ଗାଡି ବିକି ଦେଇଛନ୍ତି କିନ୍ତୁ ମାଲିକାନା କରିନାହାନ୍ତି ହସ୍ତାନ୍ତର, ତେବେ ଫସି ପାରନ୍ତି ! ଜାଣନ୍ତୁ କିପରି କରିବେ ଏହି କାମ

ଗାଡିକୁ ବିକିବା ପରେ ଆପଣ ଯଦି ଅନ୍ୟ ନାମକୁ ଟ୍ରାନ୍ସଫର କରିନାହାନ୍ତି ତେବେ ନିଶ୍ଚିତ ରୂପେ ହଇରାଣରେ ପଡିପାରନ୍ତି । ନହେଲେ ଭବିଷ୍ୟତରେ ସେହି ଗାଡି ଦ୍ୱାରା କୌଣସି ଦୁର୍ଘଟଣା ଘଟେ ତେବେ ଆପଣ ହିଁ ପ୍ରଥମେ ହଇରାଣରେ ପଡିପାରନ୍ତି ।

ନିଜ ଗାଡିକୁ ବିକିବା ପରେ ଆପଣ ଯଦି ଅନ୍ୟ ନାମକୁ ଟ୍ରାନ୍ସଫର କରିନାହାନ୍ତି ତେବେ ନିଶ୍ଚିତ ରୂପେ ହଇରାଣରେ ପଡିପାରନ୍ତି । ନହେଲେ ଭବିଷ୍ୟତରେ ସେହି ଗାଡି ଦ୍ୱାରା କୌଣସି ଦୁର୍ଘଟଣା ଘଟେ ତେବେ ଆପଣ ହିଁ ପ୍ରଥମେ ହଇରାଣରେ ପଡିପାରନ୍ତି । ଆପଣଙ୍କ ସେ ଘଟଣା ସହ କୌଣସି ସମ୍ବନ୍ଧ ଥାଉ ବା ନଥାଉ ଗାଡିର ଅସଲି ମାଲିକ ଭାବେ ଆପଣଙ୍କୁ ହିଁ ପୋଲିସ ଜେରାର ସାମ୍ନା କରିବାକୁ ପଡିବ। କାରଣ ପୋଲିସ ନିଶ୍ଚିତ ରୂପେ ଗାଡି ନମ୍ବର ଆଧାରରେ ହିଁ ନିଜ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

କେମିତି ହସ୍ତାନ୍ତର କରିବେ ମାଲିକାନା 

ଯଦି ଆପଣ ନିଜର କୌଣସି ଗାଡି ଯେପରିକି ସ୍କୁଟର,ମୋଟର ସାଇକଲ, କାର ଆଦିକୁ ବିକ୍ରି କରିଦେଇଛନ୍ତି । କିନ୍ତୁ କର୍ମ ବ୍ୟସ୍ତତା ବା ଅନ୍ୟ କୌଣସି କାରଣ ଯୋଗୁଁ ତାହାର ମାଲିକାନା କୁ ହସ୍ତାନ୍ତର କରିନାହାନ୍ତି ତେବେ ଅତିଶୀଘ୍ର ପଦକ୍ଷେପ ନିଅନ୍ତୁ। ନଚେତ ଭବିଷ୍ୟତରେ ସେହି ଗାଡ଼ିରେ କୌଣସି ଦୁର୍ଘଟଣା ଘଟିଲେ ପ୍ରଥମେ ଆପଣ ହିଁ ଫସିବେ। କିନ୍ତୁ ଆପଣଙ୍କର ସେହି ଦୁର୍ଘଟଣା ସହ ପ୍ରତ୍ୟକ୍ଷରେ କୌଣସି ସମ୍ବନ୍ଧ ଥାଉ ବା ନଥାଉ । ଠିକ ସେହିପରି ଟିକସ ଠିକ ଭାବେ ନ ଦେବା ଅଭିଯୋଗରେ ବା କୌଣସି ଅନୈତିକ କାମରେ ଗାଡିର ବ୍ୟବହାର କରାଯାଇଥିବା ଅଭିଯୋଗ ହେଲେ ଆପଣ ହିଁ ହଇରାଣ ହୋଇପାରନ୍ତି। ଗାଡିର ମାଲିକାନା ହସ୍ତାନ୍ତର ପାଇଁ ଆପଣଙ୍କୁ ସମୁଦାୟ ୧୨ଟି ଜରୁରୀ କାଗଜ ପତ୍ର ଦାଖଲ କରିବାକୁ ପଡିବ।

