ସ୍ପେଶାଲ

Hug Day: ଆଜି ପରସ୍ପରକୁ ଆଲିଙ୍ଗନ କରି ନିଜ ଭାବନା ବ୍ୟକ୍ତ କରିବେ ପ୍ରେମୀଯୁଗଳ

ଆଜି ଭାଲେଣ୍ଟାଇନ୍‌ ସପ୍ତାହର ଷଷ୍ଠ ଦିନ ହଗ୍‌ ଡେ’ ବା ଆଲିଙ୍ଗନ ଦିବସ। ଆଜିର ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ଆଲିଙ୍ଗନ କରି ନିଜ ପ୍ରେମର ଗଭୀରତା ପରିପ୍ରକାଶ କରିଥାନ୍ତି। କୁହାଯାଏ, ଥରେ ଆଲିଙ୍ଗନ କରି ଏକାସଙ୍ଗେ ଅନେକ ଗୁଡ଼ିଏ ଭାବନାକୁ ପ୍ରକାଶ କରିହୁଏ। ଗୋଟିଏ ଆଲିଙ୍ଗନ ଭଲ ପାଇବା, କେୟାରିଂ, ଖୁସି, ବିଶ୍ୱାସ ଆଦିକୁ ଦର୍ଶାଏ। ଭାଷାରେ ହଜାରେ କଥା କହିବା ସମ୍ଭବ ନୁହେଁ, କିନ୍ତୁ ଗୋଟିଏ ଆଲିଙ୍ଗନରେ ମନର ଅନେକ କଥା ସେୟାର କରି ହୁଏ।

ହଗ୍‌ ଡେ’ ହେଉଛି ଭାଲେଣ୍ଟାଇନ୍‌ ସପ୍ତାହର ୬ଷ୍ଠ ଦିବସ। ପ୍ରତିବର୍ଷ ଫେବ୍ରୁଆରୀ ୧୨ ତାରିଖ ଦିନ ଏହା ପାଳିତ ହୁଏ। ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଆଲିଙ୍ଗନ କରି ନିଜ ମନର ଭାବନାକୁ ବ୍ୟକ୍ତ କରିଥାନ୍ତି। ଯାହା ସେମାନଙ୍କ ପ୍ରେମକୁ ଆହୁରି ଗଭୀର କରିଦିଏ। ସାରା ଜୀବନ ଏକାଠି ରହିବା ପ୍ରତିଶ୍ରୁତିକୁ ଆହୁରି ମଜଭୁତ କରେ। ଏହା ଦର୍ଶାଏ ଯେ ଆପଣ ନିଜ ପାର୍ଟନରକୁ କେତେ ଭଲ ପାଉଛନ୍ତି, କେତେ ବିଶ୍ୱାସ କରୁଛନ୍ତି। ଏହି ଦିନ ସବୁ ପ୍ରେମୀଯୁଗଳଙ୍କ ପାଇଁ ଖୁବ୍‌ ଖାସ୍‌।

ଜାଣନ୍ତୁ ଆଲିଙ୍ଗନ କରିବା ଦ୍ୱାରା ମିଳୁଥିବା ଲାଭ ସମ୍ପର୍କରେ :

  • ଶରୀରରୁ ଅକ୍ସିଟୋସିନ୍‌ ନାମକ ଏକ ହରମୋନ କ୍ଷରିତ ହୋଇଥାଏ, ଯାହା ଶରୀରକୁ ରିଲାକ୍ସ କରିବାରେ ସାହାଯ୍ୟ କରେ। ସାଧାରଣତଃ ଆମେ ଯେତେବେଳେ କାହାକୁ ଆଲିଙ୍ଗନ କରୁ, ଛୁଇଁଥାଉ କିମ୍ବା କାହା ସହ ଟିକେ ଅଧିକ ନିକଟତର ହେଉ; ଏହି ହରମୋନ୍‌ କ୍ଷରିତ ହୋଇଥାଏ। ଫଳରେ ଶରୀର ସହ ମନ ବି ରିଲାକ୍ସ ତଥା ଖୁସି ରହେ।
  • ନିଜ ପ୍ରିୟ ଲୋକ ବା ପ୍ରିୟତମଙ୍କ ବାହୁ ବନ୍ଧନରେ ରହିଲେ ମହିଳାମାନେ ସୁରକ୍ଷିତ ଅନୁଭବ କରିଥାନ୍ତି। କେବଳ ମହିଳା ନୁହେଁ ପୁରୁଷ ଓ ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଜିନିଷ ଘଟିଥାଏ। ଆଲିଙ୍ଗନ କରିବା ଦ୍ୱାରା ସୁରକ୍ଷିତ ମନେ ହୁଏ ଓ ମନରୁ ଭୟ ହୁଏ।
  • ଏକ ରିସର୍ଚ୍ଚ ମୁତାବକ, କେହି ଆପଣାର ଲୋକର ସ୍ପର୍ଶରେ କଷ୍ଟ କେତେକାଂଶରେ ଦୂର ହୋଇଯାଏ। ଯେତେବେଳେ କେହି ନିଜର ଲୋକ ଆପଣାଇ ନିଏ ବା କୁଣ୍ଢାଇ ପକାଏ ସେତେବେଳେ ଶରୀରରେ ଏକ ଅଦ୍ଭୁତ ଭାବନା ସଞ୍ଚରିତ ହୁଏ। ଫଳରେ କଷ୍ଟ ଲାଘବ ହୁଏ।
  • ଆଲିଙ୍ଗନ କରିବା ହାର୍ଟ ପାଇଁ ମଧ୍ୟ ଉତ୍ତମ ହୋଇଥାଏ। ପ୍ରତିଦିନ ନିଜ ପ୍ରିୟର ଲୋକଙ୍କୁ ମାତ୍ର ୨୦ ସେକେଣ୍ଡ ଆଲିଙ୍ଗନ ବା ହଗ୍‌ କରୁଥିବା ବ୍ୟକ୍ତିଙ୍କ ହୃଦୟ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ସୁସ୍ଥ ରହିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି। ଆଲିଙ୍ଗନ କରିବା ବେଳେ ଶରୀରର ରକ୍ତ ସଞ୍ଚାଳନ ତ୍ୱରାନ୍ଵିତ ହୁଏ, ଫଳରେ ହାର୍ଟକୁ ଭଲ ଭାବେ ରକ୍ତ ପହଞ୍ଚେ ଓ ହାର୍ଟ ସୁସ୍ଥ ରହେ।
  • ଆଲିଙ୍ଗନକୁ କେହି କେହି ‘ଯାଦୁ କି ଝପ୍ପି’ ମଧ୍ୟ କହିଥାନ୍ତି। ଏହାର କାରଣ ହେଉଛି ଆଲିଙ୍ଗନ କରିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରହିଥାଏ। ଫଳରେ ବ୍ୟକ୍ତି ରୋଗମୁକ୍ତ ମଧ୍ୟ ରହେ। ଏକ ରିସର୍ଚ୍ଚ ମୁତାବକ ଆଲିଙ୍ଗନ କରିବା ଦ୍ୱାରା ଶରୀରର ୩୦ ପ୍ରତିଶତ ରୋଗ ଭଲ ହୋଇଥାଏ।
  • ସମ୍ପର୍କକୁ ମଜଭୁତ କରିବାରେ ମଧ୍ୟ ଆଲିଙ୍ଗନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିଜର ପ୍ରିୟତମକୁ ଆଲିଙ୍ଗନ କଲେ ଆପଣ ତାଙ୍କୁ କେତେ ଭଲ ପାଆନ୍ତି ତାହା ଦର୍ଶାଇପାରିବେ। ସମ୍ପର୍କକୁ ଅଧିକ ମଜଭୁତ କରିବାରେ ଏହା ସାହାଯ୍ୟ କରେ। ମନର ଭାବନାକୁ ଆପଣ ଚାହିଁଲେ ସାଥୀଙ୍କୁ ଆଲିଙ୍ଗନ କରି ମଧ୍ୟ ଦର୍ଶାଇପାରିବେ। ଏହାକୁ ଯୋଗାଯୋଗ ଏକ ମାଧ୍ୟମ ବୋଲି ମଧ୍ୟ ଆମେ କହିପାରିବା।
WCW 11

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

24 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

25 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago