ସ୍ପେଶାଲ

ଏବେ ହକି ବିଶ୍ୱକପ୍‌ ଟ୍ରଫି ବୁଲୁଛି ଓଡ଼ିଶାରେ, ଜାଣିଛନ୍ତି କି ତାର ଇତିହାସ ?

ପୁରୁଷ ହକି ବିଶ୍ୱକପ ପାଇଁ ଏବେ ଚଳଚଞ୍ଚଳ ସାରା ଓଡ଼ିଶା। ଭୁବନେଶ୍ୱର ଏବଂ ରାଉରକେଲାରେ ହେବାକୁ ଥିବା ଏହି ମହାକୁମ୍ଭ ପାଇଁ ପ୍ରସ୍ତୁତି ବି ଜୋରଦାର ଚାଲିଛି। ଆଉ ବିଶ୍ୱକପ ଟ୍ରଫି ଓଡ଼ିଶାର ବିଭିନ୍ନ ସ୍ଥାନରେ ବୁଲୁଛି ସଚେତନତା ଏବଂ ଉତ୍ସାହ ସୃଷ୍ଟି ପାଇଁ । ତେବେ ହକି ବିଶ୍ୱକପ୍ ଓ ଏହାର ଟ୍ରଫି ପଛରେ ରହିଛି ଦୀର୍ଘ ୫୦ବର୍ଷର ଇତିହାସ।

ଏବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବୁଲୁଛି ହକି ବିଶ୍ୱ କପ୍‌ ଟ୍ରଫି । କାରଣ ଓଡ଼ିଶାରେ ହିଁ ଆୟୋଜିତ ହେଉଛି ହକି ବିଶ୍ୱକପ୍‌ ୨୦୨୩ । ତେବେ ଏହି ଟ୍ରଫି ବିଷୟରେ ଆସନ୍ତୁ ଜାଣିବା ବିସ୍ତତ ଭାବେ ।..୧୯୭୧ରେ ପ୍ରଥମେ ହକି ବିଶ୍ୱକପ ସ୍ପେନରେ ଖେଳା ଯାଇଥିଲା। କିନ୍ତୁ ଏହା ଏତେ ସହଜ ନଥିଲା। ହକି ବିଶ୍ୱକପ୍ ପାଇଁ ପାକିସ୍ତାନ ଚେଷ୍ଟା କରିଥିଲା। ଯେଉଁଥିରେ ଭାରତ ପାକିସ୍ତାନକୁ ସମର୍ଥନ କରିଥିଲା। ୯ଟି ଦେଶ ମଧ୍ୟରେ ୧୯୬୯ରେ ଲାହୋରରେ ଏକ ହକି ଟୁର୍ଣ୍ଣାମେଣ୍ଟ କରିବାରେ ସଫଳ ହୋଇଥିଲା ପାକିସ୍ତାନ। ଏହି ଟୁର୍ଣ୍ଣାମେଣ୍ଟରେ ହକି ବିଶ୍ୱକପ୍ ସମ୍ପର୍କରେ ତତ୍କାଳୀନ ପାକିସ୍ତାନ ହକି ଫେଡେରେସନ ମୁଖ୍ୟ ଏୟାର ମାର୍ଶାଲ ନୂର ଖାନ ତତ୍କାଳୀନ ଅନ୍ତର୍ଜାତୀୟ ହକି ଫେଡେରେସନର ସଭାପତି ରେନେଙ୍କୁ ଜଣାଇଥିଲେ। ତେବେ ପାକିସ୍ତାନର ଏହି ପ୍ରସ୍ତାବକୁ ପ୍ରଥମ ପଡ଼ୋଶୀ ରାଷ୍ଟ୍ର ଭାବେ ଭାରତ ସମର୍ଥନ କରିଥିଲା। ଯେଉଁକାରଣରୁ ଏହି ଧାରଣା ବିକଶିତ ହୋଇଥିଲା। ସେପଟେ ଏହି ଧାରଣାକୁ କିଛି ଦେଶ ବିରୋଧ ମଧ୍ୟ କରିଥିଲେ। ସେମାନଙ୍କ ଯୁକ୍ତି ଥିଲା, ଏହା ଏକ ଉତ୍ସାହୀ ଖେଳ ଭାବେ ବିଶ୍ୱସ୍ତରୀୟ ଇଭେଣ୍ଟକୁ ବଜାୟ ରଖିବାରେ ସମର୍ଥ ହେବନାହିଁ। ସମସ୍ତ ବିରୋଧ ସତ୍ତ୍ୱେ ଶେଷରେ ୧୯୭୧ମସିହାରେ ସ୍ପେନର ବାର୍ସିଲୋନାରେ ଏହାର ପ୍ରଥମ ଉଦଘାଟନୀ ମ୍ୟାଚ ଖେଳାଯାଇଥିଲା। ପ୍ରକୃତରେ ଯୋଜନା ମୁତାବକ ଏହା ପାକିସ୍ତାନରେ ଖେଳାଯିବାର ଥିଲା କିନ୍ତୁ ୧୯୭୦ ସାଧାରଣ ନିର୍ବାଚନ ପରେ ପାକିସ୍ତାନର ରାଜନୈତିକ ପରିସ୍ଥିତି ଖରାପ ଥିବାରୁ ଏହା ସ୍ପେନରେ ଖେଳାଗଲା । ଅବଶ୍ୟ ଏଥିରେ ବିଜେତା ହେଲା ପାକିସ୍ତାନ । ପୁରୁଷ ହକି ବିଶ୍ୱକପରେ ପାକିସ୍ତାନର ବେଶ୍‌ ପ୍ରଭାବ ରହିଛି । ୪ଟି ଟାଇଟଲ ଜିତିଛି ପାକିସ୍ତାନ। ଏହାପଛକୁ ରହିଛି ନେଦରଲ୍ୟାଣ୍ଡସ ଓ ଅଷ୍ଟ୍ରେଲିଆ । ସେମାନେ ୩ଟି ଲେଖାଏଁ ଟ୍ରଫି ଜିତିଛନ୍ତି। ତେବେ ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିଥିବା ବେଳେ ବିଶ୍ୱକପରେ ଏତେଟା ଭଲ ଖେଳ ଦେଖାଇ ପାରି ନାହିଁ। ୧୯୭୫ରେ ଭାରତ ପ୍ରଥମ ହକି ବିଶ୍ୱକପ ହାସଲ କରିଥିଲା।

