ଗଞ୍ଜେଇ, ଚରସ, ଅଫିମ କେମିତି ପ୍ରସ୍ତୁତ ହୋଇଥାଏ ଜାଣନ୍ତି କି ….

ନିଶା କାହିଁକି କରେ ମଣିଷ ? ଏହାର ଉତ୍ତର ଡାକ୍ତରୀ ପାଠରେ କି ମନୋବିଜ୍ଞାନୀଙ୍କ ପାଖରେ ଥାଇ ପାରେ ହେଲେ ଏକଥା ସ୍ପଷ୍ଟ ଯେ କିଛି ଲୋକ କେବଳ ସଉକରେ ନିଶା ଖାଇଥାନ୍ତି । ଆଉ କିଛି ଏହାର କବଳରେ ପଡ଼ି ଯାଆନ୍ତି । ତେବେ ଆଜି ଜାଣିବା ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଆସେ କେଉଁଠୁ । ସେ ଟେଲିଭିଜନ ହେଉ କିମ୍ବା ଖବର କାଗଜ ଅବା ଦୈନନ୍ଦିନ କାର୍ଯ୍ୟ ଭିତରେ ଆଖପାଖରେ । ଆମ ନଜରକୁ ଆସିଥାଏ ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ଅବା ଏହାର ବେଆଇନ୍‌ ବ୍ୟବହାର ଖବର । ଗୋଟେ ଅନ୍ୟଠାରୁ କେତେ ଅଲଗା । ଆଉ ତା ଦ୍ୱାରା କେତେ ଯେ ପ୍ରଭାବ ପଡେ ସେ ବିଷୟରେ ଆପଣଙ୍କ ଜ୍ଞାନ ଅଛି କି ? ଯଦି ଜାଣିନାହାନ୍ତି ତେବେ ନିଶ୍ଚୟ ଦେଖନ୍ତୁ ଏହି ଭିଡିଓ । ଏସବୁ କେମିତି ତିଆରି ହୋଇଥାଏ ଆମେ ଆପଣଙ୍କୁ ଜଣାଇବୁ ।

ସବୁବେଳେ ଶୁଣିବାକୁ ମିଳେ କି ପୋଲିସ ଅଥବା ନାର୍କୋଟିକ୍ସ ବିଭାଗ ବେଆଇନ ଭାବରେ ମାଦକ ଦ୍ରବ୍ୟ ଜବତ କରିଛି । ଆମ ଓଡ଼ିଶାରେ ବୋଧହୁଏ ପ୍ରତିଦିନ ଗଞ୍ଜେଇ କିମ୍ବା ବ୍ରାଉନ୍‌ ସୁଗାର ଜବତ ହେଉଛି । ଆଉ ଏହି ସମସ୍ତ ମାଦକ ଦ୍ରବ୍ୟକୁ ଡ୍ରଗ୍ସ ମଧ୍ୟ କୁହାଯାଏ । କିନ୍ତୁ ସବୁ ମାଦକ ଦ୍ରବ୍ୟ ଏକାଭଳି ନୁହେଁ । ଆଉ ଏହାକୁ ସେବନ କରିବାର ଉପାୟ ମଧ୍ୟ ଅଲଗା ଅଲଗା । ଏମିତିରେ ଜାଣିବା କି ଏହି ସବୁ ପଦାର୍ଥରେ କଣ ରହିଛି ପାର୍ଥକ୍ୟ ।

ଏମିତି ମାଦକ ଦ୍ରବ୍ୟ ରହିଛି ଯାହା ପ୍ରକୃତିରୁ ମିଳେ । ଆଉ କେତେଗୁଡିଏ କୃତ୍ରିମ ଭାବରେ ତିଆରି ବି କରାଯାଏ । କିନ୍ତୁ ବୁଝିବା ଏହା କେମିତି ଭାବରେ ଅଲଗା ହୋଇଥାଏ । ଆଉ ଏସବୁକୁ କେମିତି ତିଆରି କରାଯାଏ ।

ସ୍ମୋକ- ଏହା କୌଣସି ପ୍ରାକୃତିକ ଉପାଦାନ ନୁହେଁ । ଏହାକୁ ଅଫିମରୁ ତିଆରି କରାଯାଏ । ଅଫିମରୁ ଅନେକ ପ୍ରକାରର ନିଶା ଦ୍ରବ୍ୟ କରାଯାଇ ପାରିବ । ଯେଉଁଥିରେ ସ୍ମୋକ ହେଉଛି ଗୋଟିଏ । ସ୍ମୋକ ତିଆରି କରିବା ପାଇଁ ଅଫିମ ସହ ଅନ୍ୟାନ୍ୟ ପଦାର୍ଥକୁ ବି ମିଶାଯାଏ । ଆଉ ତାପରେ ଏହା ତିଆରି ହୋଇଥାଏ । କିନ୍ତୁ ଅଫିମ ହେଉଛି ମୁଖ୍ୟ ।

