ଫାକ୍ଟ୍ରୀରେ ଏହିପରି ପ୍ରସ୍ତୁତ ହେଉଛି ନୁଡୁଲ୍ସ, ଭିଡିଓ ଥରେ ଦେଖିଲେ ସବୁ ଚାଓମିନ୍‌ ପ୍ୟାକେଟକୁ ଫୋପାଡିବେ ଆପଣ

ଆଜିର ଯୁବପିଢି ବିଭିନ୍ନ ପ୍ରକାର ଫାଷ୍ଟ ଫୁଡ ଓ ଚାଇନିଜ୍ ଫୁଡର ଦିଓ୍ଵାନା। ରାସ୍ତା କଡ଼ରେ ଥିବା ଷ୍ଟଲରେ ଆପଣ ପ୍ରାୟତଃ ଯୁବକମାନଙ୍କୁ ଏହି ସବୁ ଖାଦ୍ୟର ଭରପୂର ମଜା ଦେଉଥିବାର ଦେଖିଥିବେ । କିନ୍ତୁ ଆପଣ ଜାଣନ୍ତି କି ଏହି ନୁଡୁଲ୍ସ କିପରି ତିଆରି ହୁଏ ? ବାସ୍ତବରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ବିଶ୍ୱାସ କରନ୍ତୁ ଆପଣ ନୁଡଲ୍ସ ବା ଚାଓମିନ୍‌ ଖାଇବା ଏକଦମ୍‌ ବନ୍ଦ କରିଦେବେ । ହଁ ଆଜ୍ଞା ଭିଡିଓକୁ ଦେଖିଲେ ରାଗରେ ଆପଣଙ୍କ ରକ୍ତ ତ ଗରମ ହେବ ହେବ ତାସହିତ ବାନ୍ତି ବି ଲାଗିବ । ଏ ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ କିପରି ଅସ୍ୱାସ୍ଥ୍ୟକର ଭାବେ ନୁଡୁଲ୍ସକୁ ତିଆରି କରାଯାଉଛି । ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ଦୁଇ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି ।

ଭିଡିଓକୁ ଦେଖି ଲାଗୁଛି ଯେପରି ଏହାକୁ କୌଣସି ଛୋଟ ନୁଡୁଲ୍‌ ଫ୍ୟାକ୍ଟି୍ରରେ ସୁଟ୍‌ କରାଯାଇଛି। ଏଠାରେ ବିଭିନ୍ନ ଶ୍ରମିକଙ୍କୁ ମଧ୍ୟ ନୁଡୁଲ୍ସ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି । ଏହି ଲୋକମାନେ ମଇଦାକୁ ଦଳିବା ପାଇଁ ଏହାକୁ ମିକ୍ସରରେ ରଖନ୍ତି । ଏହା ପରେ, ଏହାକୁ ଏକ ମେସିନ୍ ମାଧ୍ୟମରେ ପତଳା କରି କାଟନ୍ତି । ତେବେ ଏହି ସବୁ କାମ କରିବା ସମୟରେ କୌଣସି ବି ଶ୍ରମିକ ସ୍ୱଚ୍ଛତା ବା ପରିଷ୍କାର ପରିଚ୍ଛନତାକୁ ଧ୍ୟାନରେ ରଖିଥିବା ମନେ ହେଉନାହିଁ । କାହାରି ହାତରେ ଗ୍ଲୋଭସ୍‌ ବି ନାହିଁ । ଖାଲି ଏତିକି ନୁହେଁ ଦେଖନ୍ତୁ କିପରି ନୁଡୁଲ୍ସକୁ ସିଝାଇବା ପରେ ତଳେ ଫୋପାଡି ଦିଆଯାଉଛି। ହଁ ଆଜ୍ଞା ଆପଣ ଯାହା ଦେଖୁଛନ୍ତି ଏକଦମ୍‌ ସତ, ଏସବୁ ତଳେ କେମିତି ଫୋପାଡି ଦିଆଯାଉଛି ଦେଖନ୍ତୁ। ଆଉ ସେତେ ସମୟ ଯାଏଁ ଏସବୁ ସେମିତି ପଡିରହୁଛି ଯେପର୍ଯ୍ୟନ୍ତ ଏହାକୁ ପ୍ୟାକ୍‌ ନକରାଯାଇଛି।

ଏହି ଭିଡିଓ ଭାଇରାଲ ହେବା ପରେ କମେଣ୍ଟସର ଯେପରି ବର୍ଷା ହୋଇଥିଲା। ଲୋକମାନେ କମେଣ୍ଟରେ ଯାହା ଇଚ୍ଛା ତାହା ଖରାପ କରିକି ଲେଖିଚାଲିଲେ। ଜଣେ ଉପଭୋକ୍ତା କହିଛନ୍ତି – ଯଦି ଏହି କାରଖାନା ଚାଲୁଛି ତେବେ ଏହାକୁ ବନ୍ଦ କରିବା ଉଚିତ୍ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଯଦି ଆପଣ ଏକ ପ୍ରଡକ୍ଟ ନେଉଛନ୍ତି ଏବଂ ଏହା କୌଣସି ବଡ ବ୍ରାଣ୍ଡର ନୁହେଁ, ତେବେ ଏହାକୁ ତିଆରି କରିବାର ପଦ୍ଧତି ତ ଏହିପରି ହେବ । ଏହି ଭିଡିଓକୁ ପିଏଫସି କ୍ଲବର ସଂସ୍ଥାପକ ଚିରାଗ ବଡଜାତ୍ୟା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓ ସେୟାର ହେବା ସହ ଭିଡିଓର କ୍ୟାପସନରେ ଲେଖା ହୋଇଛି- ଶେଷ ଥର ପାଇଁ ଆପଣ ରାସ୍ତାରେ ସେଜଓ୍ଵାନ୍‌ ସସ୍ ସହିତ ଚାଇନିଜ୍ ହକ୍କା ନୁଡୁଲ୍ସ କେବେ ଖାଇଥିଲେ ?

ଆପଣ ଥରେ ଭାବିଲେ ଏହାକୁ ଆପଣ ଖାଉଛନ୍ତି? ସାଧାଣଣ ଜନତା ବି ଆଉ କଣ କରିବେ। ବଞ୍ଚିବା ପାଇଁ ତ ଖାଇବାକୁ ପଡିବ ନା। କିନ୍ତୁ ତାବୋଲି କଣ ଏମିତି କିଏ କରିପାରେ। ବାସ୍‌ ଆମେ ତ ଖାଲି ଏତିକି କହିପାରିବୁ ଯେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିଜକୁ ଯଥା ସମ୍ଭବ ସୁସ୍ଥ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.