ହୋଲିରେ ଖାସ୍‌ କରି ଝିଅମାନେ ରଖନ୍ତୁ ଏସବୁ ବିଷୟ ପ୍ରତି ନଜର, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି

ହୋଲି ଏକ ଏମିତି ପର୍ବ, ଯେଉଁଥିରେ ଲୋକମାନେ ସବୁ ଜିନିଷକୁ ଭୁଲି ମସ୍ତି କରିଥାନ୍ତି ଓ ରଙ୍ଗ ଖେଳିଥାନ୍ତି। ଏହି ଉତ୍ସବ ମନରେ ଖୁସି ଭରିଦିଏ। କିନ୍ତୁ ହୋଲି ଦିନ ଖାସ୍‌ କରି ଝିଅମାନେ କେତେକ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। ଏହା ଦ୍ୱାରା ନିଜକୁ ସୁରକ୍ଷିତ ରଖିପାରିବେ ଓ ବିନା କୌଣସି ଦୁଃଖଦ ଅନୁଭବରେ ହୋଲିକୁ ଏଞ୍ଜୟ କରିପାରିବେ। ଆସନ୍ତୁ ଜାଣିବା ଆଜି କେଉଁ କେଉଁ ବିଷୟ ପ୍ରତି ନଜର ରଖିବା ଉଚିତ୍‌…

  • ହୋଲିରେ ଆପଣ କେଉଁମାନଙ୍କ ସହ ଖେଳିବେ ସେ ନେଇ ନିଜେ ହିଁ ନିଷ୍ପତ୍ତି ନିଅନ୍ତୁ। ଯେଉଁମାନଙ୍କ ସହ ଆପଣ କମ୍ଫଟେବଲ କେବଳ ସେମାନଙ୍କ ସହ ହିଁ ଖେଳନ୍ତୁ। ଯାହା ସହ ସହଜ ଅନୁଭବ କରୁନାହାନ୍ତି ତାଙ୍କ ଠାରୁ ଦୂରେଇ ରୁହନ୍ତୁ।
  • ଯଦି ସାଙ୍ଗସାଥୀଙ୍କ ସହ ପାର୍ଟି କରିବାକୁ ବାହାରକୁ ଯାଉଛନ୍ତି, ତେବେ ପ୍ରଥମେ ଜାଣିରଖନ୍ତୁ ସେହି ସ୍ଥାନ କେଉଁଠାରେ। ପାଖ ନା ଦୂର। ଯଦି ଅଜଣା ଜାଗା ତେବେ ସେଠାକୁ ଯାଆନ୍ତୁ ନାହିଁ।
  • ବାହାରକୁ ହୋଲି ଖେଳିବାକୁ ଯାଉଥିଲେ ଘର ଲୋକଙ୍କୁ ନିଶ୍ଚୟ ଜଣାନ୍ତୁ। ଫଳରେ ଯଦି କିଛି ସମସ୍ୟା ହୁଏ ତେବେ ସେମାନେ ଆପଣଙ୍କୁ ସାହାଯ୍ୟ କରିପାରିବେ।
  • ହୋଲିରେ ସାଧାରଣତଃ ଲୋକମାନେ ଭାଙ୍ଗ ଓ ନିଶାମିଶ୍ରିତ ପଣା ପିଇବାକୁ ଦିଅନ୍ତି। ଏଣୁ ଯଦି କେହି କିଛି ପିଇବାକୁ ଦେଉଛି ତେବେ ମନା କରନ୍ତୁ।
  • ଯଦି କେହି ଆପଣଙ୍କୁ ରଙ୍ଗ ଲଗାଇବା ବେଳେ ଖରାପ ଢଙ୍ଗରେ ଛୁଉଁଛି କିମ୍ବା ଆପଣଙ୍କୁ ତାଙ୍କ ସ୍ପର୍ଶ ଭଲ ଲାଗୁନାହିଁ। ତେବେ ସ୍ପଷ୍ଟଭାବେ କୁହନ୍ତୁ ଓ ସେ ସ୍ଥାନ ଛାଡ଼ି ଚାଲିଯାଆନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.