ଦକ୍ଷିଣ ଆଫ୍ରିକାରେ ନିଶ୍ଚିତ ମୃତ୍ୟୁ ମୁଖରୁ କିପରି ବର୍ତ୍ତିଥିଲେ ଗାନ୍ଧୀ, ପଢନ୍ତୁ ଏକ ରିପୋର୍ଟ

ଭିଡ ଯୋଗୁଁ ବହୁ ଲୋକଙ୍କର ଜୀବନ ଯାଉଥିବା କଥା ଏବେ ସାଧାରଣ ହୋଇଗଲାଣି । ଭାରତରେ ପ୍ରାୟ ସମୟରେ କୌଣସି ନା କୌଣସି ସ୍ଥାନରେ ଏପରି ଘଟଣା ମାନ ଘଟୁଥିବା ଖବର ସାମ୍ନା କୁ ଆସିବାରେ ଲାଗିଛି । କିନ୍ତୁ ଜାଣନ୍ତିକି ପ୍ରାୟ ୧୨୫ ବର୍ଷ ତଳେ ସୁଦୂର ଦକ୍ଷିଣ ଆଫ୍ରିକାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଏପରି ଏକ ସମାନ ଘଟଣାର ସାମ୍ନା କରିବାକୁ ପଡିଥିଲା । ସୌଭାଗ୍ୟ ବଶତଃ ଗାନ୍ଧୀ ଏହି ଭିଡ ଭିତରୁ ରକ୍ଷା ପାଇ ଯାଇ ପାରିଥିଲେ । ନଚେତ ଦୁନିଆ କେବେବି ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀ ବନିଥିବାର ହୁଏତ କେବେ ଦେଖି ପାରିନଥାନ୍ତା । ସେହି ସମୟରେ ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ରହି ଓକିଲାତି କରୁଥାନ୍ତି । ନିଜ ବ୍ୟବସାୟୀ ଦାଦା ଅବଦୁଲ୍ଲାଙ୍କ କମ୍ପାନୀ ସମ୍ବନ୍ଧୀୟ ଏକ ମାମଲା ଲଢ଼ିବା ପାଇଁ ହିଁ ୧୮୯୩ ମସିହାରେ ହିଁ ଗାନ୍ଧୀ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାଇଥିଲେ ।

ଏଠାରେ ନିଜ ସଂଘର୍ଷ ବଳରେ ମାତ୍ର ୩ ବର୍ଷ ମଧ୍ୟରେ ସେ ଏକ ସାଧାରଣ ଓକିଲରୁ  ଜନସାଧାରଣଙ୍କ ନେତା ପାଲଟି ପାରିଥିଲେ । ସେହିଠାରେ ସେ ୧୮୯୪ ମସିହା ଅଗଷ୍ଟ ୨୨ ତାରିଖରେ ‘ନାଟାଲ ଇଣ୍ଡିଆନ କଂଗ୍ରେସ’ ନାମକ ଏକ ସଂସ୍ଥା ସ୍ଥାପନା କରିଥିଲେ । ଏହା ସହ ସେଠାରେ ଅବହେଳିତ ଭାରତୀୟଙ୍କ ହିତ ପାଇଁ   ଲଢେଇ କରୁଥିଲେ । ୧୯୯୬ ମସିହାରେ ଯେବେ ସେ ଭାରତ ଆସିଥିବା ବେଳେ ‘ଗ୍ରୀନ ପାମ୍ପଲେଟ’ ନାମକ ଏକ ପୁସ୍ତକ ରଚନା କରିଥିଲେ । ଯେଉଁ ଥିରେ ସେ ଆଫ୍ରିକାରେ ବସବାସ କରୁଥିବା ମଜଦୁର ମାନଙ୍କର ଦୂସ୍ଥିତି ଓ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ବର୍ଣ୍ଣନା କରିଥିଲେ । ପୁଣି ୧୮୯୬ ମସିହା ନଭେମ୍ବର ୩୦ ତାରିଖରେ ହିଁ ପୁଣି ଥରେ ଦକ୍ଷିଣ ଆଫ୍ରିକା ଫେରି ଯାଇଥିଲେ । ଏହି ଥର ତାଙ୍କ ସହ ତାଙ୍କ ପତ୍ନୀ ଓ ପିଲା ମଧ୍ୟ ଯାଇଥିଲେ । କିନ୍ତୁ ଗାନ୍ଧୀ ଦକ୍ଷିଣ ଆଫ୍ରିକା ପହଂଚିବା ପୂର୍ବରୁ ତାଙ୍କ ରଚିତ ‘ଗ୍ରୀନ ପାମ୍ପଲେଟ’ ସେଠାରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିଲା ।

 

