ପେଟ୍ରୋଲିୟମ କଣ? ଦୁନିଆରେ ଯାହାର ଚାହିଦା ଅଧିକ ତାହା କେଉଁଠି ରହିଛି, ଜାଣନ୍ତୁ
ଭୂମିତଳେ ଗଚ୍ଛିତ ଆକାରରେ ଥିବା ପେଟ୍ରୋଲିୟମରୁ ପେଟ୍ରୋଲ ଓ ଡିଜେଲ ତିଆରି ହୁଏ । ଏବେ ଆପଣ ଭାବୁଥିବେ ଏହି ପେଟ୍ରୋଲିୟମ କଣ। ଏହା ଭୂପୃଷ୍ଠରେ ଥିବା ଏକ ଖଣିଜ ପଦାର୍ଥ। ବର୍ଷ ବର୍ଷ ପୂର୍ବରୁ ଭୂମିତଳେ ଅନେକ ଜୀବ ଜନ୍ତୁ ପୋତି ହୋଇରହିଛନ୍ତି। ତେବେ ଏହି କାରଣରୁ ମାଟି ଭିତରେ ସୋମନଙ୍କ ଶରୀର ହାଇପ୍ରେସର ଓ ଅକ୍ସିଜେନର ପ୍ରଭାବରେ ଆସି ତାହା ଡିକମ୍ପୋଜ୍ଟ ହୋଇଯାଏ। ଏହାପରେ ପେଟ୍ରୋଲିୟମ ଭଳି ଦ୍ରବ୍ୟ ତିଆରି ହୁଏ। ଏହାକୁ ଆମେ କଞ୍ଚା ତେଲ ବା କ୍ରୁଡ ଅୟଲ ମଧ୍ୟ କହିପାରିବା। କିନ୍ତୁ ଏହି ପେଟ୍ରୋଲିୟମ ପେଟ୍ରୋଲ ନୁହେଁ। ବରଂ ଏହାରି ଭିତରୁ ପେଟ୍ରୋଲ ,କିରୋସିନ, ଡିଜେଲ ଭଳି ତୈଳପଦାର୍ଥ ପ୍ରସ୍ତୁତ କରାଯାଏ।
ଏହା ଭୂମି ତଳେ ଅଥବା ସମୁଦ୍ର ଗର୍ଭର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ ହୋଇ ରହିଥାଏ। ବିଶେଷ କରି ସୁମଦ୍ର ଗର୍ଭରୁ ଏହି ତେଲକୁ ବାହାର କରିବା ପାଇଁ ଫ୍ଲୋଟିଂ ପ୍ଲାଟଫର୍ମର ବ୍ୟବହାର କରାଯାଏ । ପରେ ଏହାକୁ ସେଇ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇ ପେଟ୍ରୋଲ ବାହାର କରାଯାଏ । ଏହା କରିବା ପାଇଁ ପ୍ଲେଟର ତଳଭାଗରୁ ଷ୍ଟିଲ ସମୁଦ୍ର ଚଟାଣରେ ପୋତାଯାଏ । ଏହାଦ୍ୱାରା ପ୍ଲାଟଫର୍ମ ମୁଭ କରିପାରିବ ନାହିଁ। ଏହି ପ୍ଲାଟଫର୍ମରେ ବୋରିଂ ମେସିନ ଲଗାଯାଇଥାଏ । ଏହା ସାହାଯ୍ୟରେ ସମୁଦ୍ର ଗର୍ଭରେ ବୋରିଂ ବା ଡ୍ରିଲିଂ କରି ପେଟ୍ରୋଲିୟମ ସଂଗୃହିତ କରାଯାଏ। ଏହି ପ୍ରୋସେସ ସବୁଠି ସମାନ ହୋଇଥାଏ।
ଏହାକୁ ରିଫାଇନ୍ଡ କରାଯାଇ Distilation ପ୍ରୋସେସରେ ଏଥିରୁ ପେଟ୍ରୋଲ, ଡିଜେଲ ଓ କିରୋସିନ ବାହାର କରାଯାଏ । ତେବେ ଏହି ଡିଷ୍ଟିଲେସନ ପ୍ରୋସେସ କଣ ? ଏହାକୁ ଜାଣିବା ପାଇଁ ଆପଣ ଏକ ନିଜେ ମଧ୍ୟ ଟେଷ୍ଟ କରିପାରିବେ। ଏଥିପାଇଁ ଆପଣ ଏକ ଗ୍ଲାସ ପାଣିରେ ଲୁଣ ମିଶାନ୍ତୁ । ଏହାପରେ ଲୁଣ ଓ ପାଣିକୁ ଅଲଗା କରନ୍ତୁ । ଏବେ ଭାବୁଥିବେ ଲୁଣ ପାଣିରେ ମିଶିଲା ପରେ ଲୁଣକୁ କେମିତି ଅଲଗା କରିହେବ? ଏଥିପାଇଁ ଆପଣ ଏହି ମିଶ୍ରଣକୁ ପ୍ରଥମେ ଗ୍ୟାସରେ ରଖିଦିଅନ୍ତୁ । ସାଧାରଣ ଭାବେ ପାଣି ୧୦୦ଡିଗ୍ରୀ ସେଲସିୟସରେ ଗରମ ହେଉଥିବା ବେଳେ ଲୁଣ ୧୫୦୦ ଡିଗ୍ରୀ ସେଲସିୟସରେ ଫୁଟିଥାଏ। ଏହି ସମୟରେ ବାହାରୁଥିବା ବାଷ୍ପ ପାଣିରେ ପରିବର୍ତ୍ତନ ହୋଇଥାଏ। ଏହି ପାଣିକୁ ଗୋଟିଏ ଗ୍ଲାସରେ ରଖନ୍ତୁ। ଶେଷରେ ପାତ୍ରରେ ଆପଣ କେବଳ ଲୁଣ ଥିବାର ଦେଖିପାରିବେ। ଏହାକୁ ହିଁ Distilation ପ୍ରକ୍ରିୟା କୁହାଯାଏ। ଏହି ପ୍ରକ୍ରିୟାରେ ହିଁ କିରୋସିନ, ପେଟ୍ରୋଲ ଏବଂ ଡିଜେଲ ପ୍ରସ୍ତୁତ କରାଯାଏ। ଏହି ପ୍ରକ୍ରିୟାରେ ପେଟ୍ରୋଲ ପ୍ରଥମେ ବାହାରି ଥାଏ । ଏହାପରେ ଡିଜେଲ ଓ କିରୋସିନ ଆଦି ବାହାର କରାଯାଏ । ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ Fractional Distilation Process କୁହାଯାଏ । ଏହାପରେ ପେଟ୍ରୋଲ ଡିଜେଲର ସପ୍ଲ୍ାଏ ପାଇଁ ଅଲଗା ଅଲଗା ଟ୍ୟାଙ୍କରରେ ଭର୍ତ୍ତି କରାଯାଏ ।
ତେବେ ଏଭଳି ଭାବେ ପ୍ରସ୍ତୁତ ହୋଇଥାଏ ଏହି ମୂଲ୍ୟବାନ ତେଲ। ବାୟୁମଣ୍ଡଳ ଦୂଷିତ ହେବା ସହ ପ୍ରକୃତି ଉପରେ ପଡୁଥିବା ହାନିକାରକ ପ୍ରଭାବ କାରଣରୁ ଏବେ ଭୂଗର୍ଭରୁ ଧିରେ ଧିରେ ମୂଲ୍ୟବାନ ଖଣିଜ ଦ୍ରବ୍ୟର ମଧ୍ୟ ସରିବାରେ ଲାଗିଛି। ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ୁଛି । ଏହାର ବର୍ଦ୍ଧିତ ତେଲ ଦର ଏବେ ସମସ୍ତଙ୍କ ଚିନ୍ତା ବଢ଼ାଉଛି।