ତେବେ କେବଳ ହକି ବିଶ୍ୱକପର ଚିନ୍ତାଧାରା ଯେ ପାକିସ୍ତାନ ଦେଇଥିଲା ତା ନୁହେଁ ଏହାର ଟ୍ରଫି ମଧ୍ୟ ପାକିସ୍ତାନ ହିଁ ଡିଜାଇନ କରିଥିଲା। ଏହାର ମୂଳ ଡିଜାଇନ ସୁନା ଏବଂ ରୁପାରେ କରାଯାଇଛି। ଏକ ଗ୍ଲୋବ ଉପରେ ରହିଛି ହକି ଷ୍ଟିକ। ଏହାର ବେସ ରହିଛି ୨୬ ଇଞ୍ଚ। ଓଜନ ୧୧ କିଲୋରୁ ଅଧିକ । ସେହିପରି ୮୯୫ ଗ୍ରାମର ସୁନା ଓ ୬ହଜାର ୮୧୫ ଗ୍ରାମର ରୁପା ମଧ୍ୟ ଏଥିରେ ରହିଛି। ଏହାକୁ ପାକିସ୍ତାନର ୱସିର ମୋଜିଦ ଡିଜାଇନ କରିଥିଲେ, ଏବଂ ପ୍ରକୃତ କାମ ପାକିସ୍ତାନ ସେନାର ଇଲେକ୍ଟ୍ରିକାଲ ଏବଂ ମେକାନିକାଲ ଇଞ୍ଜିନିୟର୍ସ କର୍ପ୍ସର ସଦସ୍ୟମାନେ କରିଥିଲେ। ପାକିସ୍ତାନୀ ରାଷ୍ଟ୍ରଦୂତ ଏହାକୁ ବେଲଜିୟମରେ୍ ଏଫଆଇଏଚର ସଭାପତି ରେନେ ଫ୍ରାଙ୍କଙ୍କୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରିଥିଲେ।

ସେବେଠାରୁ ଏହି ଟ୍ରଫି ଶହ ଶହ ଚାମ୍ପିୟନ, ଆଥଲେଟଙ୍କ ହାତକୁ ଯାଇଛି। ସେହି ଟ୍ରଫି ବିଶ୍ୱକପ୍ ଜିତିବାକୁ ଅନେକ ଦଳଙ୍କୁ ଉତ୍ସାହିତ ମଧ୍ୟ କରିଛି। କାରଣ ସାରା ବିଶ୍ୱରେ ସମ୍ମାନ ଓ ମର୍ଯ୍ୟାଦା ପାଇବାର ଇଏ ଏକ ଚମତ୍କାର ସଫଳତା । ପ୍ରତି ୪ବର୍ଷକୁ ଥରେ ଖେଳାଯାଉଥିବା ଏହି ବିଶ୍ୱକପର ବର୍ତ୍ତମାନ ଚାମ୍ପିୟନ ହେଉଛି ଅଷ୍ଟ୍ରେଲିଆ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago