ଶନିଦେବଙ୍କୁ ଶାନ୍ତ କରିବା ପାଇଁ ଏମିତି କରନ୍ତୁ ଭଗବାନ ଭୈରବଙ୍କୁ ଆରାଧନା

ଶନି ଗ୍ରହଙ୍କ କଥା ଶୁଣିଲେ ସମସ୍ତେ ପ୍ରାୟ ଭୟ କରନ୍ତି । ତେଣୁ ଶନିଙ୍କ କୁ ପ୍ରଭାବରୁ ରକ୍ଷା ପାଇବାକୁ ହେଲେ ଲୋକେ କାହିଁ କେତେ ପୂଜା କରନ୍ତି । ବିଭିନ୍ନ ଶାସ୍ତ୍ରରେ ଗ୍ରହଙ୍କ ଦେବତାଙ୍କୁ ନେଇ ଭିନ୍ନ ଭିନ୍ନ ତଥ୍ୟ ରହିଛି । ତେବେ ଲାଲ୍‌ କିତାବ ଅନୁଯାୟୀ ଭୈରବ ମହାରାଜଙ୍କୁ ଶନିଗ୍ରହର ଦେବତା ବୋଲି ମନାଯାଏ ।

ହିନ୍ଦୁ ଦେବତାଙ୍କ ମଧ୍ୟରେ ଭୈରବଙ୍କ ବହୁତ ମହତ୍ତ୍ୱ ରହିଛି । ଭୈରବଙ୍କୁ କାଶୀର ରକ୍ଷାକର୍ତ୍ତା ବୋଲି କୁହାଯାଏ । ଭୈରବଙ୍କ ଅର୍ଥ ଭୟକୁ ହରଣ କରୁଥିବା ଦେବତା । ଭୈରବଙ୍କ ୩ ଅକ୍ଷରରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ୩ ଶକ୍ତି ସମାହିତ ରହିଥାଏ । ଭୈରବଙ୍କୁ ଶିବଙ୍କ ଗଣ ଓ ପାର୍ବତୀଙ୍କ ଅନୁଚର ମନାଯାଏ । ମାନ୍ୟତା ଅନୁଯାୟୀ ଶନି, ରାହୁ ଓ କେତୁ ପୀଡ଼ିତ ବ୍ୟକ୍ତି ଯଦି ଶନିବାର ଓ ରବିବାର ଦିନ କାଳ ଭୈରବ ମନ୍ଦିର ଯାଇ ଭୈରବଙ୍କ ଦର୍ଶନ କରିବା ଉଚିତ୍‌ ।

god bhairaba.
photo credit: patrika.com

୧. ଭୈରବଙ୍କ ଆରାଧନା ଦ୍ୱାରା ଶନିଙ୍କ କୋପ ଶାନ୍ତ ହୋଇଯାଇଥାଏ ।

୨. ଲାଲ୍‌ କିତାବ ଅନୁଯାୟୀ ଶନି ପ୍ରକୋପରୁ ବଞ୍ଚିବା ପାଇଁ ହେଲେ ଭୈରବ ମହାରାଜଙ୍କୁ କଞ୍ଚା ଦୁଧ କିମ୍ବା ମଦ ଚଢ଼ାଯାଇଥାଏ ।

୩. ଜନ୍ମ କୁଣ୍ଡଳୀରେ ଯଦି ଆପଣ ମଙ୍ଗଳ ଗ୍ରହ ଦ୍ୱାରା ପୀଡିତ ଅଟନ୍ତି ତେବେ ଭୈରବଙ୍କୁ ପୂଜା କରନ୍ତୁ ।

୪. ରାହୁ-କେତୁ ଙ୍କ ଉପାୟ ପାଇଁ ମଧ୍ୟ ଭୈରବଙ୍କୁ ପୂଜା କରିବା ଉଚିତ୍‌ ।

ପୁରାଣ ଅନୁଯାୟୀ ଭାଦ୍ରବ ମାସରେ ଭୈରବଙ୍କ ପୂଜା ଅତ୍ୟନ୍ତ ଶୁଭଦାୟକ । ଏହି ମାସରେ ରବିବାରକୁ ବଡ଼ ରବିବାର ମାନି ପୂଜା ରଖାଯାଏ ।