ଏ ହେଉଛି ଦୁନିଆର ସବୁଠୁ ମହଙ୍ଗା ପରିବା, ଆଚାର ଠୁ ତରକାରି ସବୁଥିରେ ଲାଗେ

ନୂଆଦିଲ୍ଲୀ : ବିଶ୍ୱରେ ବିଭିନ୍ନ ପ୍ରକାର ପରିବା ଦେଖିବାକୁ ମିଲେ । ଲୋକେ ସେମାନଙ୍କର ପସନ୍ଦ ଅନୁଯାୟୀ ଏହାକୁ କିଣିଥାନ୍ତି । ବେଳେ ବେଳେ ପରିବାର ବର୍ଦ୍ଧିତ ମୂଲ୍ୟକୁ ନେଇ ଲୋକେ ଅସୁବିଧାରେ ପଡ଼ିଥାନ୍ତି । ହେଲେ ଏପରି ପରିବା ଅଛି ଯାହାର ମୂଲ୍ୟ ଜାଣିଲେ ଆପଣଙ୍କ ଆଖି ଖୋସି ହୋଇଯିବ । ଏହି ପରିବା ନାମ ହେଉଛି ହପ୍ ସୁଟ୍ସ୍ । ଏହାର ମୂଲ୍ୟ ୧୦୦୦ ୟୁରୋ ଅର୍ଥାତ ପ୍ରାୟ ୮୨ ହଜାର ଟଙ୍କା । ସବୁଠାରୁ ବଡ଼ କଥା ଯେ ଏତେ ମୂଲ୍ୟ ସତ୍ତ୍ୱେ ସାରା ଦୁନିଆରେ ଏହାର ବହୁତ ଡିମାଣ୍ଡ ।

ହପ୍ ସୁଟ୍ସ୍ ର ଡାଳ କେତାକାଂଶରେ ଶତାବରୀ ଡାଳ ଭଳି ଲାଗେ । ଏହାର ଡାଳକୁ ତରକାରି ଭାବେ ବ୍ୟବହାର କରାଯାଇଥାଏ । କିଛି ଲୋକ ଏହାକୁ ଆଚାର ଭାବେ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଏହି ଗଛର ଫୁଲ ବହୁତ ପିତା ଲାଗିଥାଏ ।
ବ୍ରିଟେନ୍, ଜର୍ମାନୀ ସହିତ କେତେକ ୟୁରୋପୀୟ ଦେଶରେ ବାଇଗଣୀ ରଙ୍ଗର ଏହି ପରିବାର ଚାଷ କରିଥାନ୍ତି । ଜଙ୍ଗଲରେ ଏହାକୁ ଚାଷ କରାଯାଏ । ତାହା ପୁଣି ବସନ୍ତ ଋତୁରେ । ଏହାର ଚାଷ ପାଇଁ ଅଳ୍ପ ଖରା ଓ ଆର୍ଦ୍ର ପାଗ ଦରକାର ହୋଇଥାଏ । ଏହି ଗଛର ବଡ଼ ଗୁଣ ହେଉଛି, ଦିନକରେ ଏହା ୬ ଇଞ୍ଚ ପର୍ଯ୍ୟନ୍ତ ବଢ଼ିଥାଏ ।

ଏହି ଫସଲକୁ କାଟିବା ସମୟରେ ବହୁତ ଦୃଷ୍ଟି ଦେବାକୁ ପଡ଼ିଥାଏ । କାରଣ ଠିକ୍ ସମୟରେ ଫସଲ ନକାଟିଲେ ଏହାର ଡାଳ ଟାଣ ହୋଇଯାଇଥାଏ । ଫଳରେ ଏହା ଖାଇବା ଉପଯୋଗୀ ହୋଇନଥାଏ ।

ଭାରତର ହିମାଚଳ ଅଞ୍ଚଳରେ ଏହି ହପ୍ ସୁଟ୍ସ୍ ଭଳି ଏକ ପରିବା ଚାଷ ହୋଇଥାଏ । ଯାହାକୁ ଗୁଚ୍ଛି କୁହାଯାଇଥାଏ । କେହି ଏହାକୁ ସ୍ପଞ୍ଜ ଛତୁ ବୋଲି କହିଥାନ୍ତି । ଔଷଧୀୟ ଗୁଣ ସହିତ ଗୁଚ୍ଛରେ ଭିଟାମିନ୍ ବି,ସି,ଡି ପ୍ରଚୁର ମାତ୍ରାରେ ମିଳିଥାଏ । ଦେଶ ବାହାରେ ଏହା କିଲୋ ପ୍ରତି ୩୦-୪୦ ହଜାର ଟଙ୍କାରେ ଆରାମରେ ବିକ୍ରି ହୋଇଯାଏ ।