ସ୍ପେଶାଲ

କରୋନା ସହ କେମିତି ଲଢ଼ିବା?? ପଢ଼ନ୍ତୁ, ଦେଶର ଚାରି ବରିଷ୍ଠ ଡାକ୍ତରଙ୍କ ପରାମର୍ଶ

କରୋନା ସହ ଯୁଝୁଛି ଦେଶ। ଭୟରେ ସଂକ୍ରମିତ ଓ ସେମାନଙ୍କ ପରିବାର। ଏଭଳି ସମୟରେ କୋଭିଡ ସଂପର୍କିତ ସ୍ଥିତି ନେଇ ଦେଶର ଚାରିଜଣ ବରିଷ୍ଠ ଡାକ୍ତର ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ମେଦାନ୍ତ ଚେୟାରମ୍ୟାନ ଡାକ୍ତର ନରେଶ ତ୍ରେହାନ, ଦିଲ୍ଲୀ ଏମ୍‌ସ ମେଡିସିନ ବିଭାଗୀୟ ମୁଖ୍ୟ ଡାକ୍ତର ନବନୀତ ୱିଗ ଓ ହେଲ୍‌ଥ ସର୍ଭିସ ଡିଜି ଡାକ୍ତର ସୁନୀଲ କୁମାର କୋଭିଡ ସଂପର୍କରେ ସଚେତନ କରାଇଛନ୍ତି।

ଆର୍‌ଟିପିସିଆର ଟେଷ୍ଟରେ ରିପୋର୍ଟ ପଜିଟିଭ ଆସିବା ପରେ ସ୍ଥାନୀୟ ଡାକ୍ତରଙ୍କ ନିର୍ଦ୍ଦେଶରେ ଔଷଧ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ନରେଶ ତ୍ରେହାନ। ସମସ୍ତଙ୍କୁ ଡାକ୍ତରଖାନା ଯିବା ଆବଶ୍ୟକ ନାହିଁ। ସଠିକ ସମୟରେ ସଠିକ ଔଷଧ ଦ୍ୱାରା ୯୦ ପ୍ରତିଶତ ସଂକ୍ରମିତ ଘରେ ସୁସ୍ଥ ହୋଇପାରିବେ ବୋଲି ସେ କହିଛନ୍ତି। ୨୦୨୦ରେ ନୂଆ ଭୂତାଣୁ ପାଇଁ ଆମେ ପ୍ରସ୍ତୁତ ନଥିଲୁ। କେନ୍ଦ୍ର ସରକାର ଦାୟିତ୍ୱପୂର୍ଣ୍ଣ ଭାବେ ଟେଷ୍ଟିଂ ବଢାଇବା ସହ କରୋନାକୁ ମୁକାବିଲା କରିଥିଲେ ବୋଲି କହିଥନ୍ତି ସ୍ୱାସ୍ଥ୍ୟ ସେବା ଡିଜି ଡାକ୍ତର ସୁନୀଲ କୁମାର। ଏହାସହ ନକାରାତ୍ମକ ଖବରରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ହ୍ଵାଟ୍‌ସଆପ୍‌ରେ ଆସୁଥିବା ଖବରକୁ ଧ୍ୟାନ ନଦେବାକୁ ସେ କହିଛନ୍ତି। ଦାୟିତ୍ୱସଂପନ୍ନ ଓ ବ୍ୟବସ୍ଥିତ ଜୀବନଶୈଳୀ ସହ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ କହିଛନ୍ତି।

ଦିଲ୍ଲୀ ଏମ୍‌ସ ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ନବନୀତ ୱିଗ କହିଛନ୍ତି, କରୋନାକୁ ପରାସ୍ତ କରିବାକୁ ପ୍ରଥମେ ସ୍ୱାସ୍ଥ୍ୟକର୍ମଙ୍କୁ ବଞ୍ଚାଇବାକୁ ପଡ଼ିବ। ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ରକ୍ଷା କରିପାରିଲେ, ସେମାନେ ଅନେକଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ହେବେ ବୋଲି ଡାକ୍ତର ୱିଗ କହିଛନ୍ତି। ସେହିଭଳି ଅକ୍ସିଜେନ ଓ ରେମ୍‌ଡେସିଭରର ଦୁରୁପଯୋଗ ନକରିବାକୁ ପରାମର୍ଶ ଦେଇଛନ୍ତି ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ରେମ୍‌ଡେସିଭର ମ୍ୟାଜିକ ବୁଲେଟ ନୁହେଁ, ଡାକ୍ତରଖାନାରେ ଗୁରୁତର ଥିବା ରୋଗୀଙ୍କ କ୍ଷେତ୍ରରେ ଏହାର ବ୍ୟବହାର ହେବ ବୋଲି ସେ କହିଛନ୍ତି। ଏହାସହ ଦେଶର ସମସ୍ତ ଜିଲ୍ଲାର ପଜିଟିଭିଟି ରେଟକୁ ହ୍ରାସ କରି ୧ରୁ ୫ପ୍ରତିଶତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେହିପରି ଦେଶର ପଜିଟିଭିଟି ରେଟକୁ ୫ ପ୍ରତିଶତକୁ ହ୍ରାସ କରିବାକୁ ପଡ଼ିବ ବୋଲି କହିଛନ୍ତି ଡାକ୍ତର ଗୁଲେରିଆ।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago