୩୫୦ ବର୍ଷର ପରମ୍ପରା, ରଙ୍ଗରେ ନୁହେଁ ଏଠାରେ ଭୂତ ପ୍ରେତଙ୍କ ସହିତ ଚିତାଭସ୍ମରେ ଖେଳାଯାଏ ହୋଲି

ଭାରତରେ ହୋଲି ଉତ୍ସବକୁ ଧୁମଧାମରେ ପାଳନ କରାଯାଏ। ଭାରତରେ କେତେକ ସ୍ଥାନରେ ହୋଲି ବିଶ୍ୱ ପ୍ରସିଦ୍ଧ ରହିଛି। ମଥୁରା, ବୃନ୍ଦାବନରେ ଜବରଦସ୍ତ ହୋଲି ପାଳନ କରାଯାଏ। ଏହିସବୁ ସହରରେ ହୋଲି ଉତ୍ସବ କିଛିଦିନ ପୂର୍ବରୁ ଆରମ୍ଭ ହୋଇଥାଏ। କିନ୍ତୁ କାଶୀ ଏମିତି ଏକ ସହର, ଯେଉଁଠାରେ ହୋଲି ଉତ୍ସବ କିଛିଦିନ ପୂର୍ବରୁ ଅର୍ଥାତ୍‌ ଏକାଦଶୀରୁ ଆରମ୍ଭ ହୋଇଥାଏ। ଏହିଦିନ ଶିବଭକ୍ତ ଭୋଳାନାଥଙ୍କ ସହିତ ହୋଲି ଖେଳିବେ। କିନ୍ତୁ ଏହି ହୋଲି ଖେଳ ବହୁତ ଅଲଗା ହୋଇଥାଏ।

କାଶୀର ମହାଶ୍ମଶାନରେ ରଙ୍ଗଭରୀ ଏକାଦଶୀ ଦିନ ଖେଳାଯାଉଥିବା ହୋଲି ବହୁତ ଅଲଗା ହୋଇଥାଏ। କାରଣ ଏହା ରଙ୍ଗ ନୁହେଁ ଚିତାଭସ୍ମରେ ଖେଳାଯାଇଥାଏ। ମୋକ୍ଷଦାୟିନୀ କାଶୀ ନଗରର ମହାଶ୍ମଶାନ ହରିଶ୍ଚନ୍ଦ୍ର ଘାଟରେ ୨୪ ଘଣ୍ଟା ଜୁଇ ଜଳିଥାଏ। କୁହାଯାଏ, ଏଠାରେ କେବେ ବି ଶ୍ମଶାନ ନିଆଁ ଲିଭେନାହିଁ। ବର୍ଷସାରା ଦୁଃଖରେ ନିଜ ପ୍ରିୟଜନଙ୍କୁ ଅନ୍ତିମ ବିଦାୟ ଦେବାକୁ ଆସିଥାନ୍ତି କିନ୍ତୁ ବର୍ଷକୁ ଥରେ ମାତ୍ର ହୋଲି ବେଳେ ଏଠାରେ ଖୁସିରେ ଚିତାଭସ୍ମ ଖେଳାଯାଏ।

holi
photo credit: NewsTree

୩୫୦ ବର୍ଷ ପୁରୁଣା ପରମ୍ପରା:

ଏହିବର୍ଷ ୧୪ ମାର୍ଚ୍ଚରେ ରଙ୍ଗଭରୀ ଏକାଦଶୀ ପାଳନ କରାଯାଥିଲା। ଯେଉଁଠି ଚିତାଭସ୍ମରେ ହୋଲି ଖେଳାଯାଇଥିଲା। ଏହି ସମୟରେ ଡମୁର, ଘଣ୍ଟ, ମୃଦଙ୍ଗ, ତାଳରେ ସମସ୍ତେ ହୋଲି ପାଳନ କରିଥିଲେ। ଏଠାରେ ଚିତାଭସ୍ମରେ ହୋଲି ଖେଳିବାର ପରମ୍ପରା ୩୫୦ ବର୍ଷ ପୁରୁଣା। ଏହା ପଛରେ କାହାଣୀ ରହିଛି, ଭଗବାନ ବିଶ୍ୱନାଥ ବିବାହ ପରେ ମା ପାର୍ବତୀ ନିଜ ଲୋକଙ୍କ ସହିତ କାଶୀ ପହଞ୍ଚିଥିଲେ। ସେତେବେଳେ ସେମାନଙ୍କ ସହିତ ହୋଲି ଖେଳିଥିଲେ। କିନ୍ତୁ ଶ୍ମଶାନରେ ଥିବା ଭୂତ, ପ୍ରେତ, ପିଶାଚଙ୍କ ସହିତ ହୋଲି ଖେଳିପାରିନଥିଲେ। ସେତେବେଳେ ସେ ରଙ୍ଗଭରୀ ଏକାଦଶୀ ଦିନ ସେମାନଙ୍କ ସହିତ ଚିତାଭସ୍ମରେ ହୋଲି ଖେଳିଥିଲେ।

ସେବେ ଠାରୁ ଏହି ପରମ୍ପରା ଲାଗି ରହିଛି। ଏହି କାର୍ଯ୍ୟକ୍ରମର ଆୟୋଜନ ଏଠିକାର ଡୋମ ରାଜା ପରିବାର କରିଥାନ୍ତି।

Leave A Reply

Your email address will not be published.