ସ୍ପେଶାଲ

ମାଟିର କେତେ ତଳ ପର୍ଯ୍ୟନ୍ତ ଯାଇଛି ମଣିଷ, କଣ ସତରେ ପୃଥିବୀର ଏହି ଗର୍ତ୍ତ ନର୍କର ଦ୍ୱାର ?

ସାଇନ୍ସ ପଢ଼ୁଥିବା ପିଲା ଯଦିଓ ବିଜ୍ଞାନର ଅନେକ କନସେପ୍ଟ ବୁଝିବାକୁ ଅସମର୍ଥ ଥାନ୍ତି କିନ୍ତୁ ଏହା ସତ ଯେ ବିଜ୍ଞାନ ପ୍ରତିଦିନ ନୂଆ ନୂଆ ଗବେଷଣା ଏବଂ ଉନ୍ନତି କରିଚାଲିଛି । ଆମର ବୈଜ୍ଞାନିକମାନେ କେବଳ ଚନ୍ଦ୍ର ଏବଂ ମଙ୍ଗଳ ନୁହେଁ ବରଂ ତାଠାରୁ ବି ଆଗକୁ ଯାଇସାରିଲେଣି । ପ୍ରତିଦିନ ବ୍ରହ୍ମାଣ୍ଡ ଉପରେ ନୂଆ ନୂଆ ଗବେଷଣା ଚାଲିଛି କିନ୍ତୁ ଯେଉଁଠି ଗବେଷଣା ଓ ରହସ୍ୟର କଥା ଉଠେ ସେଠାରେ ଆମର ଛୋଟ ପୃଥିବୀ ବି କିଛି କମ ନୁହେଁ । ଆଜ୍ଞା ହଁ ଆମ ପୃଥିବୀରେ ଏପରି କିଛି ସ୍ଥାନ ଓ ରହସ୍ୟ ଲୁଚି ରହିଛି ଯାହା ଆଗରେ ବୈଜ୍ଞାନିକ ବି ହାର ମାନି ଯାଇଛନ୍ତି । ଆକାଶ ଓ ବ୍ରହ୍ମାଣ୍ଡର ରହସ୍ୟ ତ ଆମ ଠାରୁ ବହୁତ ଦୁରରେ କିନ୍ତୁ ଏହି ପୃଥିବୀରେ ଏପରି କିଛି ବଡ ବଡ ଗର୍ତ୍ତ ରହିଛି ଯାହା ନିଜର ଗଭୀରତାରେ ଅନେକ ରହସ୍ୟ ଲୁଚାଇ ରଖିଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ସବୁଠାରୁ ଗଭୀର ଗର୍ତ୍ତକୁ ନର୍କର ଦ୍ୱାର ମଧ୍ୟ କୁହାଯା । ବର୍ତ୍ତମାନ ଆପଣ ଭାବୁଥିବେ ନର୍କ କାହିଁକି ? ତେବେ ଏହାକୁ ନର୍କର ଦ୍ୱାରା କାହିଁକି କୁହାଯାଏ ତାହା ଜାଣିବା ପୂର୍ବରୁ ଯାଣିନିଅନ୍ତୁ ଯେ ଏହି ଖତରନାକ ଏବଂ ରହସ୍ୟମୟ ଗାତ ରୁଷିଆରେ ରହିଛି ଏବଂ ଏହାର ନାମ ହେଉଛି କୋଲା ସୁପରଡିପ ବୋରହୋଲ । ଏହା ସାରା ଦୁନିଆରେ ଥିବା ଗର୍ତ୍ତ ମଧ୍ୟରେ ସବୁଠାରୁ ଗଭୀର ବୋରହୋଲ ଅଟେ । କୋଲା ସୁପରଡିପ ବୋରହୋଲ କୌଣସି ପ୍ରାକୃତିକ ଗର୍ତ୍ତ ନୁହେଁ ବରଂ ମଣିଷ ହାତରେ ଖୋଳାଯାଇଥିବା