ସ୍ପେଶାଲ

ଏହି ମନ୍ଦିରରୁ ଆରମ୍ଭ ହୋଇଥିଲା ହୋଲି ପର୍ବ ପାଳନ କରିବାର ପରମ୍ପରା, ଜାଣନ୍ତୁ ଏହି ସ୍ଥାନର ମହତ୍ତ୍ୱ

ହୋଲିର ପର୍ବ ରଙ୍ଗର ପର୍ବ ସହିତ ଘରକୁ ଖୁସି ନେଇ ଆସିଥାଏ। ଏହି ବିଶେଷ ପର୍ବରେ ସମସ୍ତେ ଜଣେ ଜଣଙ୍କୁ ରଙ୍ଗ ଲଗାଇଥାନ୍ତି। ଭାରତ ବ୍ୟତୀତ ଅନ୍ୟ ଦେଶରେ ହୋଲି ପାଳନ କରାଯାଇଥାଏ। ପ୍ରତିବର୍ଷ ଫାଲଗୁନ୍‌ ମାସର ପୂର୍ଣ୍ଣିମା ତିଥିରେ ଦୋଳ ପର୍ବ ପାଳିତ ହୁଏ। ଏହାର ପରଦିନ ପଡ଼େ ରଙ୍ଗର ପର୍ବ ହୋଲି।ଫାଲଗୁନ ଶୁକ୍ଳପକ୍ଷ ପୂର୍ଣ୍ଣିମାର ପ୍ରଦୋଷ କାଳରେ ହୋଲିକା ଦହନ ପାଳନ କରାଯାଇଥାଏ। ଚଳିତ ବର୍ଷ ହୋଲିକା ଦହନ ୮ ମାର୍ଚ୍ଚ ରେ ପାଳିତ ହେବ। ଆମେ ଆଜି ଆପଣଙ୍କୁ ଏଭଳି ଏକ ମନ୍ଦିର ବିଷୟରେ କହିବୁ, ଯାହା ବିଷୟରେ ମାନ୍ଯତା ରହିଛି ଏହି ଠାରୁ ହିଁ ହୋଲି ପର୍ବ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଥିଲା।

ଏହି ମନ୍ଦିର ପାକିସ୍ତାନ ସ୍ଥିତ ପଞ୍ଜାବ ପ୍ରାନ୍ତର ମୁଲତାନ ସହରରେ ଭଗବାନ ବିଷ୍ଣୁ ଙ୍କ ଭକ୍ତ ପ୍ରହ୍ଲାଦଙ୍କ ମନ୍ଦିର। ଏହର ନାଁ ରହିଛି ପ୍ରହ୍ଲାଦପୁରୀ ମନ୍ଦିର। ହୋଲି ସମୟରେ ଏଠାରେ ବିଶେଷ ପୂଜା-ଅର୍ଚ୍ଚନାର ଆୟୋଜନ କରାଯାଇଥାଏ। ଏଠାରେ ହୋଲିକା ଦହନର ଉତ୍ସବ ୨ଦିନ ପର୍ଯ୍ଯନ୍ତ ପାଳନ କରାଯାଇଥାଏ।

ମାନ୍ଯତା ରହିଛି ପାକିସ୍ତାନରେ ଅବସ୍ଥିତ ଏହି ପଞ୍ଜାବ ପ୍ରାନ୍ତରେ ହୋଲି ପର୍ବ ହୋଲିକା ଦହନ ଠାରୁ ୯ଦିନ ପର୍ଯ୍ଯନ୍ତ ପାଳନ କରାଯାଇଥାଏ। ହୋଲି ଦିନ ପଶ୍ଚିମ ପଞ୍ଜାବ ଏବଂ ପୂର୍ବ ପଞ୍ଜାବରେ ମାଠିଆ ଭଙ୍ଗାଯିବା ଉତ୍ସବ ମଧ୍ଯ ପାଳନ କରାଯାଇଥାଏ। ଏଠାରେ ମଧ୍ଯ ଲୋକମାନେ ପିରାମିଡ୍ ତିଆରି କରି ମାଠିଆ ଭାଙ୍ଗିଥାନ୍ତି। ଏଠାରେ ହୋଲି ପର୍ବ ଚୌକ-ପୂର୍ଣ୍ଣା ନାମରେ ଜଣାଶୁଣା। ମନ୍ଦିର ବିଷୟରେ କହିବାକୁ ଗଲେ ଏଠାରେ ନରସିଂହ ଭଗବାନ ଏକ ସ୍ତମ୍ଭରୁ ବାହାରି ଭକ୍ତ ପ୍ରହ୍ଲାଦଙ୍କ ପିତା ହିରଣ୍ଯକଶ୍ଯପଙ୍କୁ ମାରିଥିଲେ। ଏହାପରେ ସ୍ବୟଂ ପ୍ରହ୍ଲାଦ ନିଜେ ଏଠାରେ ମନ୍ଦିର ନିର୍ମାଣ କରିଥିଲେ। ମାନ୍ଯତା ରହିଛି ହୋଲିକା ଦହନ ଏବଂ ହୋଲି ପର୍ବ ଏହି ସ୍ଥାନରୁ ହିଁ ଆରମ୍ଭ ହୋଇଛି।

କଣ ରହିଛି ପୌରାଣିକ ମାନ୍ଯତା:
ପୌରାଣିକ ମାନ୍ଯତା ଅନୁଯାୟୀ ହୋଲିକା ପ୍ରହ୍ଳାଦଙ୍କ ପିୟୁସୀ ଥିଲେ। ପ୍ରହ୍ଲାଦଙ୍କ ପିତା ଦୈତ୍ଯରାଜ ହିରଣ୍ଯକଶ୍ଯପ ଭଗବାନ ବିଷ୍ଣୁଙ୍କୁ ଘୃଣା କରୁଥିଲେ। କାରଣ ଭଗବାନ ବିଷ୍ଣୁ ବରାହ ଅବତାରରେ ତାଙ୍କ ବଡ ଭାଇ ହିରଣ୍ଯକଶ୍ଯପଙ୍କୁ ବଧ କରିଥିଲେ। ହିରଣ୍ଯକଶ୍ଯପ ନିଜ ପୁତ୍ର ପ୍ରହ୍ଲାଦଙ୍କୁ ମାରିବା ପାଇଁ ଅନେକ ପ୍ରୟାସ କରିଥିଲେ। କିନ୍ତୁ ପ୍ରହ୍ଲାଦଙ୍କୁ ମାରିବା ପାଇଁ ସେ ନିଜ ଭଉଣୀ ହୋଲିକାଙ୍କ ସହ ମିଶି ଏକ ଯୋଜନା ପ୍ରସ୍ତୁତ କରିଥିଲେ। କିନ୍ତୁ ହୋଳିକାଙ୍କୁ ବରଦାନ ମିଳିଥିଲା ସେ କେବେ ବି ନିଆଁରେ ଜଳିପାରିବେ ନାହିଁ। କିନ୍ତୁ ଯେତେବେଳେ ହୋଲିକା ପ୍ରହ୍ଲାଦଙ୍କୁ ନେଇ ନିଆଁରେ ବସିଥିଲେ ସେହି ସମୟରେ ସେ ଜଳି ଯାଇଥିଲେ କିନ୍ତୁ ପ୍ରହ୍ଲାଦଙ୍କୁ ଭଗବାନ ବିଷ୍ଣୁ ରକ୍ଷା କରିଥିଲେ।

D Sonali

Recent Posts

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

2 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

3 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

3 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

3 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

5 hours ago

ଜୁନ୍ ୭ରୁ ‘ଭୁବନେଶ୍ୱର ଚଳଚ୍ଚିତ୍ର ମହୋତ୍ସବ’, ଓଡ଼ିଆ ସିନେମାର ୯ ଦଶନ୍ଧି ଯାତ୍ରା ଉପରେ ହେବ ସ୍ପେଶାଲ ସ୍କ୍ରିନିଂ

ଜୁନ୍ ୭ରୁ ଭୁନେଶ୍ୱରର ଜୟଦେବ ଭବନରେ ଆୟୋଜିତ ହେବାକୁ ଯାଉଛି ‘ଭୁବେନଶ୍ୱର ଚଳଚ୍ଚିତ୍ର ମହୋତ୍ସବ (BFF)’ । ଏହା ଜୁନ୍…

5 hours ago