ଚରସ-ଚରସ କଥା ଯଦି କହିବା ତେବେ ଏକ କ୍ୟାନାବିସ ନାମକ ଗଛ ରହିଛି ଯେଉଁଥିରୁ ରେଜିନ ବାହାରିଥାଏ । ରେଜିନ ମଧ୍ୟ ଏହି ବୃକ୍ଷର ଏକ ଅଂଶ । ରେଜିନ ବୃକ୍ଷରୁ ବାହାରୁଥିବା ଏକ ଅଠାଳିଆ ପଦାର୍ଥ । ଏହାକୁ ହିଁ ଚରସ ହସିସ ଓ ହୈଶ କୁହାଯାଏ । ଯାହା ଚରସର ମୁଖ୍ୟ ଜିନିଷ ।

ଅଫିମ –ଏବେ ଜାଣିବା କି ଅଫିମ କଣ । ଅଫିମକୁ ଚାଷ କରି ପ୍ରସ୍ତୁତ କରାଯାଏ । ଏଥିରେ ଯେଉଁ ମର୍ଫିନ ମିଳିଥାଏ ଏଥିରୁ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ତିଆରି ହୁଏ । ଅଫିମ ରସ ବାହାର କରିବା ପାଇଁ ତାର କଞ୍ଚା ଫଳରେ ଏକ ଦ୍ରବ୍ୟ ଲଗାଯାଏ । ଆଉ ଏହା ପରେ ସେହି ରସକୁ ଶୁଖାଯାଏ । ଯାହା ପରେ ମିଳିଥାଏ ଅଫିମ ।

ହେରୋଇନ-ହେରୋଇନ ମଧ୍ୟ ଅଫିମରୁ ହିଁ ତିଆରି ହୁଏ । ଆଉ ଏହା ମନୁଷ୍ୟକୃତ । ହେରୋଇନରେ ମର୍ଫିନ ମଧ୍ୟ ଥାଏ । ଯାହାକୁ ମେଡିକାଲ କ୍ଷେତ୍ରରେ ପେନକିଲର ଔଷଧ ହିସାବରେ ନିଆଯାଇଥାଏ । ଅଫିମ ଓ ଏସିଟିକକୁ ମିଶାଇ ହେରୋଇନକୁ ପ୍ରସ୍ତୁତ କରାଯାଏ ।

ଗଞ୍ଜେଇ-ଗଞ୍ଜେଇ ପ୍ରସ୍ତୁତ ହୁଏ ଗଛରୁ । ଗଞ୍ଜେଇ କ୍ୟାନବିସ ବୃକ୍ଷର ଫୁଲରୁ ପ୍ରସ୍ତୁତ କରାଯାଏ । ତାପରେ ଏହାକୁ ଶୁଖାଇ ଓ ଧୂଆଁ ରୂପରେ ନିଆଯାଇଥାଏ । ଆଉ ଏଥିରୁ ଭାଙ୍ଗ ବି ପ୍ରସ୍ତୁତ ହୁଏ ।
ଏସବୁ କେମିତି ହେଉଛି ଏବେ ଜାଣିବା

ଭାଙ୍ଗ-ପ୍ରକୃତରେ ଭାଙ୍ଗ କେମିତି ପ୍ରସ୍ତୁତ ହୁଏ । ଏହି ଗଛ ଦୁଇ ପ୍ରକାରର । ଯେମିତି ନର ଆଉ ନାରୀ । ନର ପ୍ରଜାତିରୁ ବନିଥାଏ ଭାଙ୍ଗ ଆଉ ଅନ୍ୟଟିରୁ ଗଞ୍ଜେଇ । ତେବେ ଭାଙ୍ଗ ଯେଉଁ ଗଛର ପତ୍ର ହୋଇଥାଏ ସେହି ଫଳକୁ ପେଶାଯାଇ ପ୍ରସ୍ତୁତ କରାଯାଏ । ଆଉ ସାଧାରଣ କଥାରେ ଯଦି କହିବା ତେବେ ପତ୍ରରୁ ବି ପ୍ରସ୍ତୁତ ହୁଏ ଭାଙ୍ଗ ଆଉ ସେହି ଫୁଲରୁ ପ୍ରସ୍ତୁତ ହୁଏ ଗଞ୍ଜେଇ ।

ବ୍ରାଉନସୁଗାର- ବ୍ରାଉନ ସୁଗାର ଅଫିମରୁ ତିଆରି । ଏହା ପାଉଡର ଭାବରେ ଆସେ । ଆଉ ଏଥିରେ ୨୦ ପ୍ରତିଶତ ହେରୋଇନ ରହିଥାଏ । ତେଣୁ ଏହାକୁ ଅଲଗା ଉପାୟରେ ତିଆରି କରାଯାଇଥାଏ ଯାହା ଦ୍ୱାରା ନିଶାର ଭାଗ ଅଧିକ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.