ଐତିହାସିକଙ୍କ ଅନୁଯାୟୀ ଯେବେ ଗାନ୍ଧୀଙ୍କ ଜାହାଜ ଡର୍ବାନ ଠାରେ ପହଞ୍ଚି ଥିଲା । ପ୍ରଥମେ ୩ ଦିନ ତାଙ୍କୁ ବନ୍ଦର ମଧ୍ୟକୁ ଆସିବାକୁ ଅନୁମତି ମିଳିନଥିଲା । ବହୁ ପରେ ଜାହାଜକୁ ବନ୍ଦରକୁ ଆସିବାକୁ ଅନୁମତି ମିଳିଥିଲା । ଗାନ୍ଧୀ ଜାହାଜରୁ ଓଲ୍ହାଉଥିବା ସମୟରେ ତାଙ୍କୁ ଗୋରା ଲୋକ ମାନେ ଚାରିପାଖେ ଘେରି ପିଟିବା ଆରମ୍ଭ କରିଦେଇଥିଲେ । ସେହି ସମୟରେ ସେଠାକାର ଜଣେ ପୋଲିସ ଅଧିକ୍ଷକଙ୍କ ପତ୍ନୀ ଆର୍ସି ଏଲେକ୍ଜାଣ୍ଡର ସେହି ବାଟ ଦେଇ ଯାଉଥିଲେ । ସେ ହିଁ ଗାନ୍ଧୀଙ୍କୁ ଏହି ଭିଡ ଭିତରୁ ବଞ୍ଚାଇଥିଲେ । ଏହି ସମୟରେ ସେ ପୋଲିସ ଅଫିସର ଥିବା ତାଙ୍କ ପତିଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ତାଙ୍କ ପତି ସେହି ସ୍ଥାନରେ ପହଞ୍ଚି ଗାନ୍ଧୀଙ୍କୁ ରକ୍ଷା କରିଥିଲେ । ଭିଡ଼ରୁ ବଞ୍ଚାଇ ଗାନ୍ଧୀଙ୍କୁ ତାଙ୍କ ସାଙ୍ଗ ଜୀବନ ଜି ରୁସ୍ତମଜିଙ୍କ ଘରକୁ ନିଆଯାଇଥିଲା ।

ଏହା ସହ ପଢନ୍ତୁ: କ’ଣ ଥିଲା ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅମୂଲ୍ୟ ବିଚାରର ଅମୂଲ୍ୟ ଚିନ୍ତାଧାରା

ଗାନ୍ଧୀଙ୍କ ଲୁଗା ସମ୍ପୂର୍ଣ୍ଣ ଚିରି ଯାଇଥିବା ବେଳେ ଶରୀରରେ ବହୁ କ୍ଷତ ହୋଇଯାଇଥିଲା । ସଂଗେ ସଂଗେ ଡାକ୍ତରଙ୍କୁ ଡାକି ତତ୍କାଳ ତାଙ୍କର ଚିକିତ୍ସା କରା ଯାଇଥିଲା ।  ଏହି ଘଟଣାର ପରିସମାପ୍ତି ସେହି ଠାରେ ହୋଇନଥିଲା । ତାଙ୍କ ଆଶ୍ରୟ ସ୍ଥଳୀରେ ନିକଟରେ ମଧ୍ୟ ଆନ୍ଦୋଳନ କାରୀଙ୍କ ଭିଡ ଜମିଯାଇଥିଲା ।  ଆନ୍ଦୋଳନକାରୀ ମାନେ ଗାନ୍ଧୀଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବା ପାଇଁ ଦାବି କରିଥିଲେ । କିନ୍ତୁ କୌଶଳ କ୍ରମେ ଗାନ୍ଧୀ ନିଜକୁ ଏକ ପୋଲିସ ଅଫିସରର ପରିଚୟ ଦେଇ ସେଠାରୁ କୌଣସି ମତେ ଖସି ଯାଇଥିଲେ । ଗାନ୍ଧୀଙ୍କୁ ହତ୍ୟା କରାଯାଇଥିବା ଉଦ୍ୟମ ଯେତେବେଳେ ବ୍ରିଟିଶ ଅଧିକ୍ଷକଙ୍କ ପାଖରେ ପହଁଚିଲା । ସେଠାକାର ଉପନିବେଶ ସଚିବ ଜୋସେଫ ଚମ୍ବଲଲେନ ଆନ୍ଦୋଳନ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାର ଆଦେଶ ଦେଇଥିଲେ । କିନ୍ତୁ ଗାନ୍ଧୀଙ୍କ ଅନୁରୋଧ କ୍ରମେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଗାନ୍ଧୀଙ୍କ କହିବା ଅନୁଯାୟୀ  ‘ରାଇଟର’ ସଂସ୍ଥା ଦ୍ୱାରା ପ୍ରକାଶିତ ଏକ ଖବର ପଢି ସେମାନେ ଉତ୍ତେଜିତ ହୋଇଯାଇ ଥିବାରୁ ସେମାନେ ଏପରି କାଣ୍ଡ କରିଥିଲେ । ଏହି ଘଟଣା ପରେ ବି ଗାନ୍ଧୀ ‘ନାଟାଲ ଇଣ୍ଡିଆନ କଂଗ୍ରେସ’ ପାଇଁ କାମ କରିବା ଜାରି ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.