ବିଦ୍ୟୁତ୍ ଝଟକା ଲାଗିଲେ ଆପଣାନ୍ତୁ କିଛି ସହଜ ଉପାୟ : ଏହି ସେଫ୍ଟି ଟିପ୍ସ ବଂଚାଇ ପାରେ ଜୀବନ

ବିଜୁଳି ଝଟକା କେବେ ବି କେଉଁଠି ବି ଲାଗିପାରେ । ଖାସ୍ କରି ବର୍ଷା ଦିନରେ ଏହି ସବୁ ଘଟଣା ଅଧିକ ଶୁଣିବାକୁ ମିଳିଥାଏ । ଯଦି ସମୟ ଥାଉ ଥାଉ ଚିକିତ୍ସା କରାନଯାଏ ତେବେ ପୀଡିତଙ୍କ ଜୀବନ ମଧ୍ୟ ଚାଲିଯାଇପାରେ । ଯେତେବେଳେ କାହାକୁ ବିଦ୍ୟୁତ୍ ଝଟକା ଲାଗିଥାଏ ସେତେବେଳେ ସେ କିଛି ଚିନ୍ତା କରିବା ବା ବୁଝିବା ପରିସ୍ଥିତିରେ ନଥାନ୍ତି । ହଡ଼ବଡରେ କଣ କରିବା ଉଚିତ୍ କଣ କରିବା ଅନୁଚିତ୍ କିଛି ବୁଝି ହୋଇନଥାଏ । ଏମିତିରେ ଆମେ ଆଜି ଆପଣଙ୍କୁ କିଛି ଉପାୟ ବତାଇବୁ ଯାହାଦ୍ବାରା ପୀଡିତଙ୍କ ଆଶୁ ଚିକିତ୍ସା କରିପାରିବେ । ଏବଂ ଡାକ୍ତରଙ୍କ ନିକଟକୁ ନେବା ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କ କଷ୍ଟ କିଛି ପରିମାଣର କମ୍ ହୋଇପାରିବ ।
ଲୁହାର ଜିନିଷ ହଟାନ୍ତୁ :
ବିଦ୍ୟୁତ୍ ଝଟକା ଲାଗିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ଆସୁଥିଲେ ସୁନିଶ୍ଚିତ ହୁଅନ୍ତୁ ଯେ ଆଖପାଖରେ ଏମିତି କିଛି ଜିନିଷ ନାହିଁ ଯେଉଁଥିରେ କରେଂଟ୍ ଅଛି । କାରଣ ପାଣି ଏବଂ ଲୁହା ଜିନିଷରେ ଶୀଘ୍ର କରେଂଟ୍ ପାସ୍ କରିଥାଏ । ଏସବୁ ଜିନିଷକୁ ନିକଟରୁ ହଟାଇବା ପରେ ତୁରନ୍ତ ହେଲ୍ପଲାଇନକୁ କଲ୍ କରନ୍ତୁ ।
ଏହା ସହ ପଢନ୍ତୁ କୁନି ହାତରେ ବଡ଼ ଦାନ : ନିଜ ସାଇକେଲ୍ ପାଇଁ ସଂଚିତ ୯ହଜାର ଟଙ୍କା କେରଳକୁ ଦାନ କଲା ୯ବର୍ଷର ଝିଅ
ମୁହଁ ପଟେ ପବନ ଦିଅନ୍ତୁ :
ଯଦି ଆପଣଙ୍କ ଆଖପାଖରେ କାହାକୁ କରେଂଟ୍ ଲାଗିଛି ତେବେ ଆମ୍ବୁଲାନ୍ସ ଆସିବା ଭିତରେ ଉକ୍ତ ବ୍ୟକ୍ତିର ମୁହଁରେ ପବନ ଭରନ୍ତୁ । ଏହା ସହ ଛାତିରେ ଚାପ ଦେଇ ଜୋରରେ ଦବାନ୍ତୁ । ଏହା ଦ୍ବାରା ହୃଦଘାତ ହେବାର ହେବାର ସମ୍ଭାବନା ନଥାଏ । ଏହା ସହ ପୀଡିତ ବ୍ୟକ୍ତିକୁ ସିଧା ଶୁଆଇ ପାଦକୁ ଉପର ଆଡକୁ ଉଠାଇ ନିଅନ୍ତୁ ।
କରେଂଟ୍ ସପ୍ଲାଇ ବନ୍ଦ କରନ୍ତୁ :
ବ୍ୟକ୍ତିଙ୍କୁ କରେଂଟ୍ ଲାଗୁଥିବା ଜିନିଷରୁ ଅଲଗା କରିବାକୁ ଚେଷ୍ଟା କରନ୍ତୁ । ଏଥିପାଇଁ ପାୱାର୍ ଅଫ୍ କରିଦିଅନ୍ତୁ କିମ୍ବା ଡିଭାଇସକୁ ଅଲଗା କରିଦିଅନ୍ତୁ । ଏକ ଷ୍ଟୁଲ୍ ଉପରେ ଠିଆ ହୋଇ ଶୁଖିଲା କାଠରେ ବ୍ୟକ୍ତିଙ୍କୁ ଅଲଗା କରିବାକୁ ଚେଷ୍ଟା କରନ୍ତୁ ।
କମ୍ବଳରେ ଘୋଡାନ୍ତୁ ନାହିଁ :
ଯଦି ବ୍ୟକ୍ତି ଜଣକ ନିଶ୍ବାସ ନେଉଛି ଏବଂ ଅଳ୍ପ ଟିକେ ଜଳି ଯାଇଛି ତେବେ ତାଙ୍କୁ ପାଣିରେ ଧୋଇ ଦିଅନ୍ତୁ । କିନ୍ତୁ ଭୁଲରେ ବି ତାଙ୍କୁ କମ୍ବଳରେ ଘୋଡାନ୍ତୁ ନାହିଁ । ଯଦି ରକ୍ତ ବାହାରୁଛି ତେବେ ଏହାକୁ ରୋକିବା ପାଇଁ ଧଳା ଶୁଖିଲା କପଡାରେ ବାନ୍ଧି ଦିଅନ୍ତୁ ।