ବାପା ମାଆଙ୍କୁ ଚେତାବନୀ, ବନ୍ଦ କାର୍‌ରେ ପିଲାକୁ ଛାଡ଼ି ଆସିଲେ କଣ ହୁଏ ? କେମିତି କରିବେ ରକ୍ଷା ଜାଣନ୍ତୁ

ଅନେକ ସମୟରେ ଦେଖାଯାଇଛି ଯେ ବାପା ମାଆମାନେ ଛୋଟ ପିଲାକୁ ନିଜ ଗାଡ଼ି ଭିତରେ ଲକ୍‌ କରି ସପିଂ ଓ ଅନ୍ୟ କାମ ପାଇଁ ଚାଲି ଯାଆନ୍ତି । ହେଲେ ଏଇ ଛୋଟିଆ ଭୁଲ ବଡ଼ ବିପଦ ସୃଷ୍ଟି କରିପାରେ । କାରଣ କାର୍‌ ଭଳି ଗାଡ଼ି ଭିତରେ ଅକ୍ସିଜେନ୍‌ର ମାତ୍ରା କମ୍‌ ଥାଏ । ଯାହା କିଛି ସମୟ ଭିତରେ ଶେଷ ହୋଇଯାଏ । ତେଣୁ ପିଲା ଶ୍ୱାସରୁଦ୍ଧ ହୋଇ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ଥାଏ ।

CHILD RESCUE-5ଠିକ୍‌ ଯେମିତି ନିକଟରେ ପର୍ଯ୍ୟଟନ ସ୍ଥଳୀ ଦିଘାର ସମୁଦ୍ର କୂଳରେ ଘଟିଛି ଏଭଳି ଘଟଣା । ୫ ବର୍ଷର ପୁଅକୁ କାର୍‌ ଭିତରେ ଲକ୍‌ କରି ବାପା ମାଆ ସମୁଦ୍ରରେ ବୋଟିଂ କରିବାକୁ ଚାଲିଗଲେ । କାରଣ ବିପଜ୍ଜନକ ବୋଟିଂରେ ଏତେ ଛୋଟ ପିଲାକୁ ନେବା ସମ୍ଭବ ନଥିଲା । ହେଲେ ସେମାନେ ଭୁଲିଗଲେ ଯେ ଏପଟେ ଗାଡ଼ି ଭିତରେ ପିଲାଟିର କଣ ହେବ ବୋଲି । ଯଦି ପିଲାଟିର କାନ୍ଦ ଶୁଣି ସେଠାରେ ଥିବା ଅନ୍ୟ ପର୍ଯ୍ୟଟକ ସଚେତନ ହୋଇନଥାନ୍ତେ ତେବେ ନିଶ୍ଚିତ ଏକ ବଡ଼ ଅଘଟଣା ଘଟିଥାନ୍ତା । ଲୋକେ ସ୍ଥାନୀୟ ପୋଲିସ୍‌କୁ ଖବର ଦେବା ପରେ ପୋଲିସ୍‌ ଆସି କାର୍‌ର ଡୋର୍‌ ଖୋଲି ପିଲାଟିକୁ ଉଦ୍ଧାର କରିଥିଲା । ଆଉ ଦେଖନ୍ତୁ କିଭଳି ଅବସ୍ଥାରେ ଥିଲା ୫ ବର୍ଷର ନାବାଳକଟି । ଅଣନିଃଶ୍ୱାସୀ ହୋଇ ଅଚେତ ହେବାକୁ ଯାଉଥିଲା । ତାକୁ ପାଣି ପିଆଇ ସାମାନ୍ୟ ସୁସ୍ଥ କରିବା ପରେ ଡାକ୍ତରଖାନାକୁ ପଠାଇଥିଲେ ପୋଲିସ୍‌ ଅଧିକାରୀ ।
ଏଭଳି ଘଟଣା ନୂଆ ନୁହେଁ । କେତେବେଳେ ବନ୍ଦ କାର୍‌ରେ ପିଲାର ମୃତ୍ୟୁ ଘଟିଛି ତ ଆଉ କେତେବେଳେ ପିଲା ଗାଡ଼ିରେ ଗିୟର ପକାଇ ଦେବା ଫଳରେ ଅଘଟଣ ଘଟିଛି ।

