କଙ୍କଡା ବିଛାର ବିଷ ଜୀବନ ତ ନେଇଯାଏ କିନ୍ତୁ ଜୀବନ ଦିଏ କେମିତି ଜାଣିବା ….

କଙ୍କଡା ବିଛା । ନାଁ ଶୁଣିଲେ ଆପଣ ଭାବନ୍ତି କେଉଁଠି ଆଖପାଖରେ ଅଛି କି । କାରଣ ଏହା ଛୋଟ ହେଲେ ବି ଏହାର ବିଷ କୋଉ ସାପର ବିଷଠୁ ବି କମ ନୁହେଁ । ଏହାର ବିଷ ମଣିଷଙ୍କୁ ମାରିଦିଏ । କିନ୍ତୁ କେତେ କଥା ଏହାକୁ ନେଇ ରହିଛି ଆମେ ଆପଣଙ୍କୁ ଆମ ଭିଡିଓରେ ଜଣାଇବୁ ।

ବିଛା ସବୁଠୁ ପୁରୁଣା ଜୀବ ଯାହା ଏବେ ବି ତିଷ୍ଟି ରହିଛି । ଏହାର ଜୀବାସ୍ମ କହୁଛି କି ଏହା ଡାଇନୋସର ଠାରୁ ବି ପୁରୁଣା ଜୀବ । ଖାଲି ଏତିକି ନୁହେଁ ଏହାକୁ ନେଇ ଅନେକ କିଛି କଥା ଯାହା ସମସ୍ତେ ଜାଣିନାହାନ୍ତି । ଯେମିତିକି ଏହାର ଅନେକ ପ୍ରଜାତି ଏଭଳି ଅଛନ୍ତି ଯେଉଁମାନେ ବିନା କୌଣସି ଖାଦ୍ୟ ଖାଇ ବର୍ଷ ବର୍ଷ ବି ବଞ୍ଚିଯାଇପାରନ୍ତି । ବିଛାର ବିଷ ବହୁତ ହି ବିଷାକ୍ତ କୁହାଯାଏ । କିନ୍ତୁ ତଥାପି ଏହା ମଣିଷଙ୍କର ଜୀବନ ବଞ୍ଚାଏ । ଜାଣିବା କିଭଳି ।

ବିଛାର ବିଷ କେତେ ବଷାକ୍ତ । ପ୍ରଥମେ ଏହାକୁ ବୁଝିବାକୁ ଗଲେ ଏକ ରିପୋର୍ଟ ହିସାବରେ ଏହା ନିଜ ପୁଛରେ ଥିବା ଡଙ୍କ ଦ୍ୱାରା ବିଷ ଛାଡିଥାଏ । ଥରୁଟେ ବି ଏହା ଡଙ୍କ ମାରିବା ପରେ ଶରୀରରେ ବିଷ ବହୁତ ଶୀଘ୍ର ବ୍ୟାପିଥାଏ । ଏହାର ବିଷ ସିଧା ଯାଇ ନର୍ଭସ ସିଷ୍ଟମ ଅର୍ଥାତ ମସ୍ତିଷ୍କରେ ଉପରେ ପ୍ରଭାବ ପକାଏ । ଏଥିପାଇଁ ଏହାର ପ୍ରଭାବ ମଧ୍ୟ ଶିଘ୍ର ଦେଖିବାକୁ ମିଳେ ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଏହାର ବିଷର ପ୍ରଭାବ ସବୁଠୁ ବେଶୀ ଦୁଇ ପ୍ରକାରର ଲୋକଙ୍କ ମଧ୍ୟରେ ହୋଇଥାଏ । ପ୍ରଥମତ ପିଲା ଓ ଦ୍ୱିତୀୟରେ ବୁଢାଙ୍କ ମଧ୍ୟରେ । ଡଙ୍କ ମାରିବାର କିଛି ଘଣ୍ଟା ମଧ୍ୟରେ ହାର୍ଟ ଫେଲ ଅବା ନିଶ୍ୱାସ ନେବା କଷ୍ଟକର ହୋଇୟାଏ । ଯାହା ମୃତ୍ୟୁର ସବୁଠୁ ବଡ କାରଣ ହୋଇଥାଏ । ଅମେରିକାରେ ଏଭଳି ଅନେକ ମାମଲା ସାମନାକୁ ଆସିଛି ।

କିନ୍ତୁ ଏସବୁ ପରେ ବି ଆଉ ଏକ କଥା ଜାଣିବା କି ଏହାର ବିଷ କିଭଳି ଜୀବନ ବଞ୍ଚାଇଥାଏ । ଏହାର ବିଷରେ ଏଭଳି କେମିକାଲ ମିଳିଥାଏ ଯାହାର ବ୍ୟବହାର ଔଷଧ ଭଳି ବ୍ୟବହାର କରାଯାଏ । ଯେମିତିକି କ୍ଲୋରୋଟକ୍ସିନ । ଏହାର ବ୍ୟବହାର କ୍ୟାନସରର ଚିକିତ୍ସାରେ କରାଯାଏ । ଏସିଆରେ ବିଛାଙ୍କର କିଛି ଏଭଳି ପ୍ରଜାତି ମିଳିଥାନ୍ତି ଯେଉଁଥିରେ ଏଣ୍ଟିମାଇକ୍ରୋବିୟଲ ପେପ୍ଟାଇଡସ ରହିଥାନ୍ତି । ଏହା ବ୍ୟାକ୍ଟେରିଆ ସଂକ୍ରମଣକୁ କମ କରିବାରେ ପ୍ରଭାବି ପ୍ରମାଣିତ ହୋଇଥାନ୍ତି ।

ଏସିଆଇ ବିଛାଙ୍କ ବିଷରେ ଏଣ୍ଟି ଇନଫ୍ଲେମେଣ୍ଟ୍ରି ବହୁତ ରହିଥାଏ । ଯ।ହା ଆଥ୍ରାଇଟିସ ଚିକିତ୍ସାରେ କାମରେ ଆସିଥାଏ । ଏହା ଛଡା ଆଣ୍ଟିଇମ୍ୟୁନ ଡିସଅର୍ଡରରେ ମଧ୍ୟ ପ୍ରଭାବ ଦେଖାଇଥାଏ । ଏହିଭଳି ଭାବରେ ବିଛାର ବିଷ କେବଳ ଜୀବନ ନେଇନଥାଏ ଜୀବନ ଦେଇ ବି ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.