ଦୁଇ ଥର ବାହା ହୋଇ ଫସିଗଲେ ଯୁବକ, ୧୫ ଦିନରେ ବାଣ୍ଟି ନେଇଗଲେ ସ୍ତ୍ରୀ
ମଧ୍ୟପ୍ରଦେଶର ଉଜ୍ଜୈନ ସ୍ଥିତ ମହିଳା ପୋଲିସ ଷ୍ଟେସନର କାଉନସେଲିଂ ସେଣ୍ଟରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି ।ଏଠାରେ ଦୁଇ ପତ୍ନୀ ଯୁକ୍ତିତର୍କ କରୁଥିଲେ ଯେ, ସେମାନଙ୍କୁ ନିଜ ସ୍ୱାମୀଙ୍କ ସହିତ ରହିବାକୁ ଦିଆଯାଉ । ଘର କଳି କୁ ଦେଖି କାଉନସେଲିଂ କୋର୍ଟ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ତାଙ୍କୁ ଗୋଟିଏ ମାସରେ ପ୍ରଥମ ପତ୍ନୀଙ୍କ ସହ ୧୫ ଦିନ ଏବଂ ଦ୍ୱିତୀୟ ପତ୍ନୀଙ୍କ ସହିତ ୧୫ ଦିନ ରହିବାକୁ ପଡିବ ।

ସଉତୁଣୀଙ୍କ ଭିତରେ ଫସିଗଲା ସ୍ୱାମୀ । ଅଧା ଅଧା ହୋଇ ବାଣ୍ଟି ନେଲେ ସ୍ତ୍ରୀ । ସ୍ୱାମୀ ପାଖରେ କିଏ ରହିବେ ବୋଲି ଆରମ୍ଭ ହେଲା ଝଗଡ଼ା । ଉଭୟ ପତ୍ନୀ ସ୍ୱାମୀଙ୍କୁ ଛାଡିବାକୁ ନାରାଜ । ଘର କଳି ଯାଇ ପଡିଲା ଦାଣ୍ଡରେ…ଶେଷରେ କୋର୍ଟ ରେ ଯାଇ ହାଜର ହେଲେ ସ୍ୱାମୀ ଓ ତାଙ୍କ ଦୁଇ ସ୍ତ୍ରୀ। ଦୃଶ୍ୟ ଦେଖିଲେ ଲାଗୁଛି ପ୍ରେମ କରି ଯେମିତି ଫସି ଯାଇଛନ୍ତି । ଦି ଟା ସ୍ତ୍ରୀ ଥିଲେ ଏଭଳି ଅବସ୍ଥା ହେବା ଅତି ସଧାରଣ କଥା । କିନ୍ତୁ ତାପରେ ଯାହା ହେଲା ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ସ୍ତ୍ରୀଙ୍କ କଥା କୁ ଶୁଣିବା ପରେ କୋର୍ଟ ନିର୍ଦେଶ ଦେଇ ତାଙ୍କୁ କହିଲେ ଯେ ”୧୫ ଦିନ ତାଙ୍କର କୁ ୧୫ ଦିନ ତମର” ।
ମଧ୍ୟପ୍ରଦେଶର ଉଜ୍ଜୈନ ସ୍ଥିତ ମହିଳା ପୋଲିସ ଷ୍ଟେସନର କାଉନସେଲିଂ ସେଣ୍ଟରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି ।ଏଠାରେ ଦୁଇ ପତ୍ନୀ ଯୁକ୍ତିତର୍କ କରୁଥିଲେ ଯେ, ସେମାନଙ୍କୁ ନିଜ ସ୍ୱାମୀଙ୍କ ସହିତ ରହିବାକୁ ଦିଆଯାଉ । ଘର କଳି କୁ ଦେଖି କାଉନସେଲିଂ କୋର୍ଟ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ତାଙ୍କୁ ଗୋଟିଏ ମାସରେ ପ୍ରଥମ ପତ୍ନୀଙ୍କ ସହ ୧୫ ଦିନ ଏବଂ ଦ୍ୱିତୀୟ ପତ୍ନୀଙ୍କ ସହିତ ୧୫ ଦିନ ରହିବାକୁ ପଡିବ । ଏବେ ଘଟଣା ସମ୍ପର୍କରେ ଜାଣନ୍ତୁ … ଘାଟିଆରେ ରହୁଥିବା ଜଣେ ବ୍ୟକ୍ତି ୧୫ ବର୍ଷ ପୂର୍ବେ ବାମୋରାରେ ରହୁଥିବା ଜଣେ ମହିଳାଙ୍କୁ ବିବାହ କରିଥିଲେ । କିଛି ସମୟ ପାଇଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସବୁକିଛି ଠିକ୍ ଚାଲିଥିଲା ଏବଂ ସେମାନଙ୍କର ମଧ୍ୟ ଏକ ପୁଅ ହେଲା । କିନ୍ତୁ ଧୀରେ ଧୀରେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡ଼ା ଆରମ୍ଭ ହେଲା । ବଢ଼ୁଥିବା ଝଗଡ଼ା କୋର୍ଟରେ ଯାଇ ପହଞ୍ଚିଲା । କୋର୍ଟରେ ବିବାଦର ସମାଧାନ ପାଇଁ ପ୍ରାୟ ୧୫ ବର୍ଷ ସମୟ ଲାଗିଥିଲା ଏବଂ ରାୟ ଶୁଣାଯାଇଥିଲା ଯେ ଯୁବକଙ୍କୁ ତାଙ୍କ ପତ୍ନୀଙ୍କ ସହ ରହିବାକୁ ପଡିବ ।
କୋର୍ଟ ଯୁବକଙ୍କୁ ତାଙ୍କ ପତ୍ନୀଙ୍କୁ ନିଜ ସହିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସମସ୍ୟା ସେତେବେଳେ ଆରମ୍ଭ ହେଲା ଯେତେବେଳେ ଏହି ୧୫ ବର୍ଷ ମଧ୍ୟରେ ଯୁବକ ଜଣକ ଅନ୍ୟ ଜଣେ ମହିଳାଙ୍କୁ ପୁନଃବିବାହ କରିଥିଲେ, ଯାହାଫଳରେ ତାଙ୍କର ଦୁଇଟି ସନ୍ତାନ ଜନ୍ମ ହୋଇଥିଲେ । କୋର୍ଟଙ୍କ ନିଷ୍ପତ୍ତି ପରେ ଯୁବକଙ୍କ ପ୍ରଥମ ପତ୍ନୀ ତାଙ୍କ ସହ ରହିବାକୁ ଯାଇଥିଲେ, ଯେଉଁ କାରଣରୁ ଯୁବକଙ୍କର ଘରେ ପୁଣି ଝଗଡ଼ା ହୋଇଥିଲା, କାରଣ ଉଭୟ ପତ୍ନୀ ସ୍ୱାମୀଙ୍କ ସହ ଏକାଠି ରହିବାକୁ ଚାହୁଁନଥିଲେ । ଯାହାଫଳରେ ପୁଣି ସେମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା । ଯୁବକଙ୍କର ଦ୍ୱିତୀୟ ପତ୍ନୀ ସ୍ୱାମୀଙ୍କୁ ଛାଡି ଉଜ୍ଜୈନ ସ୍ଥିତ ତାଙ୍କ ବାପଘରକୁ ଚାଲିଆସିଥିଲେ ।
ଯୁବକଙ୍କର ଦ୍ୱିତୀୟ ପତ୍ନୀ ପରେ ମହିଳା ପୋଲିସ ଷ୍ଟେସନର ପରିବାର ପରାମର୍ଶ କେନ୍ଦ୍ରରେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ମଧ୍ୟ ତାଙ୍କ ଅଧିକାର ଦିଆଯାଉ ଏବଂ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଅନୁମତି ଦିଆଯାଉ । ଏହି ସମସ୍ୟାର ସମାଧାନ ପାଇଁ ପରିବାର ପରାମର୍ଶ କେନ୍ଦ୍ର ଯୁବକ ଏବଂ ତାଙ୍କ ଦୁଇ ପତ୍ନୀଙ୍କୁ ପରାମର୍ଶ କେନ୍ଦ୍ରକୁ ଡାକି ଅନେକ ଥର ବୁଝାଇଥିଲେ, କିନ୍ତୁ ଯେତେବେଳେ ଉଭୟ ପତ୍ନୀ କିଛି ବୁଝିବାକୁ ପ୍ରସ୍ତୁତ ନଥିଲେ, କୋର୍ଟ ଏକ ଏଭଳି ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିରେ ସ୍ୱାମୀ ପ୍ରଥମ ପତ୍ନୀ ସହିତ ୧୫ ଦିନ ଏବଂ ଦ୍ୱିତୀୟ ପତ୍ନୀ ୧୫ ଦିନ ରହିବ। ଏହା ସହିତ ତାଙ୍କୁ ପିଲାମାନଙ୍କର ଯତ୍ନ ନେବ ।