ଭଳି କିଛି ସ୍ଥିତି ଉପୁଜିଲେ କଣ କରିବା ଉଚିତ ଆସନ୍ତୁ ଜାଣିବା 

4

୧-ବିଶେଷଜ୍ଞଙ୍କ ଆକଳନ ଅନୁସାରେ ବାହାରର ଉତ୍ତାପ ଅନୁସାରେ ବନ୍ଦ କାର୍‌ ଭିତରେ ଅକ୍ସିଜେନ୍‌ ସରିବାର ସମୟରେ ପରିବର୍ତ୍ତନ ଘଟିଥାଏ । ତେବେ ବାହାରେ ଖରା ଅଧିକ ଥିଲେ ପ୍ରାୟ ୧୫ ମିନିଟ୍‌ ଭିତରେ କାର୍‌ ଭିତରୁ ଅକ୍ସିଜେନ୍‌ ଶେଷ ହୋଇଯିବ । ତେଣୁ ବାପା ମାଆ ଯଦି ଭାବିବେ ଯେ ଏଇ ସମୟ ଭିତରେ ଆମେ କାମ ସାରି ଫେରି ଆସିବୁ ତଥାପି ବିପଦ ରହିଛି ।

7୨-ଯଦି କୌଣସି କାର୍‌ରେ ଏଭଳି ଭାବେ ପିଲାଟିଏ ଲକ୍‌ ହୋଇଥିବାର ଆପଣ ଦେଖୁଛନ୍ତି ତେବେ ତୁରନ୍ତ ତାର ବାପା ମାଆଙ୍କୁ କିମ୍ବା ସ୍ଥାନୀୟ ପୋଲିସ୍‌ ଓ ଅଗ୍ନିଶମ ବିଭାଗକୁ ସୂଚନା ଦିଅନ୍ତୁ । କାରଣ ପିଲାର ସୁରକ୍ଷା ହେଉଛି ପ୍ରଥମ ଦାୟିତ୍ୱ ।
୩-ଯଦି ଆପଣ ଅନୁଭବ କରୁଛନ୍ତି ଯେ ବନ୍ଦ କାର୍‌ରେ ଥିବା ପିଲାଟିର ଜୀବନ ଉପରେ ବିପଦ ରହିଛି ତେବେ କାର୍‌ ଝରକା ଭାଙ୍ଗି ଆପଣ ତାକୁ ଉଦ୍ଧାର କରନ୍ତୁ । ଏଥିରେ କୌଣସି ଆଇନ୍‌ଗତ ବାଧା ନାହିଁ ।

DOG IN CAR-1୪-ଏହି କାରଣରୁ ବିଶ୍ୱର କେତେକ ଦେଶରେ କାର୍‌ ଭିତରେ ଏଭଳି ଭାବେ ପିଲାଙ୍କୁ ଛାଡ଼ି ଚାଲିଯିବା ବେଆଇନ୍‌ କାର୍ଯ୍ୟ ବୋଲି ଧରାଯାଉଛି ।
୫-ଏମିତିକି ଖାଲି ପିଲା ନୁହେଁ, କୁକୁର ଭଳି ପଶୁମାନଙ୍କୁ ମଧ୍ୟ କାର୍‌ ଭିତରେ ଲକ୍‌ କରି ରଖିବା ଉଚିତ ନୁହେଁ । କାରଣ ଜୀବନ ଚାଲିଯିବାର ଆଶଙ୍କା ରହିଛି ।

ବାଲେଶ୍ୱର ଜଳେଶ୍ୱରରୁ ରାଧାଗୋବିନ୍ଦ ଦାସଙ୍କ ସହ ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା

You might also like