ପିତୃପକ୍ଷରେ ଜନ୍ମ ନେଇଥିବା ପିଲା ହୋଇଥାନ୍ତି ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କହୁଛି ଧର୍ମ ଶାସ୍ତ୍ର

ହିନ୍ଦୁ ଧର୍ମରେ ପିତୃ ପକ୍ଷ ବହୁତ ଗୁରୁତ୍ୱ ବହନ କରିଥାଏ। କିନ୍ତୁ ଏହି ମାସରେ ଯଦି କୌଣସି ସନ୍ତାନଙ୍କ ଜନ୍ମ ହୋଇଯାଏ ତେବେ ତା ଭାଗ୍ୟ କିପରି ଥାଏ? ସାଧାରଣତଃ ଏହି ମାସକୁ ପିତୃପୁରୁଷଙ୍କ ଦିନ ମନାଯାଉଥିବାରୁ ଏହିଦିନରେ କୌଣସି ଶୁଭ କାମ ମନାହୋଇଥାଏ। ତେବେ କୌଣସି ପିଲାର ଜନ୍ମ ଯଦି ଏହିଦିନ ମାନଙ୍କରେ ହୁଏ ତେବେ ତାର ଭାଗ୍ୟ ତା ପାଇଁ ସୌଭାଗ୍ୟ ନା ଦୁର୍ଭାଗ୍ୟ ନେଇ ଆସେ? କ’ଣ ଆପଣ ଏହା ସମ୍ପର୍କରେ ଜାଣିଛନ୍ତି କି?

ସନାତନ ଧର୍ମରର ମାନ୍ୟତା ଅନୁସାରେ ପିତୃପକ୍ଷରେ ୧୫ ଦିନର ଗୁରୁତ୍ୱ ବଢ଼ିଯାଇଥାଏ। ଏମିତିରେ ଅନେକ ଲୋକ ଆମିଷ ଖାଇବା ଛାଡ଼ି ଦେଇଥାନ୍ତି। ନିଜ ପୂର୍ବଜଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବା ନିମନ୍ତେ ପିଣ୍ଡଦାନ କରିବାକୁ ଗଙ୍ଗାରୁ ଗୟା ପର୍ଯ୍ୟନ୍ତ ଭ୍ରମଣ କରିଥାନ୍ତି। ପିତୃ ପୁରୁଷ ଏହିସମୟରେ ଆମ ପାଖରେ ଥିବାର କୁହାଯାଏ। ତେଣୁ ଏମିତିରେ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବା ନିମନ୍ତେ କ୍ରିୟା କର୍ମ କରାଯାଏ।

ଏହିଦିନ ମାନଙ୍କରେ ପିତୃପୁରୁଷ ନିଜ ପ୍ରିୟଜନଙ୍କ ପାଖକୁ ଆସିଥାନ୍ତି ବୋଲି ବିଶ୍ୱାସ ରହଛି। ଏହି ସମୟରେ କୌଣସି ଶୁଭ କାମ କରିବାକୁ ମନାକରାଯାଇଥାଏ। କିନ୍ତୁ ଯଦି ଏହିସମୟରେ ଘରେ ସନ୍ତାନ ଜନ୍ମ ନିଏ ତେବେ ଶ୍ରାଦ୍ଧ ସମୟରେ ଜନ୍ମିତ ସନ୍ତାନ ଦୁୁର୍ଭାଗ୍ୟର ପ୍ରତୀକ ହୋଇଥାଏ ନା ସୈଭାଗ୍ୟର ? ଆଜି ଜାଣନ୍ତୁ ଏହା ସମ୍ପର୍କରେ..

ଏବେ ଚାଲୁଛି ପିତୃ ପକ୍ଷ। ଆସନ୍ତା ରବିବାର ମାନେ ୨୫ ସେପ୍ଟେମ୍ବର ରେ ପଡ଼ୁଛି ମହାଳୟା। ଏହିଦିନ ପିତୃ ପକ୍ଷ ସମୟ ଶେଷ ହୋଇଯିବ। ତେବେ ମାନ୍ୟତା ରହିଛି ଯେ ପିତୃପକ୍ଷରେ ଜନ୍ମ ନେଇଥିବା ପିଲା କୁଟୁମ୍ବର ଦିବଂଗତ ପୂର୍ବଜ ହୋଇଥାନ୍ତି। ଯିଏ କି କିଛି ଖାସ୍‌ ଉଦ୍ଦେଶ୍ୟରେ ପୁଣିଥରେ ପାରିବାରରେ ଜନ୍ମ ନେଇଥାନ୍ତି। କୁହାଯାଏ ଯେ ଶ୍ରାଦ୍ଧ ସମୟରେ ଜନ୍ମିତ ପିଲା ଖୁବ ରଚନାତ୍ମକ ହୋଇଥାନ୍ତି। ଆଉ ସେମାନେ ଭବିଷ୍ୟତରେ ନିଜ ପରିବାରର ନାମର ଟେକ ରଖିଥାନ୍ତି। ଏମିତିରେ ପିଲାଙ୍କ ବୁଦ୍ଧି ଓ କୌଶଳ ମାମଲାରେ ସେମାନେ ବହୁତ ମେଧାବୀ ହୋଇଥାନ୍ତି। ତାମାନେ ଏହିଦିନରେ ଜନ୍ମ ନେଇଥିବା ପିଲା ଖୁବ ଶୁଭ ହୋଇଥାନ୍ତି।

ଶାସ୍ତ୍ର ମୁତାବିକ ପିତୃ ପକ୍ଷରେ ଜନ୍ମ ନେଇଥିବା ପିଲା ସୌଭାଗ୍ୟ ଶାଳୀ ହୋଇଥାନ୍ତି। ମାନ୍ୟତା ରହିଛି ଯେ ଏହି ୧୫ ଦିନରେ ଜନ୍ମ ନେଇଥିବା ପିଲାଙ୍କ ଉପରେ ତାଙ୍କ ପୂର୍ବଜଙ୍କ ଆଶିର୍ବାଦ ରହିଥାଏ। ଏମାନେ ଜୀବନରେ ଖୁବ ଉନ୍ନତି କରନ୍ତି। ଶ୍ରାଦ୍ଧ ପକ୍ଷରେ ଏମାନେ ଜନ୍ମ ନେବା ଖୁବ ଶୁଭ ମନାଯାଏ।

ଏମାନେ ନିଜ ବୟସର ଅନ୍ୟ ପିଲାଙ୍କ ତୁଳନାରେ ଖୁବ ଚାଲାକ ମଧ୍ୟ ହୋଇଥାନ୍ତି। ଏମାନେ ସବୁ କାମ ଖୁବ ଶୀଘ୍ର ଶିଖିଯାନ୍ତି। ସେମାନେ କର୍ତ୍ତବ୍ୟ ପରାୟଣ ସହ ସେ ବହୁତ ଜ୍ଞାନୀ ହୋଇଥାନ୍ତି। ପରୋପକାରୀ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମାନେ ନିଜ ପରିବାର କୁ ବହୁତ ଭଲପାନ୍ତି। ଅନ୍ୟ ମାନଙ୍କୁ ସମ୍ମାନ ଦେବା ସହ ନିଜ ବ୍ୟବହାର ଓ କାମରେ ସମାଜରେ ପ୍ରତିଷ୍ଠା ପାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.