ମନର ସମସ୍ତ ଶକ୍ତିର ସ୍ୱାମୀ ହେଉଛନ୍ତି ଗଜାନନ ଗଣପତି, ଏମିତି କରନ୍ତୁ ପ୍ରଶନ୍ନ

ଚିତ୍ତ ବା ହୃଦୟର ୫ ପ୍ରକୃତି ରହିଥିବା କୁହାଯାଏ । ଏମାନେ ହେଲେ କ୍ଷିପ୍ତ, ମୂଢ଼, ବିକ୍ଷିପ୍ତ, ଏକାଗ୍ର ଓ ନିରୁଦ୍ଧ । ହୃଦୟ ଯେଉଁଆଡେ ଯାଏ ଏଗୁଡ଼ିକ ସେଥିରେ ତଦାକାର ହୋଇଯାଆନ୍ତି । ଯାହଦ୍ୱାରା ଅଖଣ୍ଡ ଓ ଅନୂପମ ଆନନ୍ଦ ଅନୁଭବ ହୋଇଥାଏ । ହୃଦୟ ପ୍ରବୃତ୍ତିର ନିରୋଧ ମୂଳାଧାର ଚକ୍ର ବିକଶିତ ହେଲେ ହୋଇଥାଏ । ଶରୀରର ମୂଳାଧାର ଚକ୍ର ଉପରେ ଶ୍ରୀଗଣେଶଜୀ ରହିଥାନ୍ତି । ମୂଳାଧାର ଚକ୍ରର ଅଧିଷ୍ଠାତା ଶ୍ରୀଗଣେଶ ଅଟନ୍ତି ।

gajanana
photo credit: patrika.com

‘ଗଣପତ୍ୟଥର୍ବଶୀର୍ଷ’ ରେ ଶ୍ରୀ ଗଣେଶ ଙ୍କ ଶ୍ରେଷ୍ଠ ମନ୍ତ୍ର ନିରୁପିତ କରାଯାଇଛି । ‘‘ଓଁ ଗଂ ଗଣପତୟେ ନମଃ’’ , ଏହି ମନ୍ତ୍ରରେ ଗକାର ପୂର୍ବରୂପ, ମଧ୍ୟମ ଆକାର ଏବଂ ଅନ୍ତ୍ୟରୂପ ଅନୁସ୍ୱାର ଅଟନ୍ତି । ବିନ୍ଦୁ ଉତ୍ତର ରୂପ ଅଟନ୍ତି । ଏହି ମନ୍ତ୍ରରେ ‘ଗଂ’ ବୀଜ ଏବଂ ‘ ଓଁ କାର’ ଶକ୍ତି ଅଟନ୍ତି ।

ଏ ସମ୍ପର୍କରେ ଏକାକ୍ଷର ‘ଗଣପତିକବଚ’ ରେ କୁହାଯାଇଛି – ‘ଗଂ ବୀଜଂ ଶକ୍ତିଓଁକାରଃ ସର୍ବକାମାର୍ଥସିଦ୍ଦୟେ ।’ ଏଣୁ ସର୍ବ କାର୍ଯ୍ୟର ନିର୍ବିଘ୍ନ ସିଦ୍ଧି ପାଇଁ ଶ୍ରୀ ଗଣେଶଙ୍କର ଅଗ୍ରପୂଜା ଓ ଆରଧାନାର ମାହାତ୍ମ୍ୟ ରହିଛି ।

ତେଣୁ ମନର ସମସ୍ତ ଶକ୍ତିକୁ ଜାଗ୍ରତ କରିବାକୁ ହେଲେ ଗଜାନନଙ୍କୁ ପ୍ରଶନ୍ନ କରିବା ଆବଶ୍ୟକ । ଗଜାନନ ପ୍ରଶନ୍ନ ହେଲେ ମୂଳାଧାର ଚକ୍ର ଉନ୍ମୁକ୍ତ ହୁଏ ଓ ସମସ୍ତ ଶକ୍ତି ଜାଗ୍ରତ ହୁଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.