ପ୍ରାଇଭେଟ୍ ଆଇଲାଣ୍ଡର ଦାମ୍ କେତେ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଦୁନିଆରେ ଅନେକ ଏଭଳି ଧନୀ ଲୋକ ଅଛନ୍ତି, ଯେଉଁମାନଙ୍କର ନିଜର ଆଇଲାଣ୍ଡ ଅଛି । ଯଦି ଆପଣ ଚାହିଁବେ ଆପଣ ମଧ୍ୟ ନିଜର ଆଇଲାଣ୍ଡ କିଣି ପାରିବେ । ତେବେ ଏହା ପୂର୍ବରୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଗୋଟେ ଆଇଲାଣ୍ଡର ମୂଲ୍ୟ କେତେ ହୋଇଥାଏ । ଯେତେବେଳେ ଅନେକ ଲୋକ ଛୁଟିରେ ଯିବାକୁ ପ୍ଲାନ କରନ୍ତି, ସେତେବେଳେ ଏକ ଆଇଲାଣ୍ଡର ନାମ ସମସ୍ତଙ୍କ ମନକୁ ଆସେ ।

ଆଜିର ଯୁଗରେ ଏଭଳି ଅନେକ ଧନୀ ଲୋକ ଅଛନ୍ତି ଯେଉଁମାନେ ନିଜର ବ୍ୟକ୍ତିଗତ ଆଇଲାଣ୍ଡ ରଖନ୍ତି । ଅନେକ ଲୋକ ସେମାନଙ୍କର ନିଜର ଦ୍ୱୀପ ପାଇବାକୁ ଇଚ୍ଛା କରନ୍ତି, ଏପରି ପରିସ୍ଥିତିରେ, ଏହି ପ୍ରଶ୍ନ ମଧ୍ୟ ଅଧିକାଂଶ ଲୋକଙ୍କ ମନରେ ଆସିଥାଏ ଯେ ଯଦି ସେମାନେ ଏକ ଦ୍ୱୀପ କିଣିବାକୁ ଚାହାଁନ୍ତି, ତେବେ ସେମାନେ କେଉଁ ମୂଲ୍ୟରେ ଏହା ପାଇପାରିବେ?

ତେବେ ଆପଣଙ୍କୁ କହି ରଖୁଛୁ ଯେ ଏକ ଦ୍ୱୀପର ମୂଲ୍ୟ ସାଧାରଣ ଜମିର ମୂଲ୍ୟ ସହିତ ସମାନ, ଯଦିଓ ଏହା ମହଙ୍ଗା କି ଶସ୍ତା ତାହା ଏହାର ଅବସ୍ଥାନ ଉପରେ ନିର୍ଭର କରେ । ଅନେକ ଦେଶରେ ଆଇଲାଣ୍ଡ ବିକ୍ରି ହୁଏ, କେତେକରେ ଏହାର ମୂଲ୍ୟ ୭୦ ରୁ ୮୦ ଲକ୍ଷ ଟଙ୍କା ହୋଇଥାଏ । ସେହିଭଳି କେନ୍ଦ୍ରୀୟ ଆମେରିକାର ଆଇଲାଣ୍ଡ ଖୁବ ଶସ୍ତା ବୋଲି ବିବେଚନା କରାଯାଏ ।

କେତେକ ସ୍ଥାନରେ ସେମାନଙ୍କର ମୂଲ୍ୟ ଯଥେଷ୍ଟ ଅଧିକ ମଧ୍ୟ ରହିଥାଏ । ଉଦାହରଣ ସ୍ୱରୂପ, ଆପଣ ଲଣ୍ଡନରେ ଏକ ପ୍ରାଇଭେଟ ଅଇଲାଣ୍ଡକୁ ୫ ରୁ ୭ କୋଟିରେ କିଣି ପାରିବେ । ଯେତେବେଳେ କି ମେନହେଟନରେ ଏକ ଦ୍ୱୀପକୁ ୭ କୋଟି ଟଙ୍କାରେ କିଣାଯାଇପାରିବ । ସୂଚନାଯୋଗ୍ୟ, ଭାରତରେ ସରକାର ଆଇଲାଣ୍ଡ ବିକ୍ରି କରନ୍ତି ନାହିଁ, ତେଣୁ ଏଠାରେ ଏକ ଦ୍ୱୀପ କିଣିବା ବହୁତ କଷ୍ଟକର ହୋଇଥାଏ ।