ଇଟାଲୀର ଏହି ଗାଁରେ ମିଳୁଛି ୮୦ ଟଙ୍କାରେ ଘର, ଆପଣ ମଧ୍ୟ କିଣିପାରିବେ

ନିଜର ଘରଟିଏ ପାଇଁ ପ୍ରାୟ ସମସ୍ତଙ୍କ ମନରେ ଏକ ସ୍ୱପ୍ନ ରହିଥାଏ। ନିଜର ସ୍ୱପ୍ନକୁ ଆଜିକାଲିର ମହଙ୍ଗା ଯୁଗରେ ପୂରଣ କରିବା ଟିକେ କଷ୍ଟକର ହୋଇ ପଡିଛି। କିନ୍ତୁ ଲୋକେ ନିଜର ଘରଟିଏ କରିବା ପାଇଁ ସବୁକିଛି କରିପାରୁଛନ୍ତି। ଆପଣଙ୍କର ଏଭଳି ସ୍ୱପ୍ନ ପୂରଣ ହୋଇପାରିବ ତାହା ପୁଣି ଇଟାଲୀରେ। ଇଟାଲୀର ଏକ ଦ୍ୱୀପ ସିସିଲିର ନଗର ପରିଷଦ ବିଦେଶୀମାନଙ୍କ ପାଇଁ ଏଠାରେ ରହିବା ପାଇଁ ସୁଯୋଗ ଦେଉଛି। ତାହା ପୁଣି ସବୁଠାରୁ କମ୍‌ ମୂଲ୍ୟରେ। ଏହି ସ୍ୱତନ୍ତ୍ର ଗାଁରେ ରହିବାକୁ ମାତ୍ର ୮୦ ଟଙ୍କା ଦେବାକୁ ପଡିଥାଏ। ସିସିଲି ଗ୍ରାମୀଣ ଅଞ୍ଚଳରେ ଏକ ଗାଁ ସବୁକାରେ ଧୀରେ ଧୀରେ କମ୍‌ ହେଉଥିବା ଜନସଂଖ୍ୟା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏପରି ଯୋଜନା ଆପଣାଇଛି। ଗାଁରେ ଖାଲି ପଡିଥିବା ଘରକୁ ବିଦେଶୀ ପର୍ଯ୍ୟଟକଙ୍କୁ ମାତ୍ର ୮୦ ଟଙ୍କାରେ ଯୋଗାଇଦିଆଯାଉଛି।

home

ୟୁରୋପରେ କେତେକ ଛୋଟ ଗାଁ ରହିଛି, ଯେଉଁଠାରେ ଜନସଂଖ୍ୟା ବହୁତ କମ୍‌ ରହିଛି। ସ୍ଥାନୀୟ ଲୋକ ସହର କିମ୍ବା ବିଦେଶରେ ରହିବାକୁ ଯାଉଛନ୍ତି। ଏଥିପାଇଁ ସାବୁକ ନଗର ପରିଷଦ ଏପରି ନିଷ୍ପତ୍ତି ନେଇଛନ୍ତି। ଏପରି କରିବା ଦ୍ୱାରା ଲୋକମାନଙ୍କୁ ଏଠାରେରହିବା ପାଇଁ ଆକର୍ଷିତ କରାଯାଇପାରୁଛି। ଏଠାକୁ ତେଣୁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଅନେକ ଲୋକ ଆସି ନିଜର ସ୍ୱପ୍ନକୁ ପୂରଣ କରିପାରିବେ।

ଏହାସହ ପଢ଼ନ୍ତୁ ; ଏହି କିଲ୍ଲାରେ ରହିଛି ଚତ୍ମକାରୀ ପାରସ ପଥର ! ଯାହା ଲୁହାକୁ ମଧ୍ୟ କରିଦିଏ ସୁନା

itly q

ସାବୁକରେ ରହୁଥିବା ଜଣେ ନିବାସୀ ଏପର୍ଯ୍ୟନ୍ତ ନିଜର ୬୦ଟି ଘର ବିକ୍ରି କରିସାରିଲେଣି। ଏଭଳି ପଦକ୍ଷେପ ନେବା ଦ୍ୱାରା ରାତାରାତି ସାବୁକ ବେଶ ଜଣାଶୁଣା ଅଞ୍ଚଳ ପାଲଟିଗଲା। ସାବୁକରେ ଘର କିଣୁଥିବା ଲୋକ କେବଳ ବିଦେଶୀ ନୁହନ୍ତି ବରଂ ଇଟାଲୀ ବାସୀ ମଧ୍ୟ ରହିଛନ୍ତି। ଏଠିକାର ପରିବେଶ, ସଂସ୍କୃତି ଲୋକମାନଙ୍କୁ ଆକୃଷ୍ଟ କରିପାରୁଛି। ତେଣୁ କରି ଲୋକମାନେ ଏଠାକୁ ରହିବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.