ମହାକାଶରୁ କିଭଳି ଦେଖାଯାଉଛି ମହାକୁମ୍ଭ, ଇସ୍ରୋ ପକ୍ଷରୁ ୨ ପ୍ରକାର ସାଟେଲାଇଟ୍ ଚିତ୍ର ଜାରି

ଦୀର୍ଘ ୧୪୪ ବର୍ଷ ପରେ ପ୍ରୟାଗରାଜର ପବିତ୍ର ଭୂମିରେ ଚାଲିଛି ମହାକୁମ୍ଭ ମେଳା । ବିଶ୍ବର କୋଣଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁଙ୍କ ବୁଡ଼ରେ ମୁଖରିତ ହେଉଛି ପବିତ୍ର ଧାମ । ଏହି ଭବ୍ୟ ମେଳାରେ ଲକ୍ଷାଧିକ ସଂଖ୍ୟାରେ ସାଧୁ ,ମହାତ୍ମା , ବାବା , ସାଧ୍ବୀଙ୍କ ଭିଡ ଜମିଛି । ଅନେକ ବିଚିତ୍ର ବାବାଙ୍କୁ ଏହି ମେଳାରେ ଦେଖିବାକୁ ମିଳୁଛି । ଇସ୍ରୋ ପକ୍ଷରୁ ୨ ପ୍ରକାର ସାଟେଲାଇଟ୍ ଚିତ୍ର ଜାରି କରାଯାଇଛି ।
ପ୍ରୟାଗ ରାଜର ସଙ୍ଗମ ତଟ ପୂର୍ବରୁ ଅର୍ଥାତ୍ ମହାକୁମ୍ଭ ନହେବା ପୂର୍ବରୁ କେମିତି ଦେଖାଯାଉଥିଲା ଏବଂ ମହାକୁମ୍ଭ ପରେ କେମିତି ଦେଖାଯାଉଛି ଏହାର ୨ ଟି ଫଟୋ ଜାରି କରିଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ରାଡାର ଇମେଜିଙ୍ଗ ଉପଗ୍ରହ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଚାଲିଥିବା ମହାକୁମ୍ଭର ଚିତ୍ର ପଠାଇଛି । ଜାନୁଆରୀ ୧୩ ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ୪୫ ଦିନ ଧରି ଏହି ମେଳା ଆୟୋଜିତ କରାଯାଇଛି ।
ହାଇଦ୍ରାବାଦରେ ଥିବା ଇସ୍ରୋର ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟର, ରାଡାରସାଟ EOS-04 (RISAT-1A) ‘C- RISAT-1A ଦ୍ୱାରା ନିଆଯାଇଥିବା ଚିତ୍ରଗୁଡ଼ିକୁ ପ୍ରକାଶ କରିଛି । ଏହି ଚିତ୍ରଗୁଡ଼ିକରେ ମହାକୁମ୍ଭରେ ବଡ଼ ଆକାରର ପରିବର୍ତ୍ତନ ଦେଖାଯାଏ । ଏହି ଚିତ୍ରଗୁଡ଼ିକରେ ନଦୀ ଉପରେ ନିର୍ମିତ ଟେଣ୍ଟ ସହର, ରାସ୍ତା ଏବଂ ପଣ୍ଟୁନ୍ ବ୍ରିଜ୍ ଦୃଶ୍ୟମାନ ହେଉଛି ।
ସମସ୍ତଙ୍କ ପାଇଁ ଏକ ସ୍ୱଚ୍ଛ, ସୁସ୍ଥ ଭବିଷ୍ୟତ ସୃଷ୍ଟି କରିବା ପାଇଁ ଟେକ୍ନୋଲୋଜି ଏବଂ ପରମ୍ପରା କିପରି ଏକାଠି ହୋଇପାରିବ ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ମହା କୁମ୍ଭମେଳା । ବର୍ତ୍ତମାନ ପର୍ଯ୍ୟନ୍ତ ସାତ କୋଟିରୁ ଅଧିକ ଭକ୍ତ ସଙ୍ଗମରେ ବୁଡ଼ ପକାଇଛନ୍ତି । ଏହି ପାର୍କ ଏବେ ମହାକୁମ୍ଭର ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି । ଦୁନିଆର ସବୁଠୁ ବଡ଼ ଧାର୍ମିକ ମହୋତ୍ସବ କୁହାଯାଉଥିବା ମହାକୁମ୍ଭମେଳା ପ୍ରତି ୧୨ ବର୍ଷର ଅନ୍ତରାଳରେ ପ୍ରୟାଗରାଜରେ ଆୟୋଜିତ ହୋଇଛି ।
Also read:ମହାକୁମ୍ଭ ମେଳାରେ କେଉଁ ଦେବତା ଏବଂ ଦେବୀଙ୍କୁ ପୂଜା କରାଯାଏ