ମହାକାଶରରୁ କେମିତି ହେବ ବିଦ୍ୟୁତ୍ ଯୋଗାଣ ? ବୈଜ୍ଞାନିକମାନେ ଡେଭଲପ୍ କରୁଛନ୍ତି ନୂଆ ଟେକ୍ନୋଲୋଜି

ଭାରତରେ ସବୁବେଳେ ବିଦ୍ୟୁତ ସମସ୍ୟା ଲାଗି ରହୁଛି । ଯଦି ପ୍ରବଳ ବର୍ଷା କିମ୍ବା ଝଡ ଓ ତୁଫାନ୍ ଆସେ ସଙ୍ଗେ ସଙ୍ଗେ ବିଦ୍ୟୁତ୍ କାଟ୍ ହୋଇଯାଏ । ଏହା ବ୍ୟତୀତ ଭାରତରେ ଅନେକ ଗାଁ ଏବଂ ସହର ଅଛି ଯେଉଁଠାରେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଯୋଗର ସୁବିଧା ହୋଇନାହିଁ । ଭାରତ ବ୍ୟତୀତ ଦୁନିଆରେ ଅନେକ ଦେଶ ଅଛି ଯେଉଁଠାରେ ବିଦ୍ୟୁତ୍ ସୁବିଧା ଠିକ୍ ଭାବେ କାମ କରେ ନାହିଁ । କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ ବୈଜ୍ଞାନିକମାନେ ଏକ ଟେକନିକ୍ ଡେଭଲପ୍  କରିବାକୁ ଯାଉଛନ୍ତି ଯାହା ସାହାଯ୍ୟରେ ମହାକାଶରୁ ବିଦ୍ୟୁତ୍ ସପ୍ଲାଏ ହେବ ଏବଂ ଏହା କୌଣସି ଝଡ଼ ଦ୍ୱାରା ପ୍ରଭାବିତ ହେବ ନାହିଁ। ଆସନ୍ତୁ ଏହା ବିଷୟରେ ଡିଟେଲ୍ସରେ ଜାଣିବା ।

ନିକଟରେ ଏକ ବ୍ରିଟିଶ ଷ୍ଟାର୍ଟଅପ୍ ଫାର୍ମ କହିଛି ଯେ ଏହା ୨୦୩୦ରେ ଏକ ସ୍ପେସ୍-ବେସଡ୍ ସୋଲାର ପାୱାର (SBSP) ପ୍ରୋଜେକ୍ଟ ପ୍ରସ୍ତୁତ ହେବ ଯାହା ପୃଥିବୀକୁ ସିଧାସଳଖ ମହାକାଶରୁ ବିଦ୍ୟୁତ ଯୋଗାଇବ । ସୂଚନା ଥାଉ କି ବ୍ରିଟେନ ବ୍ୟତୀତ ଆମେରିକା, ଜାପାନ ସମେତ ୟୁରୋପର ଅନେକ ଦେଶରେ ଏହି ପ୍ରୋଜେକ୍ଟ ଉପରେ କାମ ଚାଲିଛି ।

ପୃଥିବୀରେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ହୋଇଥାଏ । କିନ୍ତୁ ମହାକାଶରେ ଏଭଳି ହୋଇନଥାଏ । ମହାକାଶରେ ସବୁବେଳେ ସୂର୍ଯ୍ୟ ରଶ୍ମି ଥାଏ । ଏହା ବ୍ୟତୀତ ଖରାପ ପାଗରେ ଅନେକ ଥର ସୂର୍ଯ୍ୟ କିରଣ ପୃଥିବୀରେ ପହଞ୍ଚେ ନାହିଁ । କିନ୍ତୁ ସ୍ପେସରେ ସେପରି କୌଣସି ଅସୁବିଧା ହୁଏ ନାହିଁ ।

ବୈଜ୍ଞାନିକମାନେ ଏପରି ସୋଲାର ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ଯାହା ସ୍ପେସ୍ ବେସଡ୍ ଏବଂ ସ୍ପେସରୁ ପୃଥିବୀ ୨୪ ଘଣ୍ଟା, ୩୬୫ ଦିନ ବିନା ବାଧାରେ ବିଦ୍ୟୁତ୍ ସପ୍ଲାଏ ପାଇପାରିବ । ଯଦି ଏହି ପ୍ରୋଜେକ୍ଟ ସଫଳ ହୁଏ, ତେବେ ପୃଥିବୀର ପ୍ରତ୍ୟେକ କୋଣରେ ବିଦ୍ୟୁତ୍ ପହଞ୍ଚି ପାରିବ ଏବଂ ବିଶ୍ୱ ଅଧିକ ଦ୍ରୁତ ଗତିରେ ବିକାଶ କରିବ ।

ବୈଜ୍ଞାନିକମାନେ ସାଟେଲାଇଟ୍ ସାହାଯ୍ୟରେ ବିଦ୍ୟୁତ୍ ସପ୍ଲାଏ କରି ପାରିବେ। ଏହି ପ୍ରୋଜେକ୍ଟରେ କାମ କରୁଥିବା ବୈଜ୍ଞାନିକମାନେ ପୃଥିବୀର କକ୍ଷପଥରେ ଏକ ସାଟେଲାଇଟ୍ ସ୍ଥାପନ କରିବେ ଯେଉଁଥିରେ ବଡ଼ ସୋଲାର ପ୍ୟାନେଲ ଲଗାଯିବ । ଏହି ସୋଲାର ପ୍ୟାନେଲଗୁଡିକ ସୌର ଶକ୍ତି ସାହାଯ୍ୟରେ ବିଦ୍ୟୁତ୍ ଉତ୍ପାଦନ କରିବ । ସବୁଠୁ ଖାସ୍ କଥା ହେଉଛି ଏହି ବିଦ୍ୟୁତ୍ କୌଣସି ତାର କିମ୍ବା ପୋଲ ବିନା ୨.୪୫ ଗିଗାହର୍ଟସ୍ ଫ୍ରିକ୍ୱେନ୍ସିରେ ପୃଥିବୀରେ ଅବସ୍ଥିତ ରିସିଭରକୁ ବିଦ୍ୟୁତ୍ ପଠାଇବ । ଏହା ବ୍ୟତୀତ ଦ୍ୱିତୀୟ ଅପ୍ସନ୍ ଅନୁଯାୟୀ, ସାଟେଲାଇଟ୍ ଜରିଆରେ ୩୦ ମେଗାୱାଟ ଶକ୍ତିର ଏକ ବିମ୍ ସିଧାସଳଖ ପୃଥିବୀକୁ ପଠାଯିବ, ଯାହା ପ୍ରାୟ ୩ ହଜାର ଘରକୁ ବିଦ୍ୟୁତ୍ ଯୋଗାଇବ ।

ସାଟେଲାଇଟର ଆକାର ବିଷୟରେ କହିବାକୁ ଗଲେ ଏହା ପ୍ରାୟ ୪୦୦ ମିଟର ଚଉଡା ହେବ, ଯାହାର ଓଜନ ପ୍ରାୟ ୭୦ ଟନ୍ ହେବ । ଏପର୍ଯ୍ୟନ୍ତ ଆସୁଥିବା ସୂଚନା ଅନୁଯାୟୀ ଏହି ପ୍ରୋଜେକ୍ଟ ପାଇଁ ପୃଥିବୀର କକ୍ଷପଥରେ ସ୍ଥାପିତ ହେବାକୁ ଥିବା ସାଟେଲାଇଟକୁ ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ କମ୍ପାନୀର ଷ୍ଟାରସିପ୍ ରକେଟରୁ ଲଞ୍ଚ  କରାଯିବ।