ଏକ ଲିଟର ତେଲରେ ଆକାଶରେ କେତେ ବାଟ ଯାଏଁ ଉଡାଜାହଜ? ଏଠାରେ ଜାଣନ୍ତୁ ପ୍ଲେନର କେତେ ଥାଏ ମାଇଲେଜ୍‌

ଆମେ ଯେତେବେଳେ କୌଣସି ବାଇକ କିମ୍ବା କାର କିଣନ୍ତି ସେହି ସମୟରେ ଅନେକ ଫିଚର୍ସ ବ୍ୟତୀତ ଆମେ ତାର ମାଇଲେଜ୍‌ ବିଷୟରେ ମଧ୍ୟ ପତ୍ତା କରନ୍ତି । ଯେମିତିକି ଏକ ଲିଟର ପେଟ୍ରୋଲ କିମ୍ବା ଡିଜେଲରେ ଗାଡି କେତେ କିଲୋମିଟରର ଯାତ୍ରା ଅତିକ୍ରମ କରିବ । କାହିଁକିନା ଯାତ୍ରାରେ ହେଉଥିବା ଖର୍ଚ୍ଚ ଗାଡିରେ ଲାଗୁଥିବା ଇନ୍ଧନ ଉପରେ ମୁଖ୍ୟ ରୂପରେ ନିର୍ଭର କରିଥାଏ । ଏଥିପାଇଁ ଇନ୍ଧନର ରେଟ୍‌ ବଢ଼ିଲେ ଗାଡିର ଭଡା ବି ବଢ଼ିଥାଏ । ତେବେ ଦର୍ଶକବନ୍ଧୁ ଏହା ତ ଥିଲା ରାସ୍ତାରେ ଚାଲୁଥିବା ଗାଡି ବିଷୟରେ କଥା । ଉଡାଜାହାଜ ବି ଯାତାୟତର ଏକ ସାଧନ, ଏହାକୁ ଚଲାଇବା ପାଇଁ ମଧ୍ୟ ଇନ୍ଧନର ଆବଶ୍ୟକ ପଡିଥାଏ । ଅନ୍ୟ ବାହନ ଭଳି ଉଡାଜାହାଜରେ ମଧ୍ୟ ଇଞ୍ଜିନ ରହିଥାଏ, ଯାହାର ଖୋରାକ ଇନ୍ଧନ । ଏହି ଇନ୍ଧନ ପେଟ୍ରୋଲ-ଡିଜେଲ ଠାରୁ ଅଲଗା ହୋଇଥାଏ। ଏମିତିରେ ଏହା ଜାଣିବା ବହୁତ ରୋଚକପୂର୍ଣ୍ଣ ହେବ ଯେ ବିଶାଳକାୟ ବିମାନ ଏକ ଲିଟରରେ କେତେ ଦୂରତା ପର୍ଯ୍ୟନ୍ତ ଉଣାଣ ଭରିପାରିବ। ଆସନ୍ତୁ ଜାଣିବା ପ୍ଲେନର ମାଇଲେଜ୍‌ କେତେ ରହିଥାଏ ।

ବୋଇଙ୍ଗ୍‌ ୭୪୭ ବିମାନ କେତେ ଇନ୍ଧନ ଖର୍ଚ୍ଚ କରିଥାଏ

ଇନ୍ଧନ କେତେ ଖର୍ଚ୍ଚ ହେଉଛି ତାହା ଜାଣିବା ପାଇଁ ଆମେ ସବୁଠାରୁ ବଡ କୁହାଯାଉଥିବା ବୋଇଙ୍ଗ୍‌ ୭୪୭ ବିମାନ ବିଷୟରେ ପ୍ରଥମେ କଥା ହେବା । ଏହି ବିମାନର ସର୍ବାଧିକ ବେଗ ପ୍ରାୟ ୯୦୦ କିଲୋମିଟର ପ୍ରତି ଘଣ୍ଟା ରହିଥାଏ । ଯେଉଁଥିରେ ପ୍ରାୟ ୫୦୦ ଯାତ୍ରୀ ଯାତ୍ରା କରନ୍ତି । ରିପୋର୍ଟରୁ ଜଣାପଡିଛି ଯେ ବୋଇଙ୍ଗ୍‌ ବିମାନ ପ୍ରତି ସେକେଣ୍ଡରେ ପ୍ରାୟ ୪ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ । ଏହାରି ହିସାବରେ ଏକ ମିନିଟ ଯାତ୍ରା ପାଇଁ ଏହା ୨୪୦ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ । ଏମିତିରେ ବିମାନ ଏକ ଲିଟର ଇନ୍ଧନରେ ପ୍ରାୟ ୦.୮ କିଲୋମିଟର ଦୂରତା ଯାତ୍ରା କରିଥାଏ ।

ପ୍ରତି ଘଣ୍ଟାରେ ହୁଏ ଏତିକି ଇନ୍ଧନ ଖର୍ଚ୍ଚ

ଏକ ବୋଇଙ୍ଗ ୭୪୭ ବିମାନ ଏକ କିଲୋମିଟରରେ ପ୍ରାୟ ୧୨ ଲିଟର ଫୁଏଲ ଖାଇଥାଏ । ବୋଇଙ୍ଗ୍‌ ସହ ଜଡିତ ଏକ େଓ୍ଵବସାଇଟ ଅନୁସାରେ ବୋଇଙ୍ଗ୍‌ ୭୪୭ ବିମାନ ପ୍ରାୟ ୪ ଲିଟର ଇନ୍ଧନ ପ୍ରତି ସେକେଣ୍ଡ ଖର୍ଚ୍ଚ କରିଥାଏ । ଏହି ବିମାନରେ ପ୍ରତି ମାଇଲକୁ ପ୍ରାୟ ୧୨ ଲିଟର ପ୍ରତି କିଲୋମିଟର ଇନ୍ଧନ ଲାଗିଥାଏ । ସେହିପରି ଏୟାରବସ ବିମାନ ୦.୬୮୩ ଲିଟର ପ୍ରତି ସେକେଣ୍ଡ ଇନ୍ଧନ ଖର୍ଚ୍ଚ କରିଥାଏ । ଏକ ବୋଇଙ୍ଗ ବିମାନ ପ୍ରତି ଘଣ୍ଟା ପିଛା ୧୪,୪୦୦ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ ।

ଟୋକିଓରୁ ନ୍ୟୁୟର୍କ ସହର ମଧ୍ୟରେ ପ୍ରାୟ ୧୩ ଘଣ୍ଟା ଉଡାଣ ପାଇଁ ବୋଇଙ୍ଗ୍‌ ୭୪୭ ବିମାନ ପ୍ରାୟ ୧୮୭,୨୦୦ ଲିଟର ଇନ୍ଧନ ଖାଇଥାଏ । ଏହି ପ୍ଲେନରେ ୫୬୮ ଲୋକ ଯାତ୍ରା କରିପାରିବେ । ବୋଇଙ୍ଗ୍‌ ୭୪୭ ବିମାନ ଏକ କାର୍ଗୋ ପରିବହନ ଏବଂ ବିଶାଳ ବ୍ୟବସାୟିକ ବିମାନ ଅଟେ । ଏହାକୁ ଜମ୍ବୋ ଜେଟ କିମ୍ବା ଆକାଶର ରାଶି ବି କୁହାଯାଏ । ଉଡାଜାହାଜର ଇନ୍ଧନକୁ ବିମାନ ଟର୍ବାଇନ୍‌ ଇନ୍ଧନ କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.