ସତରେ ଭବିଷ୍ୟତ କହିପାରେ କି ଶୁଆ? ଜାଣନ୍ତୁ କଣ ରହିଛି ଖାସ

ଶୁଆକୁ ସବୁଠାରୁ ଚାଲାକ ପକ୍ଷୀ କୁହାଯାଏ । ମଣିଷର କଥାକୁ ଶୁଆ ଅତି ସହଜରେ ବୁଝିପାରେ ଏବଂ କହିପାରେ । ଶୁଆ ହେଉଛି ସମଗ୍ର ଦୁନିଆର ଏକମାତ୍ର ପକ୍ଷୀ ଯାହା ମଣିଷ ସ୍ୱରର ନକଲ କରିପାରେ । ଶୁଆ ଅତି ସହଜରେ ମଣିଷ ଯାହା କୁହେ ତାକୁ ବୁଝିପାରେ ଏବଂ ଭଲ ଭାବେ କହିପାରେ ।
କିନ୍ତୁ ପ୍ରଶ୍ନ ଉଠୁଛି ଶୁଆ କିପରି ମଣିଷ ପରି କଥା କହିପାରେ । ବିଜ୍ଞାନ ଅନୁଯାୟୀ ଶୁଆମାନଙ୍କ ପାଖରେ ସିରିଂକ୍ସ ନାମକ ଏକ ଅଙ୍ଗ ଅଛି, ଯାହା ସେମାନଙ୍କ ଶ୍ୱାସନଳୀରେ ଅବସ୍ଥିତ । ଏହା ସାହାଯ୍ୟରେ ଶୁଆ ମଣିଷ ପରି ସ୍ୱର ବାହାର କରିପାରେ । କେବଳ ଏତିକି ନୁହେଁ ଜଣେ ବ୍ୟକ୍ତି ଯାହା କୁହେ ତାକୁ ସହଜରେ ନକଲ କରିପାରେ । ବିଶେଷଜ୍ଞଙ୍କ ଅନୁଯାୟୀ, ଶୁଆ ଅଧିକାଂଶ ଶବ୍ଦର ଅର୍ଥ କୁ ବୁଝିପାରେ ନାହିଁ। କିନ୍ତୁ ବାରମ୍ବାର କଥା ଶୁଣିବା ପରେ ସେ କଥାକୁ ନକଲ କରିପାରେ ।
ଏହା ବ୍ୟତୀତ ଅଧିକାଂଶ ଶୁଆ ସେମାନଙ୍କ ମାଲିକଙ୍କ କଥାକୁ ନକଲ କରନ୍ତି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଶୁଆ ମଣିଷର ଭବିଷ୍ୟତ କହିପାରେ କି ? ବିଜ୍ଞାନ ଅନୁଯାୟୀ, ଶୁଆର ଏକ ବଡ଼ ମସ୍ତିଷ୍କ ଅଛି। କିନ୍ତୁ ଶୁଆ କେବେ କାହାର ଭବିଷ୍ୟତ ବିଷୟରେ କହିପାରିବ ନାହିଁ । ଶୁଆ ନିଜ ମାଲିକର କଥାକୁ ଭଲ ଭାବେ ମାନେ ଏବଂ ମାଲିକର କଥା ଅନୁସାରେ ଶୁଆ ଲୋକମାନଙ୍କୁ ତା ମାଲିକର କଥାକୁ ହିଁ କହିଥାଏ । ଶୁଆ ଯାହା କହେ ସାଧାରଣ ମଣିଷ ସହଜରେ ବିଶ୍ୱାସ କରନ୍ତି ଏବଂ ଭାବନ୍ତି ଶୁଆ ସତରେ ଭବିଷ୍ୟତ କହୁଛି ।