ଏକ କୃତ୍ରିମ ଗାତ ଅଟେ । ଯାହା ଦୁନିଆର ଅନେକ ଦେଶରେ ହୋଇଛି । ଏକ୍ସପ୍ଲୋରେସନର ଯୁଦ୍ଧ ସମୟରେ ଏହା ଖୋଳା ଯାଇଥିଲା । ପ୍ରକୃତରେ ଏପରି ହୋଇଥିଲା ଯେ 1970 ମସିହା ପାଖାପାଖି ସବୁ ଦେଶ ବିଜ୍ଞାନ, ଅନ୍ତରୀକ୍ଷ ଓ ପୃଥିବୀ ତଳେ କଣ ଅଛି ତାହା ଜାଣିବା ପାଇଁ ଏବଂ ଜଣେ ଅନ୍ୟଜଣଙ୍କ ଠାରୁ ଆଗକୁ ଯିବା ପାଇଁ ଲାଗିପଡ଼ିଥିଲେ । ସେହି ସମୟରେ ରୁଷର ବୈଜ୍ଞାନିକମାନେ ଆମେରିକୀ ବୈଜ୍ଞାନିକ ମାନଙ୍କୁ ଚ୍ୟାଲେଞ୍ଜ ଦେବାପାଇଁ ମାଟି ତଳେ ଏକ ଗାତ ଖୋଲିବା ଆରମ୍ଭ କରିଥିଲେ । ସବୁଠାରୁ ବଡ଼ ଗାତ ଖୋଳିବା ଆଶାରେ ସେମାନେ ଏହାକୁ ଡ୍ରିଲ କରୁ କରୁ ଏତେ ଆଗକୁ ଚାଲିଗଲେ ଯେ ପ୍ରାୟ 19 ବର୍ଷ ଖୋଳିବା ପରେ ଏମାନେ ପୃଥିବୀ ତଳୁ ପ୍ରାୟ 12 କିଲୋମିଟରର ଗାତ ଖୋଳି ଦେଇଥିଲେ । ଯଦିଓ ମାଟିତଳେ 12 କିଲୋମିଟର ପର୍ଯ୍ୟନ୍ତ ଖୋଳିବା ଏକ ବହୁତ ବଡ଼ କଥା ଅଟେ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି 12 କିମି ପୃଥିବୀର ଶେଷଭାଗଠାରୁ ମାତ୍ର 0.2 ପ୍ରତିଶତ ବି ନୁହେଁ ।

ଏହି ଖନନ ସମୟରେ ବୈଜ୍ଞାନିକମାନଙ୍କୁ କିଛି ଖାସ ସୂଚନା ମଧ୍ୟ ମିଳିଥିଲା । ତେବେ ଅଚାନକ ବୈଜ୍ଞାନିକମାନେ ଏହି ଖନନକୁ ବନ୍ଦ କରିଦେଇଥିଲେ । କିନ୍ତୁ ଅଚାନକ ଏପରି କଣ ହେଲା ଯେଉଁଥିପାଇଁ ବୈଜ୍ଞାନିକମନଙ୍କୁ ଏହି ଖୋଳିବା କାର୍ଯ୍ୟ ବନ୍ଦ କରିବାକୁ ପଡିଲା ? ଦୀର୍ଘ ବର୍ଷର କାର୍ଯ୍ୟ ଓ ଗବେଷଣାରେ ବୈଜ୍ଞାନିକ ମାନଙ୍କୁ କଣ ମିଳିଲା ଏବଂ ସେ ଏହି କାର୍ଯ୍ୟକୁ ଅଚାନକ କାହିଁକି ବନ୍ଦ କଲେ । ତାର ଉତ୍ତରରେ ବୈଜ୍ଞାନିକମାନେ କୁହନ୍ତି ଯେ ତାଙ୍କ ହାତକୁ ତିନୋଟି ଅଦ୍ଭୁତ ରହସ୍ୟ ଆସିଥିଲା । ପ୍ରଥମଟି ହେଉଛି 7 କିମି ଖୋଳିବା ପରେ ତାଙ୍କୁ କିଛି ସ୍ୱତନ୍ତ୍ର ଗ୍ୟାସ ଓ ବହୁତ ପାଣି ମିଳିଥିଲା । ଏହା ବ୍ୟତୀତ କିଛି ନୂଆ ପ୍ରକାରର ସୂକ୍ଷ୍ମଜୀବ ଏହି ଗଭୀରତାରୁ ମିଳିଥିଲେ ଯାହାକି ବହୁତ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ଥିଲା । ଏହା ଏଥିପାଇଁ କାରଣ ବୈଜ୍ଞାନିକମାନେ ଖନନ ସମୟରେ ଯେତେ ତଳକୁ ତଳକୁ ଯାଉଥିଲେ ଏହାର ତାପମାତ୍ରା ସେତେ ବଢି ବଢି ଯାଉଥିଲା । ଏପରିସ୍ଥଳେ ଏତେ ଗଭୀରତା ଓ ଏତେ ମାତ୍ରାରେ ତାପମାତ୍ରାରେ କୌଣସି ଜୀବ ବଞ୍ଚିରହିବା ଅସମ୍ଭବ ଅଟେ ।

ତେବେ ସେହି ଗର୍ତ୍ତ ଖନନ ସମୟରେ ଅଚାନକ କାମ ବନ୍ଦ କରିବାର ମୁଖ୍ୟ କାରଣ ଥିଲା ତାପମାତ୍ରା । ରିସର୍ଚ୍ଚର୍ସଙ୍କ କହିବା ଅନୁଯାୟୀ ଏହି ଗର୍ତ୍ତର ଶେଷ ଭାଗର ତାପମାତ୍ରା 180 ଡିଗ୍ରୀରେ ପହଂଚି ଯାଇଥିଲା ଏବଂ ଯେଉଁ ଯନ୍ତ୍ରରେ ଏହାକୁ ଖୋଳାଯାଉଥିଲା ସେ ଏହି ତାପମାତ୍ରା ସହ୍ୟ କରିପାରୁନଥିଲା । ଯେଉଁଥିପାଇଁ ଏହି କାମକୁ ଆଗକୁ ବଢିବା ବୈଜ୍ଞାନିକମାନଙ୍କ ପାଇଁ ଅସମ୍ଭବ ଥିଲା ଏବଂ ସେମାନେ ଏହି କାମକୁ ବାଧ୍ୟ ହୋଇ ବନ୍ଦ କରିଦେଇଥିଲେ । କିଛିଲୋକ କୁହନ୍ତି ଏହି ଗର୍ତ୍ତ ସିଧାସଳଖ ନର୍କକୁ ଯାଇଛି ଆଉକିଛି କୁହନ୍ତି ଯେ ଏଠାରୁ ବହୁତ ଅଜବ ଅଜବ ଶବ୍ଦ ଶୁଣିବାକୁ ମିଳେ । ତେବେ ଏହିକଥାରେ କେତେ ମାତ୍ରାରେ ସତ ଏବଂ କେତେ ମାତ୍ରାରେ ମିଛ ତାହା ତ ଏଯାଏଁ ଜଣାପଡ଼ିନି କିନ୍ତୁ ଏହା ସତ ଯେ ବର୍ତ୍ତମାନ ଏହି ସ୍ଥାନକୁ ସମ୍ପୂର୍ଣ ରୂପେ ବନ୍ଦ କରିଦିଆଯାଇଛି ରିସର୍ଚ୍ଚର୍ସ ଏବଂ ଭିଜିଟର୍ସ ସମସ୍ତଙ୍କ ପାଇଁ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago