ଆଜି ବି ରହିଛି ଏମିତି ଅଜବ ପରମ୍ପରା, ଯେଉଁଠି ଭଗବାନଙ୍କୁ ପୂଜା ନକରି ମାଡ଼ ମରାଯାଏ

ସାରା ଦେଶରେ ହୋଲି ପର୍ବକୁ ବେଶ ଧୂମଧାମ୍‌ରେ ପାଳନ କରାଯାଏ। ହିନ୍ଦୁ ଧର୍ମରେ ହୋଲି ପର୍ବର ମାହାତ୍ମ୍ୟ ରହିଛି ଖୁବ ସ୍ୱତନ୍ତ୍ର। ତେବେ ବରସାନାର ହୋଲି ପର୍ବ ସାରା ଦେଶରେ ପ୍ରସିଦ୍ଧ। ଏଠାରେ ବ୍ରଜବିହାରୀଙ୍କ ହୋଲି ପର୍ବକୁ ଜୀବନ୍ତ ବୋଲି ମନାଯାଏ। ବରସାନାର କଟାରା ହବେଲି ସ୍ଥିତ ବ୍ରଜ ଦୁଲହ ମନ୍ଦିର , ଯେଉଁଠାରେ ବ୍ରଜବିହାରୀଙ୍କ ସ୍ୱରୂପ ହରିୟାରୀ କୃଷ୍ଣଙ୍କୁ ଲାଠି ମାଡ଼ କରାଯାଏ। ପୁରାତନ ପରମ୍ପରା ଅନୁଯାୟୀ ଆଜି ବି ଶ୍ରୀକୃଷ୍ଣଙ୍କୁ ହୋଲି ପର୍ବରେ ଲାଠି ମାଡ କରାଯାଇଥାଏ।

ଉତ୍ତରପ୍ରଦେଶର ବରସାନାରେ ଅବସ୍ଥିତ ଏହି ବ୍ରଜ ଦୁଲହ ମନ୍ଦିର ଅନ୍ୟ ମନ୍ଦିରଠୁ ସ୍ୱତନ୍ତ୍ର। କାରଣ ଏହି ମନ୍ଦିରରେ ଥିବା ଭଗବାନଙ୍କୁ କେବଳ ମହିଳା ମାନେ ପୂଜା କରିଥାନ୍ତି। ମାନ୍ୟତା ରହିଛି ଯେ, ଏହି ମନ୍ଦିର ରୂପରାମ କଟାରାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ତେଣୁ ପରମ୍ପରା ଅନୁଯାୟୀ ତାଙ୍କ ପରିବାରର ମହିଳାମାନେ କେବଳ ଶ୍ରୀ ବ୍ରଜ ବିହାରୀଙ୍କ ଏହି ରୂପକୁ ପୂଜା କରିବେ। ଭଗବାନଙ୍କୁ ଲାଠି ମାରିବେ।

up temple45
pc: pinterest

ହୋଲି ଦିନରେ ନନ୍ଦଗ୍ରାମର ହୁରିୟା ମନ୍ଦିର ପହଞ୍ଚି ଭଗବାନଙ୍କୁ ହୋଲି ଖେଳିବା ପାଇଁ ନିମନ୍ତ୍ରଣ କରିଥାନ୍ତି। ଏଥିପାଇଁ କଟାରା ପରିବାର ଏମାନଙ୍କୁ ସ୍ୱାଗତ କରିଥାନ୍ତି। ପିିଇବା ପାଇଁ ଭାଙ୍ଗ ଓ ସରବତ ଦିଅନ୍ତି। ଏହି ମନ୍ଦିରର ସେବାୟତ ରାଧା କଟାରା କହିଛନ୍ତି ଯେ ଏହି ମନ୍ଦିରରେ ବିରାଜିତ ଥିବା ଶ୍ରୀ ବ୍ରଜ ବିହାରୀଙ୍କୁ କେବଳ ମହିଳାମାନେ ପୂଜା କରିଥାନ୍ତି। ହୋଲି ପର୍ବରେ ଲାଠି ମାରି ହୋଲି ଖେଳର ଶୁଭାରମ୍ଭ କରିଥାନ୍ତି।

ପୌରାଣିିକ ମାନ୍ୟତା ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ଗୋପୀମାନଙ୍କୁ ଅନେକ ହଇରାଣ କରୁଥିଲେ। ତାଙ୍କ ମାଠିଆ ଭାଙ୍ଗିବା ସହ ଲହୁଣୀ ଚୋରି କରୁଥିଲେ। ତେଣୁ ଗୋପୀମାନେ ରାଗ ଶାନ୍ତ କରିବା ପାଇଁ ଲାଠି ଧରି ଶ୍ରୀକୃଷ୍ଣଙ୍କୁ ମାଡ ମାରିବା ପାଇଁ ଜଗି ରହୁଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.