୬ ଦିନର ଶିଶୁକୁ ଚାପୁଡ଼ା ମାରିବା ସହ ଏଠି ସେଠି ଫିଙ୍ଗୁଥିଲେ ଆୟା, ସିସିଟିଭି ଫୁଟେଜ ଦେଖି କାନ୍ଦି ପକାଇଲେ ବାପା ମା ଦେଖନ୍ତୁ ଭିଡିଓ

ଚାଇନାର ହୁବେଇ ସହରରେ ଜଣେ ୫୦ ବର୍ଷୀୟା ମହିଳାଙ୍କୁ ମାତ୍ର ୬ ଦିନର ଶିଶୁକୁ ପିଟିବା ଅଭିଯୋଗରେ ଗିରଫ କରାଯାଇଛି । ଏହି ମହିଳା ଜଣକ ଆୟା କାମ କରୁଥିଲେ ଏବଂ ଏହାପୂର୍ବରୁ ମଧ୍ୟ ତାଙ୍କ ଉପରେ ଏକ ଶିଶୁକୁ ପିଟିବା ନେଇ ଅଭିଯୋଗ ଆସିଥିଲା । ୨୬ ବର୍ଷୀୟ ମିଷ୍ଟର ଟିଆନ ଏପରି ଅନେକ ଭିଡିଓ ପୋଲିସକୁ ଦେଇଛନ୍ତି ଯେଉଁଥିରେ ଏହି ମହିଳା ଜଣେ ୬ ଦିନର ଶିଶୁକୁ ଚାପୁଡ଼ା ମାରିବା ସହ ଖେଳଣା ପରି ଖଟ ଉପରେ ଫିଙ୍ଗିଥିବାର ନଜର ଆସିଛନ୍ତି ।

ସୂଚନା ଅନୁଯାୟୀ ଟିଆନ ଦୁଇ ଦିନ ପାଇଁ ଘରୁ ବାହାରକୁ ଯାଇଥିଲେ ଏବଂ ଗୁରୁତର ପ୍ରସବ ହେତୁ ତାଙ୍କ ପତ୍ନୀ ନିଜ ପୁଅର ଯତ୍ନ ନେବାକୁ ଅସମର୍ଥ ଥିଲେ । ସେଥିପାଇଁ ସେ ୫୦ ବର୍ଷିୟ ମିସ୍ ୱାଙ୍ଗଙ୍କୁ ଶିଶୁର ଦାୟିତ୍ତ୍ୱ ଦେଇଥିଲେ । ଟିଆନ କହିଛନ୍ତି ଯେ ସେ ଘରକୁ ଫେରିବା ପରେ ତାଙ୍କ ନବଜାତ ଶିଶୁର ରୁମରେ ଲଗାଇଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଦେଖି ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ । ଯେତେବେଳେ ସେ ଏହା ତାଙ୍କ ପତ୍ନୀଙ୍କୁ ଦେଖାଇଲେ ସେତେବେଳେ ସେ ମଧ୍ୟ କାନ୍ଦିବାକୁ ଲାଗିଲେ । ଭିଡିଓରେ ୱାଙ୍ଗ ୬ ଦିନର ଶିଶୁକୁ ଚାପୁଡ଼ା ମାରିଥିଲେ ଏବଂ ଚୁପ୍ ନହେବାରୁ ସେ ତାକୁ ଖଟ ଉପରେ ଏଠୁ ସେଠାକୁ ଫିଙ୍ଗୁଥିଲେ ।

video courtesy “News Today LIVE”

ଟିଆନ ପ୍ରଥମେ ଏହି ମାମଲାରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କ ପତ୍ନୀ ଚାହୁଁଥିଲେ ଯେ ଏହା ଅନ୍ୟ କାହାର ପିଲାଙ୍କ ସହ ଯେପରି ନହେଉ । ଏହା ପରେ ସ୍ୱାମୀ-ସ୍ତ୍ରୀ ଏହି ଫୁଟେଜକୁ ଚାଇନାର ଅନେକ ପ୍ରସିଦ୍ଧ ଭିଡିଓ ବ୍ଲଗର୍ସଙ୍କ ନିକଟକୁ ପଠାଇଥିଲେ ଏବଂ ଏହାକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ଭାଇରାଲ ହୋଇଯାଇଥିଲା ।

ଟିଆନ କହିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ସେ ୱାଙ୍ଗଙ୍କୁ ତାଙ୍କ ବଡ଼ ପୁଅକୁ ପିଟିବା ବେଳେ ଧରିଥିଲେ ଏବଂ ଛୋଟ କଥାକୁ ଅଣଦେଖା କରିଥିଲେ । ତେବେ ୬ ଦିନର ଶିଶୁ ପ୍ରତି କରାଯାଇଥିବା ଏହି ନିଷ୍ଠୁରତାକୁ ଆଖି ବୁଜି ଦେବା ଅସମ୍ଭବ ଥିଲା ଏବଂ ୱାଙ୍ଗଙ୍କୁ ଏକ ଶିକ୍ଷା ଦେବା ଜରୁରୀ ଥିଲା । ଟିଆନ ଏହିପରି ତିନୋଟି ଭିଡିଓ ପାଇଛନ୍ତି ଯେଉଁଥିରେ ୱାଙ୍ଗ ପିଲାଟିକୁ ପିଟୁଥିବାର ନଜର ଆସିଛନ୍ତି ଏବଂ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

Leave A Reply

Your email address will not be published.