Categories: ସ୍ପେଶାଲ

ଚାଇଲ୍ଡ ପର୍ଣ୍ଣ ଆଇନ୍‌ ଆଗରେ ଧର୍ତ୍ତବ୍ୟ ଅପରାଧ, ଏହାକୁ ରୋକିବାକୁ ଶକ୍ତ ହେଉଛି କାନୁନ୍‌

ବର୍ତ୍ତମାନ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଏକ ଧର୍ତ୍ତବ୍ୟ ଅପରାଧ ଭାବେ ପରିଗଣିତ ହେଉଛି। ଚାଇଲ୍ଡ ପର୍ଣ୍ଣ ସମ୍ବନ୍ଧୀୟ ଅନେକଗୁଡ଼ିଏ ମାମଲା ସାମ୍ନାକୁ ଆସିବା ପରେ ନିକଟରେ ସିବିଆଇ ଏକ ସ୍ପେଶାଲ କମିଟି ଗଠନ କରି ଏହାର ଯାଞ୍ଚ ଆରମ୍ଭ କରିଛି। ଏନେଇ ଆଇନ୍‌ ମଧ୍ୟ କଡ଼ାକଡ଼ି କରାଯାଇଛି। ରିପୋର୍ଟ ମୁତାବକ, ଏ ନେଇ ପୋକ୍‌ସୋ ଆକ୍ଟକୁ ଆହୁରି ଶକ୍ତ କରାଯିବା ସହ ଆଇଟି ଆକ୍ଟକୁ ମଧ୍ୟ କଡ଼ା କରାଯାଇଛି।

ୱେବ୍‌ସାଇଟ୍‌ରେ ବ୍ୟାନ୍‌ ହେବା ପରେ ମଧ୍ୟ ଚାଇଲ୍ଡ ପର୍ଣ୍ଣୋଗ୍ରାଫିର ଅବୈଧ କାରବାର ହ୍ଵାଟ୍ସଆପ୍‌ ଭଳି ସୋସିଆଲ ମିଡିଆ ମାଧ୍ୟମରେ କରାଯାଉଛି। ଏହାଦ୍ୱାରା ହ୍ୟାକରମାନେ ସହଜରେ ଛୋଟ ଛୋଟ ପିଲାଙ୍କ ଫାଇଦା ଉଠାଉଛନ୍ତି। କେତେକ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେଲେ ପିଲାଙ୍କୁ ଏହି ପର୍ଣ୍ଣ ଜାଲରୁ ବା ଶାରୀରିକ ଶୋଷଣରୁ ମୁକୁଳାଇବା ସହଜ ହେବ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

  • ପିଲାଙ୍କ ସହ ଖୋଲାଖୋଲି ଚାଇଲ୍ଡ ପର୍ଣ୍ଣ ବିଷୟରେ କଥା ହୁଅନ୍ତୁ। ସେମାନଙ୍କୁ ଏହାର କୁପ୍ରଭାବ ସମ୍ପର୍କରେ ସଚେତନ କରାନ୍ତୁ।
  • ଫୋନ୍‌କୁ ଯଦି କୌଣସି ଅଜଣା ନମ୍ବରରୁ ପର୍ଣ୍ଣ ଭିଡିଓ ଆସୁଛି ତେବେ ତାହାକୁ ତୁରନ୍ତ ବ୍ଲକ୍‌ କରି ପିତାମାତାଙ୍କୁ ଜଣାନ୍ତୁ।
  • ଫୋନ୍‌କୁ ନିୟମିତ ଅପ୍‌ଡେଟ୍‌ କରୁଥାନ୍ତୁ। କୌଣସି ଏଭଳି ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ, ଯାହା ପରେ ଆପଣଙ୍କ ମୁଣ୍ଡବିନ୍ଧାର କାରଣ ସାଜିବ।

ଏହାସହ ପଢନ୍ତୁ: ଶାସ୍ତ୍ରାନୁସାରେ ଏହିସବୁ ଗଛର କାଠରେ ଭଗବାନଙ୍କ ମୂର୍ତ୍ତି ତିଆରି କରିବାକୁ କରାଯାଇଛି ବାରଣ

  • ମୋବାଇଲ୍‌ରେ କୌଣସି ଅଜଣା ସାଇଟ୍‌କୁ ଯାଇ ସର୍ଚ୍ଚ କରନ୍ତୁ ନାହିଁ। ଏହା ଆପଣଙ୍କ ଫୋନ୍‌ର ନିଜସ୍ୱ ଡାଟା ଚୋରି କରିପାରେ।
  • ବିଶେଷଜ୍ଞଙ୍କ କହିବାନୁସାରେ ଅଭିଭାବକମାନେ ପିଲାଙ୍କ ଫଟୋ ଉଠାଇବା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ। ପିଲାମାନେ ଯେଭଳି ବାଥ୍‌ରୁମ୍‌ରେ କିମ୍ବା ନଗ୍ନ ଅବସ୍ଥାରେ କୌଣସି ଫଟୋ ନ ଉଠାନ୍ତି ତାହା ଉପରେ ନଜର ରଖିବା ଅଭିଭାବକଙ୍କ ଦାୟିତ୍ୱ।
  • ଯଦି କେବେ ବି ଏଭଳି ଘଟଣା ଘଟୁଥିବା ଆପଣ ସନ୍ଦେହ କରୁଛନ୍ତି ତେବେ ତୁରନ୍ତ ପୋଲିସକୁ ଖବର ଦିଅନ୍ତୁ।
WCW 11

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

10 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

29 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

37 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

54 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago