ବିଚିତ୍ର ଗାଁ, ବିଚିତ୍ର ପରମ୍ପରା, ଏଠାରେ ନା ଘର ହୁଏ ପ୍ଲାଷ୍ଟର ନା ହୁଏ କଲର

ମଧ୍ୟପ୍ରଦେଶ : ସାଧାରଣତଃ ଘରର ରଙ୍ଗ ଘରର ଆକର୍ଷଣକୁ ବଢ଼ାଇଥାଏ ।ଏଥିପାଇଁ ତ ଘର ନିର୍ମଣ ପରେ ରଙ୍ଗକୁ ବେଶୀ ଗୁରୁତ୍ବ ଦିଆଯାଇଥାଏ। ଆଉ ଘର ଯେତେ ଆକର୍ଷଣୀୟ ହୁଏ ସେତେ ଲୋକଙ୍କ ଧ୍ୟାନ କେନ୍ଦ୍ରୀତ କରିଥାଏ ।ହେଲେ ଟିକେ ଭାବିଲେ ଯଦି ଘରକୁ ବର୍ଷ ବର୍ଷ ଧରି ବିନା ରଙ୍ଗରେ ଓ ପ୍ଳାଷ୍ଟରରେ ରଖାଯାଏ ତେବେ ତାହା କେଉଁ ରୂପରେ ଥିବ? କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କାରଣ ଭାରତରେ ଏମିତି ବି ଗାଁ ଅଛି ଯେଉଁଠି ବର୍ଷ ବର୍ଷ ଧରି ଘର ଗୁଡିକର ପ୍ଲାଷ୍ଟର ଓ ରଙ୍ଗ ହୋଇ ନାହିଁ।

ଏହି ଗାଁ ହେଉଛି ରାଜସ୍ଥାନ ଉଜୈନର ଆଲୋଟ ତହସିଲ ଅଧିନରେ ଥିବା କଛାଲିଆ ଗାଁ। ଏହି ଗାଁର ଗ୍ରାମବାସୀ ମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘର ନିର୍ମାଣ କରନ୍ତି ସତ କିନ୍ତୁ ପରମ୍ପରା ଅନୁଯାୟୀ ଘରର ପ୍ଲାଷ୍ଟର ଓ ରଙ୍ଗ କରନ୍ତି ନାହିଁ ।କିନ୍ତୁ ସରକାରୀ ଘର ଓ ମନ୍ଦିରରେ ରଙ୍ଗ ଲାଗାଯାଇଥାଏ। ଏମିତିକି ବାହାଘର ଭଳି କାର୍ଯ୍ୟକ୍ରମରେ ମଧ୍ୟ ସାଜସଜ୍ଜା  କରାଯାଇନଥାଏ ।ଏହି କଛାଲିଆ ଗାଁର ଜନସଂଖ୍ୟା ପାଖାପଖି ୧୪୦୦ ଓ  ଘର ସଂଖ୍ୟା  ୨୦୦ଟି ରହିଛି। ଘର ବ୍ୟତିତ କେବଳ କବାଟରେ ଗେରୁ ରଙ୍ଗର ପ୍ରାଇମର ଲେପ କରାଯାଇଥାଏ ।

କଳାରଙ୍ଗର ଡ୍ରେସ ଓ ଜୋତା ମଧ୍ୟ ପିନ୍ଧନ୍ତି ନାହିଁ

ଗାଁରେ କଳାରଙ୍ଗର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଏଠାକାର ଗ୍ରାମବାସୀ କଳା ରଙ୍ଗର ଡ୍ରେସ ଓ ଜୋତା ପିନ୍ଧନ୍ତି ନାହିଁ ଏଭଳିକି କଳାରଙ୍ଗର ମୋଜା ପିନ୍ଧିବା ଉପରେ ମଧ୍ୟ ରୋକ ଲଗାଯାଇଛି। ବାହାଘର ଆଦି କାର୍ଯ୍ୟକ୍ରମ ମାନଙ୍କରେ ଠାକୁରାଣୀ ପୂଜାରେ ମଧ୍ୟ ରଙ୍ଗର ବ୍ୟବହାର କରାଯାଏ ନାହିଁ ।କେବଳ ଦେବା ଦେବୀଙ୍କ ଫଟୋ ଚିତ୍ରକୁ ଛାପି ପୂଜା କରାଯାଏ। ସେହିଭଳି ଦୀପାବଳୀରେ ମଧ୍ୟ ପାଶୁ ମାନଙ୍କ ଶିଙ୍ଗରେ ରଙ୍ଗ ବଦଳରେ ଗେରୁ ରଙ୍ଗ ଲଗାଯାଇଥାଏ ।

ମନ୍ଦିର ସାମ୍ନାରେ କେହି ଘୋଡା ଉପରେ ବସି ଯାଆନ୍ତିନାହିଁ

୭୫ ବର୍ଷର କାଳେଶ୍ବର ମନ୍ଦିରର ପୂଜକ ରତନପୁରୀ ଗୋସ୍ବାମୀଙ୍କ କହିବା କଥା ହେଲା ଗ୍ରାମର କାଳେଶ୍ବର ମନ୍ଦିର ଉପରେ ଗ୍ରାମବାସୀଙ୍କ ଆସ୍ଥା ରହିଛି । ଏଥିପାଇଁ ମନ୍ଦିରକୁ ଛାଡି କେହିବି ନିଜ ଘରକୁ ରଙ୍ଗ କରନ୍ତି ନାହିଁ । ଏହି ପରମ୍ପରା ପିଢି ପରେ ପିଢି ଚାଲି ଆସୁଛି କିନ୍ତୁ ଏହା ପଛରେ କଣ ମାନ୍ୟତା ରହିଛି ତାହା କାହାକୁ ଜଣା ନାହିଁ। ଦୁଇ ତିନିଥର ଯେବେ ପରମ୍ପରାକୁ ଭଙ୍ଗା ଯାଇଥିଲା ସେତେବେଳେ ଅନେକ ଦୁର୍ଘଟଣା ଘଟିଥିଲା ।

 

You might also like