କେମିତି ଆରମ୍ଭ ହେଲା ଭାଇଦୂଜର ପର୍ବ, ଯମ ଦେବତାଙ୍କ ସହିତ କଣ ରହିଛି ଏହାର ସର୍ମ୍ପକ

ପୃଥିବୀରେ ଭାଇ ଭଉଣୀଙ୍କ ପ୍ରେମ ସବୁଠାରୁ ନିଆରା।ଏହି ନିଆରା ଭଲ ପାଇବା ଓ ଭାଇ ପ୍ରତି ଭଉଣୀର ଶ୍ରଦ୍ଧା ଓ ବିଶ୍ୱାସର ଏକ ପର୍ବ ହେଉଛି ଭାଇ ଦୂଜ। ଏହି ପର୍ବ ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷର ଦ୍ୱିତୀୟ ତିଥିରେ ପାଳନ କରାଯାଏ। ଭାଇଦୂଜ ପାଳନ କରିବାର ପ୍ରକୃତ କାରଣ ବିଷୟରେ ବୋଧ ହୁଏ ଖୁବ କମ୍‌ ଲୋକଙ୍କୁ ଜଣାଥିବ। ଆଜି ଆମେ ଆପଣଙ୍କୁ ଏହି ପର୍ବର ବିଶେଷତା ବିଷୟରେ କହିବୁ।

bhai dooj2

ଭାଇ ଭଉଣୀର ସ୍ନେହର ପ୍ରତିକ ଭାଇଦୂଜ ପର୍ବକୁ ଦୀପାବଳିର ଦୁଇ ଦିନ ପରେ ପାଳନ କରାଯାଏ ଯାହାକୁ ଯମଦୂତ ମଧ୍ୟ କୁହାଯାଏ। ଭାଇଦୂଜ ପର୍ବ ଦିନ ଯମରାଜଙ୍କର ମଧ୍ୟ ପୂଜାର୍ଚ୍ଚନା କରାଯାଏ।ଯମଦେବଙ୍କ ଉପାସନା କରିବା ଦ୍ୱାରା ଅକାଳ ମୃତ୍ୟୁର ଭୟ ଦୂରେଇ ଯାଇଥାଏ ବୋଲି ମାନ୍ୟତା ରହିଛି। ଆମ ହିନ୍ଦୁ ଧର୍ମରେ ପ୍ରତ୍ୟେକ ପର୍ବର କଛି ପରମ୍ପରା ରହିଛି।ଏହି ଦିନ ଭଉଣୀ ନିଜ ଭାଇର ଦୀର୍ଘାୟୁ କାମନା କରି ତା ମଥାରେ ଟିକା ଲଗାଇଥାଏ।

bhaidooj3

ପ୍ରଚଳିତ କଥାନୁସାରେ ମାତା ଯମୁନା ନିଜ ଭାଇ ଯମରାଜଙ୍କର ଲମ୍ବା ଆୟୁଷ ପାଇଁ ବ୍ରତକରି ତାଙ୍କୁ ଅନ୍ନକୁଟର ଭୋଜନ ଖୁଆଇଥିଲେ। କୁହାଯାଏ ଯେ ପ୍ରଥମଥର ପାଇଁ ଯମରାଜ ନିଜ ଭଉଣୀକୁ ସେହି ଦିନ ଦର୍ଶନ ଦେଇଥିଲେ। ଭାଇ ଯମରାଜ ଭଉଣୀ ଯମୁନାଙ୍କୁ ଏକ ବରଦାନ ଦେଇଥିଲେ ଯେ ଏହି ଦିନରେ ଯେକୌଣସି ଭାଇ ଭଉଣୀ ଯମୁନା ନଦୀରେ ସ୍ନାନ କଲେ ତାଙ୍କୁ ମୋକ୍ଷ ପ୍ରାପ୍ତି ହେବ। ଏହା ସହିତ ଯମୁଦା ମଧ୍ୟ ନିଜ ଭାଇଙ୍କ ଠାରୁ କଥା ନେଇଥିଲେ ଯେ ଏହିଦିନ ସବୁ ଭାଇ ନିଜ ଭଉଣୀ ଘରକୁ ଯିବେ।ସେହି ଦିନ ଠାରୁ ଭାଇ ଦୂଜର ପ୍ରଥା ଚାଲିଆସୁଛି। ମିଥିଲା ନଗରୀରେ ଆଜି ମଧ୍ୟ ଏହି ପର୍ବକୁ ଜମ ଦ୍ୱିତୀୟା ନାମରେ ଜଣାଯାଏ। ଏହି ଦିନ ଚାଉଉଳକୁ ବାଟି ଭାଇର ହାତରେ ଲଗାଇବାର ପରମ୍ପରା ରହିଛି ଏବଂ କିଛି ସ୍ଥାନରେ ଭାଇ ହାତରେ ସିନ୍ଦୁର ଲଗାଇବାର ପରମ୍ପରା ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.