ଏମିତି ଜନ୍ମ ନିଅନ୍ତି ଗ୍ରହ, ବ୍ରହ୍ମାଣ୍ତର ସବୁଠାରୁ ବଡ଼ ରହସ୍ୟ

ଦୁନିଆକୁ ଆସିଥିବା ପ୍ରତ୍ୟେକ ଜିନିଷର ଆରମ୍ଭ ଅଛି ମାନେ ଶେଷ ମଧ୍ୟ ଅଛି। ଏମିତିକି ଏହି ପୃଥିବୀରେ ଯିଏ ବି ଜନ୍ମ ନେବ ତାର ମୃତ୍ୟୁ ମଧ୍ୟ ସୁନିଶ୍ଚିତ। କିନ୍ତୁ ଆପଣ କଣ ଜାଣିଛନ୍ତି କି ଆମ ବ୍ରହ୍ମାଣ୍ଡରେ ସୁର୍ଯ୍ୟ ତାରା ସବୁ କେମିତି ଜନ୍ମ ନେଇଛନ୍ତି ପୁଣି ଏମାନଙ୍କର ମୃତ୍ୟୁ କେବେ ହେବ ।
ଗ୍ରହ ନକ୍ଷତ୍ର ବିଷୟରେ ଜାଣିବା ପାଇଁ ଅନେକ ଲୋକ ମନ ବଳାଇଥାନ୍ତି। କିନ୍ତୁ ସମସ୍ତେ ଏମାନଙ୍କ ବିଷୟରେ ଜାଣିବେ ବୋଲି କିଛି ମାନେ ନାହିଁ। କାରଣ ଅନେକ ରହସ୍ୟ ଲୁଚି ରହିଛି ଏହି ଗ୍ରହ ନକ୍ଷତ୍ରକୁ ନେଇ।

ତେବେ ସୌର ମଣ୍ଡଳ ବାହାରେ ଯେଉଁ ଗ୍ରହ ନକ୍ଷତ୍ର ଜନ୍ମ ନିଅନ୍ତି ଓ ମୃତ୍ୟ ବରଣ କରନ୍ତି, ତାର ମଧ୍ୟ ଅନେକ ରହସ୍ୟ ରହିଛି ।
ଆସନ୍ତୁ ଜାଣିବା ଏହି ସବୁ ଗ୍ରହମାନଙ୍କ ଜନ୍ମ କେମିତି ହୁଏ। ଆମ ସୌର ମଣ୍ଡଳ ବାହାରେ ପ୍ରାୟ ୫୦୦୦ ଗ୍ରହ ଅଛି । ବୈଜ୍ଞାନିକମାନେ ଏକ ରିସର୍ଚ୍ଚ କରିଥିଲେ ଯେଉଁଥିରୁ ଜଣାପଡ଼ିଛି ପ୍ରାୟ ଅନେକ ଗ୍ରହ ଅନ୍ତରିକ୍ଷରେ ଗତି କରୁଛନ୍ତି। ପୁଣି ବୈଜ୍ଞାନିକମାନେ କହିଛନ୍ତି ଯେ ମହାକାଶରେ ବୁଲୁଥିବା ଗ୍ରହଗୁଡ଼ିକ ବରଫଯୁକ୍ତ ‘ ଫ୍ରି ପ୍ଲୋଟିଂ ପ୍ଲାନେଟ’ ବା FFP ।

plannet
Picture Credit – National Geographic Society

ତେବେ ବୈଜ୍ଞାନିକମାନେ କହିଛନ୍ତି ସେମାନେ ଏହି ଗ୍ରହମାନଙ୍କର ଉତ୍ପତ୍ତି କେମିତି ହୁଏ ଓ ଏହି ଗ୍ରହ ଗୁଡ଼ିକ କିପରି ନଷ୍ଟ ହୁଅନ୍ତି ସେମାନେ କହିପାରିବେ । ବୈଜ୍ଞାନିକମାନେ କହିଛନ୍ତି ଯେ ଏକ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ଅଧିକରୁ ଅଧିକ ଏକ୍ସପ୍ଲାନେଟ୍ ଖୋଜି ବାହାର କରି ସରିବା ପରେ ଅଧିକ ତଥ୍ୟ ଗ୍ରହଙ୍କ ବିଷୟରେ ଜାଣିବାକୁ ମିଳିଛି।

ସେମାନେ କହିଛନ୍ତି ଯେ ଗ୍ରହ ଏବଂ ‘ବ୍ରାଉନ୍ ଡାର୍ଫ୍’ ମଧ୍ୟରେ ରେଖା ଦିନକୁ ଦିନ ଅସ୍ପଷ୍ଟ ହୋଇପଡିଛି। ଏହିପରି ଶୀତଳ ତାରାଗୁଡ଼ିକୁ ବ୍ରାଉନ୍ ଡାର୍ଫସ୍ କୁହାଯାଏ ଯାହା ହାଇଡ୍ରୋଜେନକୁ ଫ୍ୟୁଜ୍ କରିପାରିବ ନାହିଁ । ଦୀର୍ଘ ସମୟ ଧରି ବୈଜ୍ଞାନିକମାନେ ଚିନ୍ତାରେ ଥିଲେ ଯେ ସୌର ମଣ୍ଡଳରେ ଦେଖାଯାଉଥିବା ଏତେ ଛୋଟ ଛୋଟ ବସ୍ତୁ ଗ୍ରହ ଅଟେ କି ବ୍ରାଉନ ଡାର୍ଫସ୍ ।