ସେଗୁଡିକ ହେଉଛି :-

୧.ଫର୍ମ ୨୯
୨.ଫର୍ମ ୩୦
୩.ରେଜିଷ୍ଟ୍ରସନ ସାର୍ଟିଫିକେଟ
୪.ବୀମା ପଲିସି
୫. ପ୍ରଦୂଷଣ ସୀମା ମଧ୍ୟରେ ବା ପଲୁସନ ଅଣ୍ଡର କଣ୍ଟ୍ରୋଲର ସାର୍ଟିଫିକେଟ (ସବୁ ରାଜ୍ୟ ପାଇଁ ଜରୁରୀ ନୁହେଁ )

୬. ପ୍ୟାନ କାର୍ଡ (ଯଦି ନାହିଁ ତେବେ ଫର୍ମ ୬୦)୭. କିଣିବା ଲୋକର ଜନ୍ମ ପ୍ରମାଣ ପତ୍ର
୮. ଆଧାର କାର୍ଡ
୯.ଫୋଟୋ
୧୦.ଚେଁସିସ ନମ୍ବର ଇମ୍ପ୍ରେସନ (କାଗଜରେ ପେନ୍ସିଲରେ ଉଲ୍ଲେଖ ଥିବ)
୧୧. ଟାକ୍ସ କ୍ଳିଅରାନ୍ସ ସାର୍ଟିଫିକେଟ (କେବଳ କମର୍ସିୟାଲ ଗାଡି ପାଇଁ)
୧୨.ଏନଓସି (ନୋ ଅବଜେକ୍ସନ ସାର୍ଟିଫିକେଟ)

କେମିତି କରିବେ ଅନଲାଇନ ଆବେଦନ:
ପ୍ରଥମେ ଓନରସିପ ଟ୍ରାନ୍ସଫର ବା ମାଲିକାନା ହସ୍ତାନ୍ତର ସହ ଜଡିତ ଅନଲାଇନ ଆପ୍ଲିକେସନ ସାଇଟକୁ ଯାଆନ୍ତୁ । ପେଜର ତଳେ ଦିଆଯାଇଥିବା ଭେହିକଲ ରେଜିଷ୍ଟ୍ରେସନ ଉପରେ କ୍ଲିକ କରନ୍ତୁ ।ଗାଡିର ରେଜିଷ୍ଟ୍ରେସନ ନମ୍ବର ଦିଅନ୍ତୁ ଓ ପରେ ‘ଟ୍ରାନ୍ସଫର ଅଫ ଅନରସିପ’କୁ ଯାଆନ୍ତୁ।ଏବେ ଏକ ନୂଆ ପେଜ ଖୋଲନ୍ତୁ ଯେଉଁଥିରେ ଏକ ଚେଁଜିଙ୍ଗ ନମ୍ବର ମାଗିବ ସେଥିରେ ଶେଷ ୫ଟି ନମ୍ବର ହିଁ ଦେବେ। ପରେ ଏସବିଆଇ ବା ଅନ୍ୟାନ ବ୍ୟାଙ୍କର ଅନଲାଇନ ପେମେଣ୍ଟ ଜରିଆରେ ୧୫୦ ଟଙ୍କା ଦାଖଲ କରନ୍ତୁ । ପରେ ପେମେଣ୍ଟ ସ୍ଲିପ ସହ ବାକି ଜରୁରୀ କାଗଜ ପତ୍ର ଗୁଡିକର ଜେରକ୍ସ ଗୁଡିକୁ ନିକଟସ୍ଥ ଆରଟିଓ ଅଫିସରେ ଦାଖଲ କରନ୍ତୁ। ଆପ୍ଲିକସନ ଦେବାର ଏକ ମାସ ପରେ ହିଁ ଆପଣଙ୍କ ଗାଡିର ମାଲିକାନା ବଦଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.