ମଙ୍ଗଳବାର ଦିନ ଲାଲ ଫୁଲ ଦେଇ ଶ୍ରୀ ହନୁମାନଙ୍କୁ କରନ୍ତୁ ପୂଜା, ଦୂର ହେବ ସବୁ ସଙ୍କଟ

ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ ଜଣେ ଜଣେ ଭଗବାନଙ୍କୁ ସମର୍ପିତ ହୋଇଥାଏ। ଆଜି ମଙ୍ଗଳବାର ହନୁମାନଙ୍କ ବାର। ଆଜିର ଦିନରେ ହନୁମାନଙ୍କ ପୂଜା ଆରାଧନା କଲେ ଭଗବାନ ଶ୍ରୀରାମ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ହନୁମାନଙ୍କୁ ବଜରଙ୍ଗବଲୀ, ସଙ୍କଟ ମୋଚନ ଓ ପବନପୁତ୍ର ହନୁମାନ ବୋଲି ମଧ୍ୟ କୁହାଯାଏ। ମାନ୍ୟତା ରହିଛି ଯେ ହନୁମାନଙ୍କୁ ଭକ୍ତିର ସହ ପୂଜା କଲେ ସମସ୍ତ ସଙ୍କଟ ଓ ବିକାର ନାଶ ହୋଇଥାଏ।

ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। କୁହାଯାଏ, ଯେଉଁବ୍ୟକ୍ତି ମଙ୍ଗଳବାର ଦିନ ହନୁମାନ ଚାଳିଶା ସହ ବଜରଙ୍ଗ ବାଣ ପାଠ କରିଥାନ୍ତି, ତାଙ୍କ ଜୀବନରେ କୌଣସି ବାଧା ବିଘ୍ନ ଆସିନଥାଏ। ମହାବୀର ତାଙ୍କୁ ସବୁ ବିପଦ ଆପଦରୁ ରକ୍ଷା କରିଥାନ୍ତି।

ଆଜି ହନୁମାନଙ୍କ ପୂଜା କରିବା ଅବସରରେ ଲାଲ ରଙ୍ଗର ଫୁଲ ବ୍ୟବହାର କରିବା ଉଚିତ। ଯଦି ଆପଣ ମହାବୀରଙ୍କ ପୂଜା କରୁଥାନ୍ତି, ତେବେ ସବୁବେଳେ ଲାଲ ସୂତାର ବତୀ ତିଆରି କରି ଦୀପ ଜଳାନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଶାସ୍ତ୍ରରେ କୁହାଯାଇଛି ଯେ ହନୁମାନଙ୍କ ସାଧନା କରିବା ବେଳେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଉଚିତ। ପୂଜା କରିବା ସମୟରେ ମନରେ କାମୁକ ବିଚାର ଆଦୌ ଆଣନ୍ତୁ ନାହିଁ। ମଙ୍ଗଳବାର ଦିନ ମାଛ ମାଂସ ସେବନ କରିବା ଅନୁଚିତ। ହନୁମାନଙ୍କ ପୂଜାରେ ଚରଣାମୃତ ବ୍ୟବହାର କରନ୍ତୁ ନାହିଁ। ମହିଳାମାନେ ପୂଜା କରିବା ବେଳେ ହନୁମାନଙ୍କ ମୂର୍ତ୍ତିକୁ ଆଦୌ ସ୍ପର୍ଶ କରନ୍ତୁ ନାହିଁ, ଏଭଳି କଲେ ହନୁମାନ ଅସନ୍ତୁଷ୍ଟ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.