କଲେଜରେ ପ୍ରେମ ବସରେ ନିବେଦନ, ପଢନ୍ତୁ ଶୀଲାଙ୍କ ଫିଲ୍ମ ଷ୍ଟାଇଲ୍ ଲଭ ଷ୍ଟୋରୀ

ସଂପନ୍ନ ହୋଇଛି ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଅନ୍ତିମ ସଂସ୍କାର । ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ଶୀଲାଙ୍କ ମରଶରୀରକୁ ସତ୍କାର କରାଯାଇଛି । ଶ୍ରଦ୍ଧାଞ୍ଜଳି ଦେବାକୁ ନିଗାମବୋଧ ଘାଟଠାରେ ବହୁ ବରିଷ୍ଠ ନେତା ଓ କର୍ମୀଙ୍କ ଭିଡ଼ ଜମିଥିଲା ।

ଗତକାଲି ନୂଆଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ୮୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ଶୀଲାଙ୍କ ପରଲୋକରେ ଦିଲ୍ଲୀରେ ୨ଦିନିଆ ଶୋକ ଘୋଷଣା କରାଯାଇଛି । କଂଗ୍ରେସ କାର୍ଯ୍ୟାଳୟରେ ଦଳୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି । ଶୀଲାଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଉନ୍ନତିରେ ତାଙ୍କର ପ୍ରମୁଖ ଭୂମିକା ଥିବା କହିଛନ୍ତି । ଏହସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୀଲାଙ୍କ ନିଧନରେ ଗଭୀର ଶୋକବ୍ୟକ୍ତ କରି ଦେଶର ରାଜଧାନୀର ବିକାଶରେ ଶୀଲାଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ।

sheilaଜଣେ ସଫଳ ରାଜନୀତଜ୍ଞ, କୁଶଳ ପ୍ରଶାସକ, ନେତା ତଥା ସଂଗଠନ କର୍ତ୍ତା ରୂପରେ ଲୋକପ୍ରିୟ ଥିବା ଶୀଲାଙ୍କ ବ୍ୟକ୍ତିଗତ ଜୀବନ ଥିଲା ପୁରା ଅଲଗା । ରାଜନୀତି କରିବା ସହ ସେ ଫିଲ୍ମ ଦେଖିବାର ସଉକ ମଧ୍ୟ ରଖିଥିଲେ । ଏଭଳି ଏକ ବଲିଉଡ୍‌ ଫିଲ୍ମ ରହିଛି ଯାହାକୁ ସେ ୨୦ଥର ଦେଖିଥିଲେ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଶୀଲାଙ୍କ ଲଭଷ୍ଟୋରୀ କୌଣସି ଫିଲ୍ମର କାହାଣୀଠୁ କମ୍ ନୁହେଁ । ଆସନ୍ତୁ ଜାଣିବା ଶୀଲା ଦୀକ୍ଷିତଙ୍କ ଲଭଷ୍ଟୋରୀ ବିଷୟରେ ।

ଗ୍ରାଜୁଏସନ୍ ପାଇଁ ଶୀଲା ଦିଲ୍ଲୀ ୟୁନିଭର୍ସିଟିର ମିରାଣ୍ଡା ହାଉସ କଲେଜରେ ଆଡମିଶନ୍ ନେଇଥିଲେ । ଇତିହାସ ପଢିବା ସମୟରେ ବିନୋଦ ଦୀକ୍ଷିତଙ୍କ ସହ ତାଙ୍କର ଦେଖା ହୋଇଥିଲା । ସେ ସମୟରେ କଂଗ୍ରେସର ବହୁତ ବଡ଼ ନେତା ଉମାଶଙ୍କର ଏକ ମାତ୍ର ପୁଅ ଥିଲେ ବିନୋଦ ।

ଏହା ସହ ପଢନ୍ତୁ ଆରପାରିରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍, ରାଜନୈତିକ ମହଲରେ ଶୋକର ଛାୟା

ତେବେ ଏକାଠି ପଢୁଥିଲେ ମଧ୍ୟ ବିନୋଦଙ୍କୁ ପସନ୍ଦ କରୁନଥିଲେ ଶୀଲା । କାରଣ ସ୍ବଭାବରେ କଠୋର ଥିଲେ ବିନୋଦ । ତେବେ ଥରେ ଜଣେ ବନ୍ଧୁଙ୍କ ସମସ୍ୟାର ସମାଧାନ କରିବା ସମୟରେ ଉଭୟ ନିକଟତର ହୋଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲେ ।

Sheila Dixitବିନୋଦ ସର୍ବଦା ବସରେ ଶୀଲାଙ୍କ ସହ ଯାଉଥିଲେ । କାରଣ ଶୀଲାଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚାହୁଁଥିଲେ ବିନୋଦ । ତେବେ ଦିନେ ଚାନ୍ଦିନୀ ଚୌକ ନିକଟରେ ହଠାତ୍ ବିନୋଦ ଶୀଲାଙ୍କୁ କହିଥିଲେ ମୁଁ ମୋ ମାଙ୍କୁ କହିବାକୁ ଯାଉଛି ମତେ ସେ ଝିଅ ମିଳିଯାଇଛି ଯାହାକୁ ମୁଁ ବିବାହ କରିବାକୁ ଯାଉଛି । ଏହା ପରେ ଶୀଲା ତାଙ୍କୁ ପଚାରିଥିଲେ ତୁମେ ସେ ଝିଅ ସହ ଏନେଇ କଥା ହୋଇଛ ? ଏହାର ଉତ୍ତରରେ ବିନୋଦ କହିଥିଲେ ନା , କିନ୍ତୁ ବର୍ତ୍ତମାନ ସେ ଝିଅ ମୋ ପାଖରେ ବସିଛି ।

ବିନୋଦଙ୍କର ଏପରି ବିବାହ ପ୍ରସ୍ତାବରେ ଅବାକ୍ ହୋଇଯାଇଥିଲେ ଶୀଲା । ସେ ସମୟରେ ଶୀଲା ଯଦିଓ କିଛି କହି ନଥିଲେ କିନ୍ତୁ ଘରକୁ ଆସି ଖୁସିରେ ଖୁବ୍ ନାଚିଥିଲେ । ତେବେ ଶୀଲା ଏନେଇ ଘରେ ସାଙ୍ଗେ ସାଙ୍ଗେ କିଛି କହିନଥିଲେ । କିନ୍ତୁ ଏହି ବିବାହକୁ ବିନୋଦଙ୍କ ପରିବାର ଖୁବ୍ ବିରୋଧ କରିଥିଲେ । କାରଣ ଶୀଲା ବ୍ରାହ୍ମଣ ନଥିଲେ । ତେବେ ପ୍ରାୟ ଦୁଇ ବର୍ଷ ପରେ ଉଭୟଙ୍କର ବିବାହ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.