ଭାରତୀୟ ନୋଟ୍‌ ର ଜାଣନ୍ତୁ ଇତିହାସ, ଏହା କେବେ ଓ କିପରି ହୋଇଥିଲା ତିଆରି

କ’ଣ ଆପଣ କେବେ ଭାବିଛନ୍ତି, ଯେଉଁ ନୋଟର ଆବଶ୍ୟକତା ଆପଣଙ୍କର ପ୍ରତ୍ୟେକଟି ସମୟରେ ରହିଛି ସେହି ନୋଟ୍‌ କେଉଁଠି ତିଆରି ହୁଏ। ଦର୍ଶକବନ୍ଧୁ ଅନେକଙ୍କ ମନରେ ଇଚ୍ଛା ରହିଥାଏ ଯେ, ସେମାନେ ନୋଟ ଛପା କମ୍ପାନୀ କାମ କରିବେ। କିନ୍ତୁ ସମସ୍ତଙ୍କୁ ସୁଯୋଗ ମିଳେ ନାହିଁ। ମନରେ ଏଥିପାଇଁ ଅନେକ ପ୍ରଶ୍ନ ରହିଯାଏ। ଯାହାର ଆବଶ୍ୟକତା ପୁରା ଦୁନିଆରେ ରହିଛି ତାହାକୁ କେଉଁଠି ଓ କିପରି ତିଆରି କରାଯାଏ।

ଭାରତରେ ସର୍ବ ପ୍ରଥମେ କାଗଜ ନୋଟ ୧୮ଶହ ଶତାବ୍ଦୀରେ ତିଆରି ହୋଇଥିଲା। ବ୍ୟାଙ୍କ ଅଫ ହିନ୍ଦୁସ୍ତାନ, ଜେନେରାଲ ବ୍ୟାଙ୍କ ଅଫ ବଙ୍ଗାଲ ଏବଂ ବଙ୍ଗାଲ ବ୍ୟାଙ୍କ ପ୍ରଥମେ କାଗଜ ନୋଟ ଜାରୀ କରିଥିଲେ। ଏହାପରେ ଭାରତୀୟ ଅର୍ଥବ୍ୟବସ୍ଥା ଇତିହାସରେ ନୂଆ ଯୁଗ ଆରମ୍ଭ କରିଥିଲେ । ଭାରତୀୟ କରେନ୍ସିକୁ rupee କୁହାଗଲା। ଭାରତର କରେନ୍ସିରେ କାଗଜ ନୋଟ ଓ ମୁଦ୍ରା ବ୍ୟବହାର କରାଯାଉଛି। ମୁଦ୍ରାରେ ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା ଓ ୧୦ ଟଙ୍କା ରହିଥିବା ବେଳେ ନୋଟରେ ୧୦ ଟଙ୍କା, ୨୦ ଟଙ୍କା, ୫୦ ଟଙ୍କା, ୧୦୦ ଟଙ୍କା, ୨୦୦ ଟଙ୍କା, ୫୦୦ ଓ ୨୦୦୦ ଟଙ୍କା ନୋଟ ଜାରୀ କରାଯାଇଛି। ଭାରତୀୟ ବଜାରରେ ଏହି କରେନ୍ସିକୁ କ୍ରୟ ବିକ୍ରୟରେ ବ୍ୟବହାର କରାଯାଏ । କିନ୍ତୁ ଭାରତର ଏହି କରେନ୍ସିକୁ କେଉଁଠି ଓ କିପରି ଛପା ଯାଏ , ତାହା କାହାକୁ ମଧ୍ୟ ଜଣା ନାହିଁ।