ତେବେ ପରେ ସେମାନେ ଜାଣିବାକୁ ପାଇଲେ ଏହା ସବୁ ଛୋଟ ଛୋଟ ତାରା। ପ୍ରାୟ ଅନେକ ତାରା ଏବଂ ବ୍ରାଉନ ଡାର୍ଫସ୍ ସୌରମଣ୍ଡଳ ବାହାରେ ଅଛନ୍ତି। କିନ୍ତୁ ବର୍ତ୍ତମାନ ଟେଲିସ୍କୋପ ସାହାଯ୍ୟରେ ମହାକାଶରେ ଛୋଟ ଏବଂ ବିଚ୍ଛିନ୍ନ ବସ୍ତୁଗୁଡ଼ିକ ଦେଖିବାକୁ ମିଳେ । ତେବେ ବୈଜ୍ଞାନିକମାନେ କହିଛନ୍ତି ଯେ ବାସ୍ତବରେ ଗ୍ରହ ନକ୍ଷତ୍ର କିପରି ସୃଷ୍ଟି ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ  କିନ୍ତୁ ଏକ ରିସର୍ଚ୍ଚରୁ ଜଣା ପଡିଛି ମହାକାଶରେ ଧୂଳି ଏବଂ ଗ୍ୟାସ ଏକ ସ୍ଥାନରେ ଏକାଠି ପଡ଼ି ଥାଆନ୍ତି ଯାହା ଦ୍ଵାରା ତାରା ବା ଗ୍ରହ ସୃଷ୍ଟି ହୁଏ । ଏମାନେ ଯେଉଁ ସ୍ଥାନରେ ପଡ଼ନ୍ତି ସେହି ଅଞ୍ଚଳର ଘନତା ହେତୁ, ମାଧ୍ୟାକର୍ଷଣ ପ୍ରକ୍ରିୟାରେ ଅଧିକରୁ ଅଧିକ ପଦାର୍ଥ ଏହା ଉପରେ ପଡେ ।

ପରମାଣୁ ଫ୍ୟୁଜନ୍ ଆରମ୍ଭ ହେବା ପାଇଁ ସୃଷ୍ଟି ହୋଇଥିବା ଗ୍ୟାସ ଜାତୀୟ ଏହି ଛୋଟ ଗ୍ରହ ଏବେ ଗରମ ହେବାରେ ଲାଗିଛି । କିନ୍ତୁ ଏମାନଙ୍କ ଆକାର ଏତେ ଛୋଟ ଯେ ଏମାନେ ଏତେ ଗ୍ୟାସ ଲୋଡ୍ କରିବା ପାଇଁ ମଧ୍ୟ ସକ୍ଷମ ନୁହେଁ। ପୁଣି ବୈଜ୍ଞାନିକମାନେ କହିଛନ୍ତି ଯେ ଏହିପରି ଗ୍ୟାସ ଯୁକ୍ତ ଛୋଟ ଗ୍ରହମାନେ ତାରାଙ୍କ କକ୍ଷପଥରେ ଘୁରି ଜୀବନ ଆରମ୍ଭ କରିଥାଆନ୍ତି ।
ପୁଣି ଏହି ଗ୍ରହ ମାନେ ସେହି ଅନ୍ତରିକ୍ଷରେ ହିଁ ଅଲଗା ହୋଇଯାଆନ୍ତି, ଏମାନଙ୍କ ମୃତ୍ୟୁ ହୋଇଯାଏ ।

 

ତେବେ ଏହି ଗ୍ରହ ଗୁଡ଼ିକ ଆକାରରେ ଅଧିକ ଛୋଟ ଏବଂ ଥଣ୍ଡା ହୋଇଥିବାରୁ ଏହି ଗ୍ରହଗୁଡ଼ିକୁ ଚିହ୍ନିବା କଷ୍ଟକର । ସ୍ପେସର ଆଭ୍ୟନ୍ତରୀଣ ଉତ୍ତାପର ଉତ୍ସକୁ ନଷ୍ଟ କରିବା ପ୍ରକ୍ରିୟାରେ ଅବଶିଷ୍ଟ ଶକ୍ତିରୁ ସୃଷ୍ଟି ହୋଇଥାନ୍ତି ଏହି ଗ୍ରହଗୁଡ଼ିକ। ତେବେ ଗ୍ରହ ଗୁଡ଼ିକ ଯେତେ ଛୋଟ ହୋଇଥାଆନ୍ତି, ସେମାନେ ସେତେ ମାତ୍ରାରେ ଉତ୍ତାପ ସୃଷ୍ଟି କରନ୍ତି ।

ମହାକାଶରେ ଥିବା ଥଣ୍ଡା ବସ୍ତୁଗୁଡ଼ିକ କମ୍ ଆଲୋକ ଦେଇଥାଏ ଏବଂ ମହାକାଶରେ ଯେଉଁ ବସ୍ତୁ ଗୁଡ଼ିକ ଅଧିକ ଆଲୋକ ପ୍ରଦାନ କରିଥାଏ ତାହା ସାଧାରଣତଃ ନାଲି ରଙ୍ଗର ହୋଇଥାଏ, ଯେମିତିକି ସୂର୍ଯ୍ୟ। ତେବେ ମହାକାଶରେ ଧୂଳି ଓ ଗ୍ୟାସ୍ରୁ ହିଁ ଗ୍ରହ ସୃଷ୍ଟି ହୋଇଥାଇ କିନ୍ତୁ ଗ୍ରହ ଗୁଡିକ ସୃଷ୍ଟି ହେବାକୁ ଅଧିକ ସମୟ ଲାଗେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.