ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇସାରିଛି ତିତ୍ଲି । ଫାଇଲିନ୍, ହୁଡ୍ହୁଡ୍, ଡାଏ, ତିତଲି । ଏବେ ପ୍ରଶ୍ନ ଉଠୁଛି ତାଣ୍ଡବ କରୁଥିବା ଏହି ତୋଫାନମାନଙ୍କର ନାମ କେମିତି ରଖାଯାଏ । ରିପୋର୍ଟ ମୁତାବକ, ୧୯୫୩ରୁ ଆମେରିକାର ମିୟାମି ସ୍ଥିତ ନ୍ୟାସନାଲ୍ ହରିକେନ୍ ସେଣ୍ଟର ଏବଂ ବିଶ୍ୱ ପାଣିପାଗ ସଂଗଠନଏହ (WMO) ର ଏକ ପ୍ୟାନେଲ୍ ଏହି ସାଇକ୍ଲୋନଗୁଡିକର ନାମକରଣ କରିଥାନ୍ତି । WMO ହେଉଛି ଯୁକ୍ତରାଷ୍ଟ୍ରର ଏଜେନ୍ସି ।
ତେବେ ୧୯୫୩ ପୂର୍ବରୁ ଉତ୍ତର ହିନ୍ଦ ମହାସାଗରରେ ସୃଷ୍ଟି ହେଉଥିବା କୌଣସି ବାତ୍ୟାର ନାମ ରଖାଯାଉନଥିଲା । ଏହାର କାରଣ ଥିଲା ସାଂସ୍କୃତିକ ବିଭିନ୍ନତା ଥିବା ଏହି ଅଂଚଳରେ ନାମକରଣ କରିବା ପୂର୍ବରୁ ବିଶେଷ ଧ୍ୟାନ ରଖିବା ଜରୁରୀ । ଯାହା ଫଳରେ ଲୋକଙ୍କ ଭାବନାକୁ ଆଘାତ ହୋଇ କୌଣସି ବିବାଦ ନହେଉ ।
ପ୍ରତ୍ୟେକ ଦେଶ ୮ଟି ଲେଖାଏଁ ନାଁ ଭବିଷ୍ୟତର ବାତ୍ୟା ପାଇଁ ଦେଇଥିଲେ । ଅର୍ଥାତ ୮ଟି ଦେଶ ତରଫରୁ ୬୪ଟି ନାଁ ବାତ୍ୟା ପାଇଁ ଦିଆଯାଇଥିଲା । ଗୋଟିଏ ବାତ୍ୟା ପାଇଁ ଗୋଟିଏ ଦେଶର ନାଁ ବ୍ୟବହାର ହେଲା ପରେ ତା ପର ବାତ୍ୟା ପାଇଁ ପରବର୍ତୀ ଦେଶ ଗୁଡିକ ଦେଇଥିବା ନାଁ ଆସିଥାଏ । ଏହି ପରି କ୍ରମାନ୍ୱୟରେ ଚାଲିଥାଏ । ବର୍ତ୍ତମାନ ମାଡି ଆସୁଥିବା ବାତ୍ୟାର ନାମକରଣର ଭାଗ ପାକିସ୍ତାନ ଉପରେ ପଡିଥିବା ବେଳେ ପାକିସ୍ତାନ ଏହାର ନାଁ ‘ତିତଲି’ ବୋଲି ରଖିଛି । ସେହିପରି ୨୦୧୩ରେ ହୋଇଥିବା ବାତ୍ୟାର ଫାଇଲିନର ନାଁ ରଖିଥିଲା ଥାଇଲାଣ୍ଡ । ଏହାପରେ ବାତ୍ୟା ନିଲୋଫରର ନାଁ ମଧ୍ୟ ପାକିସ୍ତାନ ରଖିଥିଲା । ୮ଟି ଦେଶ ଦେଇଥିବା ନାମର ତାଲିକାର ୩୪ ତମ ନାଁ ଥିଲା ବାତ୍ୟା ହୁଡହୁଡ ।
ତଥାପି ଏତେ ସାବଧାନତା ସତ୍ବେ ବିବାଦ ହୋଇଯାଏ । ଯେମିତି ୨୦୧୩ରେ ବାତ୍ୟା ମହାସେନ୍ କୁ ନେଇ ଆପତ୍ତି କରାଯାଇଥିଲା । ଶ୍ରୀଲଙ୍କା ଦ୍ବାରା ଦିଆଯାଇଥିବା ନାମ ଉପରେ ସେହି ଦେଶର କିଛି ବର୍ଗ ବ୍ୟକ୍ତି ଆପତ୍ତି ଉଠାଇଥିଲେ । ସେମାନଙ୍କ କହିବା ଅନୁଯାୟୀ ରାଜା ମହାସେନ୍ ଶ୍ରୀଲଙ୍କାର ଶାନ୍ତି ଏବଂ ସମୃଦ୍ଧି ଆଣିଥିଲେ । ତେଣୁ କୌଣସି ପ୍ରାକୃତିକ ବିପତ୍ତିର ନାମ ତାଙ୍କ ନାମରେ ରଖିବା ଭୁଲ୍ । ଏହା ପରେ ଏହାର ନାମ ବଦଳାଇ ବିୟାରୁ ରଖାଯାଇଥିଲା ।
ରାଜଧାନୀ ଦିଲ୍ଲୀର ପ୍ରେମ୍ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…
ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…
ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…
ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…
ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…
ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…