ଭାରତରେ ପ୍ରଥମ କରେନ୍ସି ନୋଟ ବର୍ଷ ୧୮୬୨ ମସିହାରେ ବ୍ରିଟିଶ ସରକାର UKର ଏକ କମ୍ପାନୀ ଦ୍ୱାରା ଛାପିଥିଲେ । ବର୍ଷ ୧୯୨୦ ମସିହା ପର୍ଯ୍ୟନ୍ତ ବ୍ରିଟିଶ ସରକାର ଭାରତୀୟ ନୋଟ ବ୍ରିଟେନରୁ ଛାପୁଥିଲେ । ପରେ ବ୍ରିଟିଶ ସରକାର ମହାରାଷ୍ଟ୍ରର ନାସିକରେ ୧୯୨୬ ମସିହାରେ ପ୍ରଥମ printing press ଆରମ୍ଭ କରିଥିଲେ, ଯେଉଁଠି ନୋଟ ଛପାଗଲା। କିଛି ଦିନ ମଧ୍ୟରେ ଏଠାରେ ୧୦୦ ଏବଂ ୧୦୦୦ ଟଙ୍କାର ନୋଟ୍‌ ପ୍ରେସ କରାଗଲା। ଏହାପରେ ମଧ୍ୟ ଅନେକ ଭାରତୀୟ କରେନ୍ସି ନୋଟ ବ୍ରିଟେନରୁ ମଗାଯାଉଥିଲ ।। ବର୍ଷ ୧୯୪୭ ମସିହାରେ ଏହି ନୋଟ ନାସିକରୁ ଛପା ଯାଉଛି। ଏହାପରେ ଭାରତର ସେକେଣ୍ଡ printing press ୧୯୭୫ ମସିହାରେ ମଧ୍ୟପ୍ରଦେଶର େ ଦବାସରେ ଖୋଲାଯାଇଥିଲା। ଏହାପରେ ୧୯୯୭ ମସିହାରେ ଜନସଂଖ୍ୟା ବୃଦ୍ଧିକୁ ଧ୍ୟାନରେ ରଖି ଭାରତ ସରକାର ଆମେରିକା, କାନାଡା, ୟୁରୋପରୁ କରେନ୍ସି ନୋଟ ମଗାଇବା ଆରମ୍ଭ କଲେ।

ପରେ ୧୯୯୯ ମସିହାରେ ମହିଶୂରରେ ଏବଂ ୨୦୦୦ ମସିହାରେ ପଶ୍ଚିମବଙ୍ଗର ସାଲବୋନିରେ ପ୍ରିଣ୍ଟିଂ ପ୍ରେସ ଖୋଲାଗଲା। ଏଠାରେ ଏବେବି ଭାରତୀୟ କରେନ୍ସି ନୋଟ ତଆରି କରାଯାଉଛି। ତେବେ ଏହାକୁ ମିଶାଇ ଭାରତରେ ମୋଟ ୪ ଟି ସ୍ଥାନ ନାସିକ, ସାଲବୋନି, ମହିଶୂର ଓ ମଧ୍ୟପ୍ରଦେଶର ଦେବାସରେ ଆମ କରେନ୍ସି ନୋଟ ଛପା ଯାଉଛି। ଅନ୍ୟପକ୍ଷରେ ଭାରତୀୟ ମୁଦ୍ରା ଭାରତ ସରକାରଙ୍କ ଅଧିନସ୍ଥ କମ୍ପାନୀରେ ତିଆରି କରାଯାଉଛି। ଏହି କମ୍ପାନୀ ଭାରତର କୋଲକତା,ମୁମ୍ବାଇ, ନୋଏଡା ଓ ହାଇଦ୍ରାବାଦରେ ରହିଛି।

ମୁଦ୍ରାରେ ଏକ ଖାସ କଥା ରହିଥାଏ । ପ୍ରତ୍ୟେକ ମୁଦ୍ରାରେ ଏକ ବିଶେଷ ଚିହ୍ନ ରହିଥାଏ । ଯାହାକୁ ଦେଖି ଆପଣ ଜାଣିପାରିବେ ଏହା କେଉଁ ଦେଶର ମୁଦ୍ରା ଏବଂ କେଉଁଠି ତିଆରି ହୋଇଛି। ଭାରତରେ ମଧ୍ୟ ଅନେକ ରାଜ୍ୟରେ ମୁଦ୍ରାର ଚିହ୍ନ ଭିନ୍ନ ଭିନ୍ନ ରହିଥାଏ। ମୁଦ୍ରାର ତଳେ ଯଦି ଭଙ୍ଗା ଡାଇମଣ୍ଡର ଚିହ୍ନ ରହିଥାଏ ତେବେ ଏହା ହାଇଦ୍ରାବାଦର ମୁଦ୍ରା ବୋଲି ଜାଣିବେ। ନୋଏଡ଼ାର ମୁଦ୍ରା ତଳେ ଛୋଟ ଡ଼ଟ୍‌ ରହିଥାଏ। ମୁମ୍ବାଇର ମୁଦ୍ରାରେ ଡାଇମଣ୍ଡୀ ଚିହ୍ନ ରହିଥାଏ । ସେହିପରି କୋଲକତାର ମୁଦ୍ରାରେ କୌଣସି ଚିହ୍ନ ନଥାଏ ।
ସେହିପରି ଭାରତୀୟ କରେନ୍ସି ନୋଟ ୧୦, ୫୦ ଓ ୫୦୦ ଟଙ୍କା ନୋଟ ମଧ୍ୟପ୍ରଦେଶର ଦେବାସରେ ଛପାଯାଉଥିବା ବେଳେ ମହିଶୂରରେ ୨୦୦୦ଟଙ୍କା ନୋଟ ଛପା ଯାଉଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ , ଦେବାସରେ ବର୍ଷକୁ ୨୬୫ କୋଟି ନୋଟ୍‌ ଛପାଯାଏ । ଏଥିରେ ୪୦% କେବଳ କାଗଜ ଓ ସ୍ୟାହି ପାଇଁ ଖର୍ଚ୍ଚ ହୋଇଥାଏ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ କାଗଜ ନୋଟରେ କଟନରେ ତିଆରି କାଗଜ ଏବଂ ସ୍ୱତନ୍ତ୍ର ସ୍ୟାହି ବ୍ୟବହାର କରାଯାଏ। ଏହି ସ୍ୟାହି ସିଜ୍ୱରଲ୍ୟାଣ୍ଡର SICPAରୁ ଆସିଥାଏ । ସେହିପରି ଭାରତୀୟ କରେନ୍ସି ନୋଟ ପାଇଁ କାଗଜ UK, ଜର୍ମାନୀ ଓ ଜାପାନରୁ ଆସିଥାଏ । ପରେ ବିଶେଷ ଟେକନିକ ଆପଣାଇ କାଗଜ ଓ ସ୍ୟାହି ବ୍ୟବହାର କରି କରେନ୍ସି ନୋଟକୁ ଛପା ଯାଏ । ଏହି ନୋଟରେ ଉଜ୍ଜଳ ସ୍ୟାହି ଲଗାଯାଇଥାଏ, ଯାହାକୁ ଆପଣ ଅଲଟ୍ରାଭାଓଲେଟ ରଶ୍ମିରେ ଦେଖିପାରିବେ। ଏଥିରେ ଭାରତର ମୁଖ୍ୟ ସାଙ୍କେତିକ ଚିହ୍ନ ରହିଥାଏ। ପରେ ବ୍ୟାଙ୍କକୁ ଏହା ପଠାଯାଏ । ଖରାପ ନୋଟକୁ ଠିକ କରିବା ପାଇଁ ବ୍ୟାଙ୍କ ମୁଖ୍ୟକାର୍ଯ୍ୟଳୟକୁ ପଠାଉଥିବା ବେଳେ ସଠିକ ନୋଟକୁ RBI ନିଜର ୧୮ ଟି regional office କୁ ପଠାଇଥାଏ ।

ପ୍ରତିବର୍ଷ ଭାରତ ୨ହଜାର କୋଟି କରେନ୍ସି ନୋଟ ଛାପିଥାଏ । ଏହାସହ ଭାରତରେ ୫ ମିଲିଅନ ନୋଟ ଚାଲାଣରୁ ବାଦ ପଡ଼ିଥାଏ । ଏହାର ଓଜନ ପାଖାପାଖି ୪୫ଶହ ଟନ ରହିଥାଏ । ତେବେ ଭାରତ ନିଜ ନୋଟ ଛାପିବାରେ କାଗଜ ଓ ସ୍ୟାହି ପାଇଁ ଅନ୍ୟ କମ୍ପାନୀ ଉପରେ ନିର୍ଭର ରହିବାକୁ ନେଇ ଆପଣ କଣ କହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.