ମାର୍ଚ୍ଚ ୧୦ରୁ ଆରମ୍ଭ ହେଉଛି ହୋଲାଷ୍ଟକ; ବର୍ଜନ କରନ୍ତୁ ୧୬ ସଂସ୍କାର; ଏହି ୮ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ କୌଣସି ମାଙ୍ଗଳିକ କାର୍ଯ୍ୟ

ଫାଲ୍‌ଗୁନ ମାସର ପୂର୍ଣ୍ଣିମା ତିଥି ପରଦିନକୁ ହୋଲି ଉତ୍ସବ ରୂପେ ପାଳନ କରାଯାଇଥାଏ। ହୋଲିର ୮ ଦିନ ପୂର୍ବରୁ ହୋଲାଷ୍ଟକ ଲାଗିଥାଏ। ହୋଲାଷ୍ଟକ ସମୟରେ କୌଣସି ବି ଶୁଭ ବା ମାଙ୍ଗଳିକ କାର୍ଯ୍ୟ କରାଯାଇ ନ ଥାଏ। ଧାର୍ମିକ ମାନ୍ୟତା ରହିଛି ଯେ ଏହି ୮ ଦିନ ହିରଣ୍ୟକଶ୍ୟପ ନିଜ ପୁତ୍ର ପ୍ରହଲ୍ଲାଦକୁ ଜୀବନରୁ ମାରିବା ପାଇଁ ଅନେକ ଯାତନା ଦେଇଥିଲା। କିନ୍ତୁ ପ୍ରହଲ୍ଲାଦ ଲଗାତାର ନାରାୟଣଙ୍କ ନାମ ଜପୁଥିଲା, ଯେଉଁ କାରଣରୁ ହିରଣ୍ୟକଶ୍ୟପ ତା’ର କିଛି ବି ବିଗାଡ଼ି ପାରି ନ ଥିଲା। ଏଥିପାଇଁ ହୋଲାଷ୍ଟକରୁ ହୋଲି ପର୍ଯ୍ୟନ୍ତ ହୋଲାଷ୍ଟକ ଲାଗିଥାଏ। ଏଥର ମାର୍ଚ୍ଚ ୧୦ରୁ ହୋଲାଷ୍ଟକ ଲାଗୁଛି। ଆସନ୍ତୁ ଜାଣିବା, ଏହି ଅବଧି ଭିତରେ କ’ଣ କରିବା ଉଚିତ୍‌ ନୁହେଁ।

-ହୋଲାଷ୍ଟକ ସମୟରେ ମୁଣ୍ଡନ, ବିବାହ, ନାମକରଣ, ଅନ୍ନପ୍ରସନ୍ନ ସମେତ ୧୬ ସଂସ୍କାର ମଧ୍ୟରୁ କୌଣସି ଗୋଟିଏ ବି କରିବା ଉଚିତ ନୁହେଁ। ମାନ୍ୟତା ରହିଛି, ଏହି କାର୍ଯ୍ୟ କରିବା ଦ୍ୱାରା ଏହାର ପରିଣାମ ଶୁଭ ହୋଇ ନ ଥାଏ।

-ଏହି ସମୟରେ କୌଣସି ବି ପ୍ରକାର ନୂଆ ଯାନ କିଣନ୍ତୁ ନାହିଁ। ଯଦି କିଛି କିଣିବାର ଅଛି, ତ ଏହାର ବୁକିଙ୍ଗ୍‌ ପୂର୍ବରୁ ହିଁ କରି ନିଅନ୍ତୁ। ପରେ ହୋଲି ଦିନ ନୂଆ ଯାନ ଘରକୁ ନେଇ ଆସନ୍ତୁ। ହୋଲାଷ୍ଟକ ସମୟରେ ଭୁଲ୍‌ରେ ବି ଯାନ କିଣନ୍ତୁ ନାହିଁ।

-କୌଣସି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ଜ୍ୟୋତିଷଙ୍କ ଅନୁସାରେ, ହୋଲାଷ୍ଟକ ଦିନରେ ଅଧିକାଂଶ ଗ୍ରହ ଉଗ୍ର ଅବସ୍ଥାରେ ରହି ଥାଆନ୍ତି। ଏମିତିରେ ସେମାନଙ୍କ ସହଯୋଗ ମିଳିପାରି ନ ଥାଏ। ଏହି କାରଣରୁ ବ୍ୟବସାୟରେ କ୍ଷତି ହୋଇଥାଏ।

-ହୋଲାଷ୍ଟକ ସମୟରେ କୌଣସି ଘର କିମ୍ବା ପ୍ଲଟ୍‌ ରେଜିଷ୍ଟ୍ରୀ କରନ୍ତୁ ନାହିଁ।

-ଯଦି ଆପଣ ଘର ତିଆରି କରୁଛନ୍ତି ଏବଂ ହୋଲାଷ୍ଟକ ପୂର୍ବରୁ ହିଁ ଏହି କାର୍ଯ୍ୟ ଆରମ୍ଭ ହୋଇ ସାରିଛି, ତ ହୋଲାଷ୍ଟକରେ ଏହାକୁ ଆପଣ ଜାରି ରଖି ପାରିବେ। କିନ୍ତୁ ଏହି ଦିନରେ ଘର କାମ ଆରମ୍ଭ କରନ୍ତୁ ନାହିଁ।

Leave A Reply

Your email address will not be published.