ଡବଲ ମାସ୍କ ପିନ୍ଧୁଥିବା ଅଧିକାଂଶ ଲୋକ ଜାଣିନାହାନ୍ତି ଏହାକୁ ପିନ୍ଧିବାର ସଠିକ ଶୈଳୀ, ଜାଣନ୍ତୁ କେମିତି ପିନ୍ଧିବେ ୨ଟି ମାସ୍କ

ବର୍ତ୍ତମାନ କରୋନା ମହାମାରୀ ସମସ୍ତଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହି ଭାଇରସ ସହ ଲଢ଼ିବାକୁ ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ କୁହାଯାଉଛି। ତେବେ ଧୀରେ ଧୀରେ ଭାଇରସ ଅଧିକ ସଂକ୍ରାମକ ହେଉଥିବାରୁ ବିଶେଷଜ୍ଞମାନେ ଏବେ ଡବଲ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି। ଲୋକମାନେ ମଧ୍ୟ ଏହାକୁ ମାନୁଛନ୍ତି। କିନ୍ତୁ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ଦୁଇଟି ମାସ୍କକୁ ଠିକରେ ପିନ୍ଧିପାରୁନାହାନ୍ତି। ତେବେ ଆସନ୍ତୁ ଡବଲ ମାସ୍କ ପିନ୍ଧିବାର ସଠିକ ଶୈଳୀ…

ଦୁଇଟି ମାସ୍କ ମଧ୍ୟରୁ ଗୋଟିଏ ସର୍ଜିକାଲ ମାସ୍କ ଓ ଅନ୍ୟଟି କପଡ଼ା ମାସ୍କ ବ୍ୟବହାର କରନ୍ତୁ। ପିନ୍ଧିବା ବେଳେ ପ୍ରଥମେ ସର୍ଜିକାଲ ମାସ୍କ ପିନ୍ଧନ୍ତୁ ଓ ତା’ ଉପରେ ହିଁ କପଡ଼ା ମାସ୍କ ପିନ୍ଧନ୍ତୁ। ଏହା ଦ୍ୱାରା ଆପଣଙ୍କ ନାକ ଓ ପାଟି ସମ୍ପୂର୍ଣ୍ଣ ସୁରକ୍ଷିତ। ଡବଲ ମାସ୍କ ପିନ୍ଧିଲେ ଆପଣଙ୍କ ସୁରକ୍ଷା ଦୁଇ ଗୁଣ ବଢିଯିବ। ଫଳରେ ସଂକ୍ରମଣର ଆଶଙ୍କା କମ୍ ରହିବ।

ଆପଣ ଚାହିଁଲେ କେବଳ ଗୋଟିଏ N95 ମାସ୍କ ପିନ୍ଧିପାରିବେ। କିନ୍ତୁ ଏବେ ବଢୁଥିବା ସଂକ୍ରମଣ ଯୋଗୁ ଲୋକେ N95 ମାସ୍କକୁ ମଧ୍ୟ ଅନ୍ୟ ଏକ ମାସ୍କ ସହ ମିଶାଇ ପିନ୍ଧୁଥିବା ଦେଖିବାକୁ ମିଳୁଛି। ତାହା ବି ଆପଣଙ୍କୁ ସୁରକ୍ଷିତ ରଖିପାରିବ।

କିନ୍ତୁ ଦୁଇଟି ସର୍ଜିକାଲ ମାସ୍କ ପିନ୍ଧନ୍ତୁ ନାହିଁ। ଏହାର ଡିଜାଇନ ଏମିତି, ଯାହା ଆପଣଙ୍କ ମୁହଁକୁ ଫିଟିଂ ହେବ ନାହିଁ। ଫଳରେ ଆପଣ କମ୍ଫରଟେବଲ ଫିଲ୍ କରିବେ ନାହିଁ।

Leave A Reply

Your email address will not be published.