍ୟାଥୋଲିକ ସନ୍ଥ ଭାଲେଣ୍ଟାଇନଙ୍କର ସହିଦ୍ ଦିବସ ଅଟେ। ଯାହା ସମୟ କ୍ରମେ ଭାଲେଣ୍ଟାଇନ ଡେ ଭାବରେ ପାଳିତ କରାଗଲା।

ସନ୍ଥ ଭାଲେଣ୍ଟାଇନ ତ୍ରୁତୀୟ ଶତାବ୍ଦୀର ବୋଲି କୁହାଯାଏ। ଯେତେବେଳେ ସେ ରୋମରେ ଥିଲେ ତେବେ ସେଠାକାର ସମ୍ରାଟ କ୍ଲାଡିୟସଙ୍କ ଶାସନ ଚାଲୁଥିଲା। କ୍ଲାଡିୟସ୍ ଭାବୁଥିଲେ ଯେ ସିଙ୍ଗଲ୍ ପୁରୁଷ ବିବାହିତ ପୁରୁଷଙ୍କ ତୁଳନାରେ ଅଧିକ ଭଲ ସୈନିକ ହୋଇପାରିବେ। ଏହି କାରଣରୁ ସେ ନିଜର ସାମ୍ରାଜ୍ୟରେ ସୈନିକ ଏବଂ ଅଧିକାରୀ ମାନଙ୍କୁ ବିବାହ କରିବାରେ ପ୍ରତିରୋଧକ ଲଗାଇଥିଲେ।

Saint Valentinesଏମିତି ପରିସ୍ଥିତିରେ ଲୋକଙ୍କୁ ସାହାରା ମିଳିଲା ସନ୍ଥ ଭାଲେଣ୍ଟାଇନଙ୍କ ପାଖରୁ। ଭାଲେଣ୍ଟାଇନ ଜଣେ ପାଦରୀ ଥିଲେ ଏବଂ ସେ ସେହି ଆଦେଶକୁ ବିରୋଧ କରୁଥିଲେ। ଭାଲେଣ୍ଟାଇନ ସମ୍ରାଟଙ୍କର ଆଦେଶକୁ ଅବହେଳନା କରି ଅନେକ ସୈନିକ ଏବଂ ଅଧିକାରୀଙ୍କୁ ଗୁପ୍ତ ବିବାହ କରାଇଦେଲେ। ଯେତେବେଳେ ସମ୍ରାଟଙ୍କୁ ଏହା ବିଷୟରେ ସୂଚନା ମିଳିଲା ତେବେ ସେ ଭାଲେଣ୍ଟାଇନଙ୍କୁ ମୃତ୍ୟୁର ଦଣ୍ଡ ଦେଲେ। କୁହାଯାଏ ଯେ ୧୪ ଫେବୃଆରୀ ଦିନ ହିଁ ଭାଲେଣ୍ଟାଇନଙ୍କୁ ଫାସି ଦିଆଯାଇଥିଲା।

କୁହାଯାଏ ଯେ ସନ୍ଥ ଭାଲେଣ୍ଟାଇନ ନିଜର ମୃତ୍ୟୁ ସମୟରେ ଜେଲରଙ୍କ ଅନ୍ଧ ଝିଅକୁ ନିଜର ଆଖି ଦାନ କରିଥିଲେ। ସନ୍ଥ ଜେକୋବସଙ୍କୁ ଏକ ପତ୍ର ମଧ୍ୟ ଲେଖିଥିଲେ, ଯେଉଁଥିରେ ଶେଷରେ ଲେଖା ହୋଇଥିଲା ‘ତୁମର ଭାଲେଣ୍ଟାଇନ’। ସେହି ଦିନ ଠାରଚ ନିଜର ପ୍ରିୟ ଲୋକଙ୍କୁ ଭାଲେଣ୍ଟାଇନ କହିବାର ପରମ୍ପରା ଆରମ୍ଭ ହେଲା ।

Leave A Reply

Your email address will not be published.