ଗୋବରରୁ ଇଟ୍ଟା ଆଉ ବାଡି ତିଆରି କରୁଛି ମେସିନ

ଗୋବର, ଯାହା ଘରର ପବିତ୍ର କର୍ମରେ ବ୍ୟବହାର ହୋଇଥାଏ । କିନ୍ତୁ କୁହାଯାଏ ଗୋବରରେ ଭାଇରସ ମଧ୍ୟ ଅଧିକ । ହେଲେ ଗୋବରରୁ ଯେ କେତେ କ’ଣ କାର୍ଯ୍ୟ ହୋଇଥାଏ ତାହା ଆପଣ ଜାଣନ୍ତି । ଗୋବରରୁ ଅନେକ ପ୍ରକାରର ଉପଯୋଗ ବିଷୟରେ ଆପଣ ଶୁଣିଥିବେ । ମେସିନରୁ ଏବେ ଗୋବର ଇଟ୍ଟା ତିଆରି ଗୋବରରୁ ଅଗରବତୀ, ଧୂପକାଠି, ଫ୍ରେମ, ଅନ୍ୟନ୍ୟ ସଜାବଟ୍ଟ ଜିନିଷ ସମେତ ବହୁ ଜିନିଷ ତିଆରି ହେଉଛି । ପୂର୍ବବର୍ଷ ମଧ୍ୟ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଗୋବରରୁ ତିଆରି ହୋଇଥିବା ପେଣ୍ଟ ଲଞ୍ଜ କରିଥିଲେ । ଏବେ ଗୋବରରୁ ଇଟ୍ଟା ମଧ୍ୟ ତିଆରି ହେଉଛି । ଗୋକାଷ୍ଟ ନାମରେ ଏକ ଏଭଳି ମେସିନ ତିଆରି କରାଯାଇଛି ଯାହା ଗୋବରରୁ ବାଡି ଓ ଇଟ୍ଟା ମଧ୍ୟ ତିଆରି କରୁଛି । ଗତ ୬ମେରେ କେନ୍ଦ୍ରିୟ ମତ୍ସ ପାଳନ, ପଶୁପାଳନ ଓ ଡେୟରୀ ବିକାଶ ମନ୍ତ୍ରୀ ପୁରୋଷତ୍ତମ ରୁପାଲା ପ୍ରୋଜେକ୍ଟ ଅର୍ଥ ଆଧାରରେ ଆଇଆଇଟି ଦିଲ୍ଲୀର ଛାତ୍ରଙ୍କୁ ଏହି ଗୋକାଷ୍ଟ ମେସିନ ପ୍ରଦାନ କରିଥିଲେ ।

ଏକ ରିପୋର୍ଟ ହିସାବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଗୋ କାଷ୍ଟ ଅଭିଯାନ ଏବେ ଆଉ ଏକ ଦିଗ ଦେଖାଇଛି । ଏହି ଅଭିଜାନ ଭିତରେ ଗୋବରର ବାଡି ଓ ଇଟ୍ଟା ବନାଇବାରେ ବ୍ୟବହାର କରାଯାଉଛି । ଯେଉଁଥିରେ ଚାଷୀ, ମହିଳା ଓ ଗୋଶାଳା ଚଳାଉଥିବା ଲୋକଙ୍କ ଜୀବନରେ ଅନେକ କିଛି ବଦଳାବ ଆସିଛି ।

ଏହା ମାଧ୍ୟମରେ ମସିନ ସାହାରାରେ ଆଗକୁ ଇଟ୍ଟା ବନାଯାଇପାରିବ । ଗୋ କାଷ୍ଟ ମେସିନ ଗୋବରରୁ ବାଡି ତିଆରି କରିବା ଛଡା ଅନ୍ୟାନ୍ୟ କାମରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହି ମେସିନ ଜରିଆରେ କ୍ଷେତରେ ପଡିଥିବା ଶସ୍ୟର ୱେଷ୍ଟ ମଟେରିଆଲ ତିଆରି କରି ଆମଦାନୀ କରାଯାଇପାରିବ । ଏହି ୱେଷ୍ଟ ମଟେରିଆଲରୁ ଚାଷୀ ନିଜର ପସନ୍ଦ ହିସାବରେ ସାଇଜରେ ବାଡି ବନେଇପାରିବେ । ଏହି ମସିନ ନଥିବା ବେଳେ ଚାଷୀଙ୍କୁ ଓ ପଶୁପାଳକଙ୍କୁ ଗୋବର ପାଇଁ ସମୟ ଓ ଟଙ୍କା ଖର୍ଚ୍ଚ କରିବାକୁ ପଡେ । କିନ୍ତୁ ଏହି ମେସିନ ଆସିବା ପରେ ବେକାର ଗୋବର କାମରେ ଆସୁଛି ।

ପ୍ରତ୍ୟେକ ମେସିନର ସହାୟତାରେ ପ୍ରତିଦିନ ୩୦୦୦କିଲୋ ଗୋବର ବଡ ସହଜରେ ନିପାଦନ ହୋଇପାରୁଛି । ଏଥିରେ ୧୫୦୦କିଲୋ ଗୋବରର ବାଡିର ଉତ୍ପାଦନ କରାଯାଇପାରିବ । ଯହାର ବ୍ୟବହାର ୫ରୁ ୭ଶବ ଦାହ ପାଇଁ କରଯାଇପାରେ । ଏହା ସାହାଯ୍ୟରେ ଦାହ ସଂସ୍କାର ପାଇଁ କଟା ଯାଉଥିବା ବୃକ୍ଷକୁ ମଧ୍ୟ ବଞ୍ଚାଯାଇପାରିବ । ଯାହ ବର୍ତ୍ତମାନ ସମୟରେ ସଂରକ୍ଷଣ ପାଇଁ ଜରୁରୀ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.