ବୈଜ୍ଞାନିକମାନଙ୍କ ନୂଆ ଉଦ୍ଭାବନ, ଏବେ ଗୋଟିଏ ବୁନ୍ଦା ବର୍ଷା ପାଣିରୁ ଜଳି ପାରିବ ୧୦୦ଟି ଏଲଇଡ଼ି ବଲ୍ବ
ଏବେକା ସମୟରେ ପୃଥିବୀରେ ଦିନକୁ ଦିନ ଜଳ ସମସ୍ୟା ବଢୁଥିବା ବେଳେ ହଙ୍ଗକଙ୍ଗର ଏକ ବୈଜ୍ଞାନିକ ଦଳ ଏକ ନୂଆ ବିକଳ୍ପ ନେଇ ଆସିଛନ୍ତି । ଏଠାକାର ଏକ ବିଶ୍ୱବିଦ୍ୟାଳୟର ଇଂଜିନିୟର ଓ ପ୍ରଫେସର ମାନେ ଏମିତି ଏକ ଜେନେରେଟରର ଉଦ୍ଭାବନ କରିଛନ୍ତି ଯାହା ସାହାଯ୍ୟରେ ୧୫ ସେଣ୍ଟିମିଟର ଉଚ୍ଚତା ପର୍ଯ୍ୟନ୍ତରୁ ବହୁଥିବା ମାତ୍ର ଗୋଟେ ବୁନ୍ଦାରୁ ୧୪୦ ବୋଲ୍ଟ ଶକ୍ତି ଉତ୍ପାଦନ କରାଯାଇ ପାରିବ । ସୂତ୍ର ଅନୁଯାୟୀ ବୈଜ୍ଞାନିକ ମାନେ ଦୀର୍ଘ ସମୟ ଧରି ଏହି ପ୍ରୋଜେକ୍ଟ ଉପରେ କାମ କରି ଆସୁଛନ୍ତି । ଯେଉଁଥିରେ ସେମାନଙ୍କୁ ସଫଳତା ମିଳିପାରିଛି ।
ପ୍ରଫେସର ଜୁଆନ କାଇଙ୍କ ଅନୁଯାୟୀ, ଏହି ଜେନେରେଟରରେ ଦୁଇଟି ଇଲେକ୍ଟ୍ରୋଡ଼ ଥିବା ବେଳେ ସେମଧ୍ୟରୁ ଗୋଟିଏ ଆଲୁମିନିୟମ ଓ ଦ୍ଵିତୀୟଟି ପଲିଟେଟ୍ରାଫ୍ଲୁର ଏଥିଲିନ କୋଟେଡ଼ ଇଣ୍ଡିଆନ ଟିନ ଆକ୍ସାଇଡରେ ହିଁ ନିର୍ମିତ ହୋଇଥିବା । ଯେବେ ପଲିଟେଟ୍ରା ଫ୍ଲୁରାଇଥିଲିନର ଇଲେକ୍ଟ୍ରୋଡ଼ର ଉପଯୋଗ ଅଧିକ ସ୍ଥାୟୀ ହୋଇଥାଏ । ଏହା ଉପରେ ଗୋଟିଏ ଟୋପା ବର୍ଷାପାଣି ପଡ଼ିବା ମାତ୍ରେ ଏହା ଆପେ ଆପେ ଜଳି ଉଠିବ । ବୈଜ୍ଞାନିକଙ୍କ ତରଫରୁ ଆହୁରି ମଧ୍ୟ କୁହାଯାଇଛି କି ଏହା ମାଧ୍ୟମରେ ଅଧିକରୁ ଅଧିକ ଶକ୍ତିର ଉତ୍ପାଦନ କରଯାଇ ପାରିବ ।
ଏକ ରିପୋର୍ଟ ଅନୁଯାୟୀ, ଏହି ଜେନେରେଟରଟି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ । ଥରକରେ ଏହା ଅଧିକ ଉର୍ଜା ଉତ୍ପାଦନ କରିବାର କ୍ଷମତା ରଖିଛି । ସବୁଠୁ ଜରୁରୀ କଥା ହେଉଛି ଏହା ମାଧ୍ୟମରେ ବର୍ଷା ପାଣିର ଭରପୁର ଉପଯୋଗ କରାଯାଇପାରିବ । ଏହା ସହ ଦେଶର ବିଜୁଳି ଉତ୍ପାଦନ କ୍ଷମତାକୁ ଅନେକ ଗୁଣା ବଢା ଯାଇପାରିବ ।